ଲଳିତ କୁମାର, ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଉ: ତାତିଲା କଂଗ୍ରେସ

ଭୁବନେଶ୍ୱର, ୧୪।୭(ସୁନିତ୍‌ ମିଶ୍ର): ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଏଏସ୍‌ଓ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଶନିବାର ରାଜଭବନ ଘେରାଉ କରାଯାଇଛି। ଛାତ୍ର ଓ ଯୁବ କଂଗ୍ରେସ କର୍ମୀମାନେ ଭୁବନେଶ୍ୱର କ୍ଲବଠାରୁ ଏକ ରାଲିରେ ରାଜଭବନ ଆଡ଼କୁ ମାଡ଼ିଯାଉଥିବା ବେଳେ ରାସ୍ତାରେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଏବଂ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରାୟ ଘଣ୍ଟାଏ ଧରି ରାସ୍ତା ଅବରୋଧ କରାଯାଇଥିଲା। ଏହି ସମୟରେ ପୋଲିସ ଏବଂ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ପୋଲିସ ପକ୍ଷରୁ ୟାସିର ନୱାଜ, ରଣଜିତ ପାତ୍ର ଓ ଅନ୍ୟାନ୍ୟ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ସେଠାରୁ ଉଠାଇ ନେଇ ଅଟକ ରଖିଥିଲେ। ଏହି ପରପ୍ରେକ୍ଷୀରେ ୟାସିର ନୱାଜ କହିଛନ୍ତି, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁତ୍ର ଲଳିତ କୁମାର ଏବଂ ତାଙ୍କର ୫ ଜଣ ଝାଡ଼ଖଣ୍ଡୀ ସହଯୋଗୀ ଗତ ୭ ତାରିଖ ରାତିରେ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସ୍‌ଓ ବୈକୁଣ୍ଠ ପ୍ରଧାନଙ୍କୁ ଯେଉଁଭଳି ମରଣାନ୍ତକ ଆକ୍ରମଣ କରିଛନ୍ତି ତାହା ଦୁର୍ଭାଗ୍ୟଜନକ। ପୀଡ଼ିତ ତାଙ୍କର ଅଭିଯୋଗରେ ଲେଖିଛନ୍ତି ଯେ, ତାଙ୍କୁ ରାତି ୧୧ଟାରୁ ରାତି ୪ଟା ପର୍ଯ୍ୟନ୍ତ ବହୁ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଲଳିତ ଏବଂ ତାଙ୍କର ୫ ଜଣ ସହଯୋଗୀଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସିଏ ଆନେକ୍ସ ରୁମ୍‌ରେ ଲୁଚି ପଡ଼ିଥିଲେ ମଧ୍ୟ ଲଳିତଙ୍କ ୨ ଜଣ ପିଏସ୍‌ଓ ତାଙ୍କୁ ଟେକି ନେଇ ରାଜଭବନସ୍ଥିତ ୪ ନମ୍ବର ପ୍ରକୋଷ୍ଠରେ ଛାଡ଼ିଥିଲେ। ସେଠାରେ ଭୋର୍‌ ପର୍ଯ୍ୟନ୍ତ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ଅନ୍ୟପକ୍ଷରେ ତାଙ୍କୁ ମାରିଦେଲେ କେହି ରକ୍ଷା କରିପାରିବେ ନାହିଁ ବୋଲି ଲଳିତ ଧମକ ଦେଇଥିଲେ। ଜଣେ ଓଡ଼ିଆ ଅଫିସରଙ୍କୁ ଏଭଳି ନିର୍ଯାତନା ଦିଆଯିବା ପରେ ସେହି ଅଫିସର ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଲିଖିତ ଆକାରରେ ଜଣାଇଥିଲେ। ରାଜ୍ୟପାଳଙ୍କ ପୁତ୍ର ଏବଂ ଅନ୍ୟମାନେ ଏପର୍ଯ୍ୟନ୍ତ ଗିରଫ ନ ହେବା ଦୁର୍ଭାଗ୍ୟଜନକ। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ଜାଣି ମଧ୍ୟ ଏପର୍ଯ୍ୟନ୍ତ ନୀରବ ବସିଛନ୍ତି। ଯଦି ସରକାର ଦୁର୍ନୀତି ବା ଭ୍ରଷ୍ଟାଚାର କରନ୍ତି ବିରୋଧୀ ଦଳ ରାଜ୍ୟପାଳଙ୍କ ନିକଟରେ ଗୁହାରି କରିଥାନ୍ତି। ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅ ଯେହେତୁ ମୁଖ୍ୟ ଆସାମୀ ତେବେ ରାଜ୍ୟପାଳ ପୁତ୍ର ମୋହରେ ଅନ୍ଧ ହୋଇଯିବେ ନା ଏଏସ୍‌ଓ ବୈକୁଣ୍ଠ ପ୍ରଧାନଙ୍କୁ ନ୍ୟାୟ ଦେବେ ସେକଥା ରାଜ୍ୟବାସୀ ଚାହିଁ ବସିଛନ୍ତି। ଯେଉଁମାନେ ଏବେ ଓଡ଼ିଆ ଅସ୍ମିତାର ଠିକାଦାରି କରୁଥିଲେ ଜଣେ ଓଡ଼ିଆ ଅଫିସରଙ୍କୁ ଅନ୍ୟାୟରେ ମରଣାନ୍ତକ ଆକ୍ରମଣ ହୋଇଥିବା ସ୍ଥଳେ ସେମାନେ ନୀରବ ବସିଛନ୍ତି। ସଚିବାଳୟର କର୍ମଚାରୀ ସଂଘ ନିଜର ଜଣେ ସଭ୍ୟଙ୍କ ଉପରେ ଏପରି ଆକ୍ରମଣର ପ୍ରତିବାଦ କରିବା ଉଚିତ। ତୁରନ୍ତ ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କ ସହଯୋଗୀମାନେ ଗିରଫ ହେବା ସହ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରିବାକୁ କଂଗ୍ରେସ ଦାବି କରୁଥିବା ୟାସିର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରା ସହ ସୂର୍ଯ୍ୟ ଗ୍ରହଣର ଅଦ୍ଭୁତ ସଂଯୋଗ! ଏହି ୩ ରାଶି ଉପରେ ବଡ଼ ସଙ୍କଟ, ଖାଲି ଖର୍ଚ୍ଚ ହେବ…

ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୨ ତାରିଖରେ ସଂଗଠିତ ହେବାକୁ ଯାଉଛି । ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏବଂ ଏଠାରେ…

ସିମନବାଡ଼ିରେ ଜିଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ସ୍ୱାଧୀନତା ଦିବସରେ ଫାଇନାଲ୍ ମ୍ୟାଚ୍

ଦାରିଙ୍ଗବାଡ଼ି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ମା’ ପାଟ୍ଟଖଣ୍ଡା ମନ୍ଦିର ନିକଟ ଖେଳ ପଡ଼ିଆରେ ରବିବାରଠାରୁ ଜିଲ୍ଲାସ୍ତରୀୟ ସିମନବାଡ଼ି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ: ପଥର ବନ୍ଧ ନିର୍ମାଣ ଦାବିରେ ପ୍ରଶାସନର ଦ୍ୱାରସ୍ଥ ହେଲେ…

ଛତ୍ରପୁର, ୧୧/୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ…

ଧାନ ରୁଆ ବେଳେ ଅଘଟଣ, ବଜ୍ରପାତରେ ଚାଲିଗଲା ୪ ମହିଳାଙ୍କ ଜୀବନ

ସୁନ୍ଦରଗଡ,୧୧ା୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାର ପୃଥକ ପୃଥକ ସ୍ଥାନରେ ମଙ୍ଗଳବାର ବ୍ରଜପାତ ଘଟି ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାମାନେ ହେଲେ ଛତିଶଗଡ଼…

ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …

ମୋହନା, ୧୧।୮ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣକାରୀଙ୍କ ବିରୋଧରେ ଅଡ଼ବା ପୋଲିସକୁ ମିଳିଛି ବଡ଼ ସଫଳତା। କେଶରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେକାବନ୍ଧା ସଂରକ୍ଷିତ ଜଙ୍ଗଲରେ ଲୁଚାଇ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri