ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର,୯।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌ ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବର୍ତ୍ତମାନ ସାରା ଓଡ଼ିଶାରେ ମୌସୁମୀ (ବର୍ଷାଋତୁ) ଜାରି ରହିଛି। ମୌସୁମୀକୁ ସ୍ମରଣୀୟ କରିବା ପାଇଁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌ର ଅଫର ଆରମ୍ଭ ହୋଇଛି। ବିଶେଷକରି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଲାଲ୍‌ଚାନ୍ଦ୍‌ ଆକର୍ଷଣୀୟ ଅଫରର ବର୍ଷା କରିଛି। ଏହି କ୍ରମରେ ବ୍ରାଣ୍ଡ୍‌ର ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁAନାଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ୍‌ ୯୯୯ ଟଙ୍କା ରହିଥିବା ବେଳେ ହୀରା ଗହଣାର ଗଢ଼ା ମୂଲ୍ୟକୁ ମଧ୍ୟ ଛାଡ଼ କରାଯାଇଛି। ଏହା ସହ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୪୦% ରିହାତି ଥିଲାବେଳେ ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ର ଏମ୍‌ଆର୍‌ପି ଉପରେ ଫ୍ଲାଟ୍‌ ୨୦% ଏବଂ ବ୍ରାଣ୍ଡେଡ୍‌ ଆଇଟମ୍‌ର ମୂଲ୍ୟ ଉପରେ ଫ୍ଲାଟ୍‌ ୧୫% ରିହାତି ଦିଆଯାଉଛି। ସେହିଭଳି ମନ୍‌ସୁନ୍‌ ସେଲ୍‌ର ଅନ୍ୟ ଏକ ଆକର୍ଷଣୀୟ ଅଫର ମଧ୍ୟରେ ୧.୫ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣାର ପ୍ରତ୍ୟେକ କ୍ରୟ ଉପରେ ୧୦୦ ମିଲିଗ୍ରାମ୍‌ର ସ୍ବର୍ଣ୍ଣ ମୁଦ୍ରା ମାଗଣା ପ୍ରଦାନ କରାଯାଉଥିବା ଲାଲ୍‌ଚାନ୍ଦ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ଲାଲ୍‌ଚାନ୍ଦ୍‌ର ପ୍ରତ୍ୟେକ ଶୋ’ରୁମ୍‌ରେ ବିଆଇଏସ୍‌ ହଲ୍‌ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବାବେଳେ ପୂର୍ବ ଭାରତର ଅଳଙ୍କାର ବଜାରରେ ଲାଲ୍‌ଚାନ୍ଦ୍‌ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣା ଉପରେ ସର୍ବନିମ୍ନ ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି। ଅପରପକ୍ଷରେ ଅନ୍ୟ ଜୁଏଲର୍ସମାନେ ୧୫୦୦ ରୁ ୨୨୦୦ ଟଙ୍କା ପର୍ଯ୍ୟନ୍ତ ଗଢ଼ା ମଜୁରି ନେଉଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର, କଟକ ଓ ନୂଆଦିଲ୍ଲୀର ଅଳଙ୍କାର ବଜାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଲାଲ୍‌ଚାନ୍ଦ୍‌ ସର୍ବଦା ଗ୍ରାହକଙ୍କ ସଚେତନ ପାଇଁ ମିଡିଆ କ୍ୟାମ୍ପେନ୍‌ ଚଳାଇ ଆସୁଛି। ଏହି ମିଡିଆ ସଚେତନତା ଅଭିଯାନରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଗ୍ରାହକଙ୍କୁ ସୁନାର ଗୁଣବତ୍ତା ସହ ‘ଅପ୍‌ ଟୁ’ ସ୍କାମ୍‌ ଓ ସର୍ତ୍ତମୂଳକ ଅଫରରୁ ବର୍ତ୍ତି ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ନେଇ ପରାମର୍ଶ ଦେଇ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନି ବ୍ରାଭିଆ ୩ ଟିଭି ସିରିଜ

ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଭିଆ ୩ ସିରିଜ୍‌ ଟିଭିକୁ ନିକଟରେ ଉନ୍ମୋଚନ କରାଯାଇଛି।...

ଭାରତ କ୍ୟୁଆର୍‌ କୋଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ପେମେଣ୍ଟ ସମାଧାନ ‘ଭାରତ କ୍ୟୁଆର୍‌ କୋଡ୍‌’ର ଶୁଭାରମ୍ଭ...

୫୦ ଦିନରେ ୫ କୋଟିରୁ ଅଧିକ କାରବାର: ମୁଖ୍ୟ ଆକର୍ଷଣ ବୟନିକାର କ୍ଲିୟରାନ୍ସ ସେଲ୍‌

ଭୁବନେଶ୍ୱର, ୨୨ା୭(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌-୨୦୨୪ ପ୍ରଦର୍ଶନ (ମେଳା)’ର କାରବାର ବେଶ୍‌ ଉତ୍ସାହଜନକ ରହିଛି।...

କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରର ନୂଆ ରେଟ୍‌…

ନୂଆଦିଲ୍ଲୀ,୨୧।୭: ତୈଳ କମ୍ପାନୀ ପକ୍ଷରୁ ରବିବାର ପେଟ୍ରୋଲ ଏବଂ ଡିଜେଲ ଦର ଜାରି କରାଯାଇଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲେ ବି କିଛି...

ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେଶନ କ୍ଲିନିକ୍‌

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଣିପାଲ ହସ୍ପିଟାଲରେ ଆଡଲ୍ଡ ଇମ୍ୟୁନାଇଜେଶନ କ୍ଲିନିକ୍‌ ଉଦ୍‌ଘାଟିତ ହୋଇଯାଇଛି। ଫାଇଜର ଲିମିଟେଡ୍‌ ସହଭାଗିତାରେ ପ୍ରସ୍ତୁତ ଏହି କ୍ଲିନିକ୍‌ରେ ବୟସ୍କମାନଙ୍କ ନିମନ୍ତେ...

କଟକରେ ରିଲାଏନ୍ସ ଡିଜିଟାଲର ନୂତନ ଷ୍ଟୋର

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ର ନୂତନ ଷ୍ଟୋର ଶନିବାର କଟକର...

ବଜାରରେ ନିଉଟ୍ରୋଲାର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଫୁଡ୍‌ ବ୍ରାଣ୍ଡ୍‌ ନିଉଟ୍ରୋଲାର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଇନ୍‌ଫୋସିଟିସ୍ଥିତି...

ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧୭ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବିର କଟକସ୍ଥିତ ସିଡିଏ ଶାଖାଠାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri