Posted inଜାତୀୟ

ଆଇସିୟୁରୁ ବାହାରିଲେ ଲାଲୁ ଯାଦବ

ନୂଆଦିଲ୍ଲୀ,୧୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଲାଲୁ ଏହି ଆଇସିୟୁରୁ ବାହାରିଛନ୍ତି। ଏନେଇ ତାଙ୍କ ବଡ଼ ଝିଅ ମିସା ଭାରତୀ ସୂଚନା ଦେଇଛନ୍ତି। ମିସା କହିଛନ୍ତି ଯେ, ତାଙ୍କ ପିତାଙ୍କ ସ୍ବାସ୍ଥ୍ୟରେ ବହୁତ ଉନ୍ନତି ଆସିଛି। ତଥାପି, କିଡନୀ ସମସ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ହୋଇନାହିଁ। କିନ୍ତୁ ପରିସ୍ଥିତି ପୂର୍ବ ଅପେକ୍ଷା ସ୍ଥିର ରହିଛି। ଡାକ୍ତରମାନେ ତାଙ୍କୁ ନିରନ୍ତର ନଜର ରଖିଛନ୍ତି। ଲାଲୁ ଯାଦବଙ୍କୁ ଆଇସିୟୁରୁ ଘରୋଇ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ,ଜୁଲାଇ ୩ରେ ଲାଲୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ତ୍ରୀ ରାବ୍ରି ଦେବୀଙ୍କ ସରକାରୀ ବାସଭବନରୁ ସିଡ଼ିରୁ ଖସିପଡିଥିଲେ। ଏଥିରେ ତାଙ୍କ ଡାହାଣ କାନ୍ଧ ଫ୍ରାକ୍ଚର ଏବଂ ପିଠିରେ ଆଘାତ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଣ କାରଖାନାରେ ବିସ୍ଫୋରଣ

କୁଶୀନଗର,୪।୧୧: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବୁଧବାର ସକାଳେ ବେଆଇନ କାରଖାନାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ...

ମୁସଲିମ ବ୍ୟକ୍ତିଙ୍କୁ ‘ଜୟ ଶ୍ରୀରାମ’ କହିବାକୁ ବାଧ୍ୟ କରାଗଲା

ଭୋପାଳ,୨୯।୮: “ଜୟ ଶ୍ରୀରାମ କହିବାରେ କ’ଣ ଅଛି। ମୋ କଥା ଶୁଣ। ଜୟ ଶ୍ରୀରାମ କହିବାକୁ ପଡ଼ିବ”। ଏଭଳି କହି ଦୁଇ ଜଣ ବ୍ୟକ୍ତି ଜଣେ...

ନିର୍ଦ୍ଦିଷ୍ଟ ଅଭିଯୋଗ ନ ଥିଲେ ଏଡିଟର ଇନ୍‌ ଚିଫ୍‌ଙ୍କ ବିରୋଧରେ ମାନହାନି ହେବନି

ନୂଆଦିଲ୍ଲୀ, ୨।୧୧: ନିର୍ଦ୍ଦିିଷ୍ଟ ଏବଂ ପର୍ଯ୍ୟାପ୍ତ ଅଭିଯୋଗ ନ ଥିଲେ କୌଣସି ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ସମ୍ପାଦକ(ଏଡିଟର ଇନ୍‌ ଚିଫ୍‌)ଙ୍କ ବିରୋଧରେ ମାନହାନି ମାମଲା ରୁଜୁ...

ଜାମିନ ଶୁଣାଣିର ୧ ଘଣ୍ଟା ପୂର୍ବରୁ ଆଖି ବୁଜିଲେ ଷ୍ଟାନ୍‌ ସ୍ବାମୀ

ମୁମ୍ବାଇ, ୫।୭: ଭୀମା କୋରେଗାଁଓ-ଏଲ୍‌ଗାର ପରିଷଦ ମାମଲାରେ ବିଚାରାଧୀନ କଏଦୀ ଥିବା ୮୪ ବର୍ଷୀୟ ଆଦିବାସୀ ଅଧିକାର କର୍ମୀ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ସୋମବାର ପରଲୋକ...

ଜେପିସି ତଦନ୍ତ ଦାବିକଲା ଏନ୍‌ସିପି

ମୁମ୍ବାଇ, ୧୯।୧(ପି.ଟି.): ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍‌ (ବିଏଆର୍‌ସି)ର ପୂର୍ବତନ ମୁଖ୍ୟ ପାର୍ଥ ଦାସଗୁପ୍ତାଙ୍କ ମଧ୍ୟରେ...

ପୂର୍ବାଞ୍ଚଳର ବିକାଶରେ ଦେଶ ଆଗେଇବ

ନୂଆଦିଲ୍ଲୀ,୧ା୬(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୬୫ତମ ସଂସ୍କରଣରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି।...

ବଢୁଥିବା ସଂକ୍ରମଣକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୨୩।୬: ଦେଶରେ ପୁଣି ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ରହୁଛି। ବଢୁଥିବା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ...

ବୃଦ୍ଧଙ୍କୁ ସ୍କୁଟରରେ ଘୋଷାଡ଼ିଲେ

ବେଙ୍ଗାଲୁରୁ, ୧୮।୧: ମଙ୍ଗଳବାର ବେଙ୍ଗାଲୁରୁର ଜନଗହଳି ସଡ଼କରେ ଜଣେ ବୃଦ୍ଧଙ୍କୁ ସ୍କୁଟର ଚାଳକ ଘୋଷାଡ଼ି ନେଇ ଗିରଫ ହୋଇଛନ୍ତି। ସ୍କୁଟର ଚଲାଉଥିବା ସାହିଲ ଏକ କାର୍‌...

Advertisement
Archives

Model This Week