Posted inଖେଳ

ହାଇଦ୍ରାବାଦ ଏଫ୍‌ସି ଦଳରେ ଲାଲମ୍‌ପୁଇଆ ଓ ଫର୍ନାଣ୍ଡିଜ

ହାଇଦ୍ରାବାଦ, ୧୫ା୯ (ପି.ଟି.)-ନୂଆ ସିଜନ ଆରମ୍ଭ ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ହାଇଦ୍ରାବାଦ ଏଫ୍‌ସି ସୋମବାର ଦୁଇ ଯୁବ ଆକ୍ରମଣାତ୍ମକ ଖେଳାଳି ଲାଲମପୁଇଆ ଏବଂ ସ୍ପିଡେନ ଫର୍ନାଣ୍ଡିଜଙ୍କ ସହ ଦୀର୍ଘ ମିଆଦୀ ଚୁକ୍ତି କରିଛି। ୨୦ବର୍ଷୀୟ ଏହି ଖେଳାଳି ଦ୍ୱୟ ୩ବର୍ଷ ପାଇଁ ଆଇଏସ୍‌ଏଲ ଦଳ ଏଫ୍‌ସି ଗୋଆ ତରଫରୁ ଖେଳିଆସୁଥିଲେ। ହାଇଦ୍ରାବାଦ ଦଳ ସହିତ ସେମାନେ ୨୦୨୨-୨୩ ସିଜନ ପର୍ଯ୍ୟନ୍ତ ଚୁକ୍ତି କରିଛନ୍ତି। ଲାଲମପୁଇଆ ଓପି ନାମରେ ପରିଚିତ। ସିନିୟର ଦଳକୁ ପଦୋନ୍ନତି ପାଇବା ପୂର୍ବରୁ ସେ ପୁଣେ ଏଫ୍‌ସି ଓ ଡିଏସ୍‌କେ ଶିବାଜିଆନ୍ସ ଜୁନିୟର ଦଳ ତରଫରୁ ଖେଳୁଥିଲେ। ମିଜୋରାମ୍‌ର ଏହି ଷ୍ଟ୍ରାଇକର ୨୦୧୭ରେ ଏଫ୍‌ସି ଗୋଆ ଡେଭଲପମେଣ୍ଟାଲ ଟିମ୍‌ ସହିତ ଚୁକ୍ତି କରିଥିଲେ। ଏହାପରଠାରୁ ସେ ନିୟମିତ ସ୍ଥାନୀୟ ଓ ଜାତୀୟ ପ୍ରତିଯୋଗିତାଗୁଡ଼ିକରେ ଗୌର୍ସ ଦଳ ତରଫରୁ ପ୍ରତିନିଧିତ୍ୱ କରି ଆସୁଥିଲେ। ତନ୍ମଧ୍ୟରେ ଗୋଆ ପ୍ରୋ-ଲିଗ୍‌, ଡୁରାଣ୍ଡ କପ୍‌ ଏବଂ ଦ୍ୱିତୀୟ ଡିଭିଜନ ଲିଗ୍‌ ଅନ୍ତର୍ଭୁକ୍ତ। ୨୦୧୯-୨୦ ଆଇଏସ୍‌ଏଲ ସିଜନରେ ସେ ପ୍ରଥମ ଦଳକୁ ପଦୋନ୍ନତି ପାଇଥିଲେ। ଅନ୍ୟପକ୍ଷରେ ଫର୍ନାଣ୍ଡିଜ ବହୁ ସିଜନ ଧରି ଗୋଆ ୟୁଥ୍‌ ଫୁଟବଲ ସହିତ ସମ୍ପୃକ୍ତ ଥିଲେ। ୨୦୧୭ରେ ଏଫ୍‌ସି ଗୋଆରେ ଯୋଗଦାନ ପୂର୍ବରୁ ସେ ସ୍ପୋର୍ଟିଂ କ୍ଲବ ଦି ଗୋଆ ଏବଂ ଡେମ୍ପୋ ଏସ୍‌ସି ୟୁଥ୍‌ ଟିମ୍‌ ତରଫରୁ ଖେଳୁଥିଲେ। ଗୋଆର କ୍ୱିପେମ୍‌ ସହରରେ ଜନ୍ମଲାଭ କରିଥିବା ଏହି ଓ୍ବିଙ୍ଗର ନିୟମିତ ଭାବେ ଗୌର୍ସ ଟିମ୍‌ର ଗୋଆ ପ୍ରୋ ଲିଗ୍‌ ଏବଂ ଜାତୀୟ ସ୍ତରରେ ଦ୍ୱିତୀୟ ଡିଭିଜନ ଲିଗ୍‌ ଖେଳି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri