Posted inଖେଳ

ହାଇଦ୍ରାବାଦ ଏଫ୍‌ସି ଦଳରେ ଲାଲମ୍‌ପୁଇଆ ଓ ଫର୍ନାଣ୍ଡିଜ

ହାଇଦ୍ରାବାଦ, ୧୫ା୯ (ପି.ଟି.)-ନୂଆ ସିଜନ ଆରମ୍ଭ ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ହାଇଦ୍ରାବାଦ ଏଫ୍‌ସି ସୋମବାର ଦୁଇ ଯୁବ ଆକ୍ରମଣାତ୍ମକ ଖେଳାଳି ଲାଲମପୁଇଆ ଏବଂ ସ୍ପିଡେନ ଫର୍ନାଣ୍ଡିଜଙ୍କ ସହ ଦୀର୍ଘ ମିଆଦୀ ଚୁକ୍ତି କରିଛି। ୨୦ବର୍ଷୀୟ ଏହି ଖେଳାଳି ଦ୍ୱୟ ୩ବର୍ଷ ପାଇଁ ଆଇଏସ୍‌ଏଲ ଦଳ ଏଫ୍‌ସି ଗୋଆ ତରଫରୁ ଖେଳିଆସୁଥିଲେ। ହାଇଦ୍ରାବାଦ ଦଳ ସହିତ ସେମାନେ ୨୦୨୨-୨୩ ସିଜନ ପର୍ଯ୍ୟନ୍ତ ଚୁକ୍ତି କରିଛନ୍ତି। ଲାଲମପୁଇଆ ଓପି ନାମରେ ପରିଚିତ। ସିନିୟର ଦଳକୁ ପଦୋନ୍ନତି ପାଇବା ପୂର୍ବରୁ ସେ ପୁଣେ ଏଫ୍‌ସି ଓ ଡିଏସ୍‌କେ ଶିବାଜିଆନ୍ସ ଜୁନିୟର ଦଳ ତରଫରୁ ଖେଳୁଥିଲେ। ମିଜୋରାମ୍‌ର ଏହି ଷ୍ଟ୍ରାଇକର ୨୦୧୭ରେ ଏଫ୍‌ସି ଗୋଆ ଡେଭଲପମେଣ୍ଟାଲ ଟିମ୍‌ ସହିତ ଚୁକ୍ତି କରିଥିଲେ। ଏହାପରଠାରୁ ସେ ନିୟମିତ ସ୍ଥାନୀୟ ଓ ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଗୌର୍ସ ଦଳ ତରଫରୁ ପ୍ରତିନିଧିତ୍ୱ କରି ଆସୁଥିଲେ। ତନ୍ମଧ୍ୟରେ ଗୋଆ ପ୍ରୋ-ଲିଗ୍‌, ଡୁରାଣ୍ଡ କପ୍‌ ଏବଂ ଦ୍ୱିତୀୟ ଡିଭିଜନ ଲିଗ୍‌ ଅନ୍ତର୍ଭୁକ୍ତ। ୨୦୧୯-୨୦ ଆଇଏସ୍‌ଏଲ ସିଜନରେ ସେ ପ୍ରଥମ ଦଳକୁ ପଦୋନ୍ନତି ପାଇଥିଲେ। ଅନ୍ୟପକ୍ଷରେ ଫର୍ନାଣ୍ଡିଜ ବହୁ ସିଜନ ଧରି ଗୋଆ ୟୁଥ୍‌ ଫୁଟବଲ ସହିତ ସମ୍ପୃକ୍ତ ଥିଲେ। ୨୦୧୭ରେ ଏଫ୍‌ସି ଗୋଆରେ ଯୋଗଦାନ ପୂର୍ବରୁ ସେ ସ୍ପୋର୍ଟିଂ କ୍ଲବ ଦି ଗୋଆ ଏବଂ ଡେମ୍ପୋ ଏସ୍‌ସି ୟୁଥ୍‌ ଟିମ୍‌ ତରଫରୁ ଖେଳୁଥିଲେ। ଗୋଆର କ୍ୱିପେମ୍‌ ସହରରେ ଜନ୍ମଲାଭ କରିଥିବା ଏହି ଓ୍ବିଙ୍ଗର ନିୟମିତ ଭାବେ ଗୌର୍ସ ଟିମ୍‌ର ଗୋଆ ପ୍ରୋ ଲିଗ୍‌ ଏବଂ ଜାତୀୟ ସ୍ତରରେ ଦ୍ୱିତୀୟ ଡିଭିଜନ ଲିଗ୍‌ ଖେଳି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri