Posted inଜାତୀୟ

ଏମ୍ସରେ ଲାଲୁଙ୍କୁ ଭଗବତ ଗୀତା ପାଠ କରିବାକୁ ମିଳୁନି ଅନୁମତି, ପୁଅ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୨।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କୁ ଶ୍ରୀମଦ ଭଗବତ ଗୀତା ପାଠ କରିବାକୁ ଅନୁମତି ଦିଆଯାଉ ନ ଥିବା ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ମଙ୍ଗଳବାର ଟୁଇଟ୍‌ ଯୋଗେ ଅଭିଯୋଗ ଆଣିଛନ୍ତି। ତେଜ ପ୍ରତାପ ଟୁଇଟ୍‌ରେ ଲେଖିଛନ୍ତି- ‘ପିତାଙ୍କୁ ଡାକ୍ତରଖାନାରେ ଶ୍ରୀମଦ ଭଗବତ ଗୀତା ପଢିବା ଏବଂ ଶୁଣିବାକୁ ରୋକା ଯାଉଛି। ତାଙ୍କୁ ଗୀତା ପଢିବାକୁ ଏବଂ ଶୁଣିବାକୁ ଭଲ ଲାଗେ। ଗୀତା ପାଠ କରିବାକୁ ଅନୁମତି ଦେଉ ନ ଥିବା ସେହି ଅଜ୍ଞାନୀ ବ୍ୟକ୍ତି ଜାଣିନାହାନ୍ତି, ଏହି ମହାପାପର ମୂଲ୍ୟ ଏହି ଜନ୍ମରେ ତାଙ୍କୁ ଦେବାକୁ ପଡିବ।
ସୂଚନାଯୋଗ୍ୟ, ଗତ ଜୁଲାଇ ୩ରେ ଲାଲୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ତ୍ରୀ ରାବ୍ରି ଦେବୀଙ୍କ ସରକାରୀ ବାସଭବନରୁ ସିଡ଼ିରୁ ଖସିପଡିଥିଲେ। ଏଥିରେ ତାଙ୍କ ଡାହାଣ କାନ୍ଧ ଫ୍ରାକ୍ଚର ଏବଂ ପିଠିରେ ଆଘାତ ଲାଗିଥିଲା। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ତାଙ୍କୁ ଆଇସିୟୁରୁ ସାଧାରଣ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ଟ୍ରେନ୍‌ ଯାତ୍ରାରେ ଶିଶୁ ଅଧିକାର

ଚଳିତ ମାସ ୨ ତାରିଖରେ ମୁଁ ରାଜଧାନୀ ଭୁବନେଶ୍ୱରରୁ ମୋ ଘର ଢେଙ୍କାନାଳକୁ ଟ୍ରେନରେ ଫେରୁଥିଲି। ସମୟ ପ୍ରାୟ ୫ଟା ୧୦ରୁ ୬ଟା ୫୦ ମିନିଟ୍‌ ସମୟ…

ବିଶ୍ୱର ୧୦୦ ଉତ୍ତପ୍ତ ସହର ମଧ୍ୟରୁ ଭାରତର ୯୫

ନୂଆଦିଲ୍ଲୀ,୨୬ା୪: ସାରା ବିଶ୍ୱରେ ଗ୍ରୀଷ୍ମଜନିତ ଉତ୍ତାପକୁ ନେଇ ଭାରତ ଏବେ କେନ୍ଦ୍ରସ୍ଥଳ ପାଲଟିଛି। କାରଣ ଭାରତର ଅଧିକାଂଶ ସହରରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଚାଲିଥିବାବେଳେ ବହୁ…

କିରୋସିନ ଢ଼ାଳି ନୂଆବୋହୁ ଦେହରେ ଲଗାଇଦେଲେ ନିଆଁ

ମହାକାଳପଡ଼ା,୨୬।୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ବେଣାକନ୍ଧା ମୌଜାର ଜଣେ ନବବଧୂଙ୍କ ଦେହରେ କିରୋସିନ…

ବନ୍ଧ ଖୋଳିବାକୁ ନେଇ ଉତ୍ତେଜନା: ଥାନାରେ ଏତଲା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତରେ ଚାଷ ଜମିରେ ଏକ ବନ୍ଧ ଖୋଳାକୁ ନେଇ କଦମଗୁଡା ଓ ଖତପୁଟ ଗ୍ରାମବାସୀଙ୍କ ମଧ୍ୟରେ…

ଡିନର ପାର୍ଟିରେ ଗୁଳିମାଡ଼କୁ ନେଇ ଟ୍ରମ୍ପଙ୍କ ବଡ଼ ଖୁଲାସା, କହିଲେ ଇରାନ…

ଓ଼୍ବାଶିଂଟନ,୨୬।୪: ହ଼୍ବାଇଟ ହାଉସ କରିସପଣ୍ଡେଣ୍ଟ୍ସଙ୍କ ରାତ୍ରୀଭୋଜନ ସମୟରେ ହଠାତ ଗୁଳିମାଡ଼ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତି ଜାରି କରିଛନ୍ତି। ଶାନ୍ତ ରହିବାକୁ ନିବେଦନ…

ବିକାଶ ପାଇଁ ବିଶେଷଜ୍ଞ ଲୋଡ଼ା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରାଚୀନ କାଳରୁ କଳିଙ୍ଗ ଏକ ଐତିହ୍ୟ ସମ୍ପନ୍ନ ଓ ସମୃଦ୍ଧିଶାଳୀ ରାଜ୍ୟ ହିସାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲା। ମଧ୍ୟଯୁଗରେ ଉତ୍କଳ…

ଉଦାରବାଦର ଛଳନା

ଚଳିତ ମାସରେ ”ଭାଜପାର ବଙ୍ଗଳା ତାଲିକାରେ କୌଣସି ମୁସଲମାନ ନାମ ସ୍ଥାନ ପାଇ ନାହିଁ“ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରରେ କେତେ ଟିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri