ଚାଳିଆ ତଳେ ବିତୁଛି ଲକ୍ଷ୍ମୀଙ୍କ ଜୀବନ

ମହାକାଳପଡ଼ା,୨୧।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମର ଅସହାୟ ବୃଦ୍ଧା ଲକ୍ଷ୍ମୀ ପ୍ରଧାନଙ୍କୁ ୭୫ ଛୁଇଲାଣି ା ଚାଲିବା ପାଇଁ ବଳ ନାହିଁ ା ଆଖିକୁ ଭଲ ଦିଶୁନି। ଏହି ବୟସରେ ପାଖରେ ରହି ଆହା ପଦେ କହିବା ପାଇଁ କେହି ନାହାନ୍ତି ା ୨ ଭେଣ୍ଡିଆ ପୁଅ ଥିଲେ ମଧ୍ୟ ସେମାନେ ନିଜ ପିଲା ଛୁଆଙ୍କୁ ଧରି ଅନ୍ୟତ୍ର ଅଛନ୍ତି। ସ୍ବାମୀ ବି ଲକ୍ଷ୍ମୀ କଥା ବୁଝୁ ନାହାନ୍ତି ା ଚଳିତ ମହାନଦୀର ବନ୍ୟା ଲକ୍ଷ୍ମୀଙ୍କୁ ଆହୁରି ଦୁଃଖ ଦେଇଛି ା ଏବେ ନୁଆଁଣିଆ କୁଡ଼ିଆ ତଳେ ଲକ୍ଷ୍ମୀଙ୍କ ଜୀବନ ବିତୁଛି ା ସେହି କୁଡ଼ିଆକୁ ଘେରି ରହିଛି ମହାନଦୀ ବନ୍ୟା ଜଳ ା ରାତି ହେଲେ ସରୀସୃପ ଭୟ ା ବନ୍ୟା ଜଳ ମାଡ଼ି ଆସିବା ଯୋଗୁ ଲକ୍ଷ୍ମୀ ଆଉ ରୋଷେଇ କରି ପାରୁନାହାନ୍ତି ା ଅନୁକୂଳ ପାଗ ଥିଲେ ଲକ୍ଷ୍ମୀ ଗାଁ ଓ ପଡ଼ୋଶୀ ଘରୁ ଯାହା ମିଳେ ତାକୁ ଖାଇ ଚଳି ଯାଆନ୍ତି ା ହେଲେ ଏବେ ବନ୍ୟାରେ କହା ଘରକୁ ସେ ଯାଇ ପାରୁ ନାହାନ୍ତି ା ଗାଁର କେତେଜଣ ସହୃଦୟ ବ୍ୟକ୍ତି ଲକ୍ଷ୍ମୀଙ୍କ ଦୁଃଖ ଦେଖି କେତେବେଳେ ଗଣ୍ଡେ ଭାତ ଦେଉଛନ୍ତି ା ବନ୍ୟାଜଳ ଘେରରେ ଦିନ କାଟୁଥିବା ଲକ୍ଷ୍ମୀ ୪ ଦିନ ହେବ ଭୋକ ଉପାସରେ ଭାଗ୍ୟକୁ ଆଦରି ରହିଛନ୍ତି। ପ୍ରଶାସନ ବନ୍ୟା ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ନେଇ ଥଇଥାନ କରିଛନ୍ତି ା ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ା ହେଲେ ଲକ୍ଷ୍ମୀଙ୍କ କ୍ଷେତ୍ରରେ ତାର ବ୍ୟତିକ୍ରମ ଦେଖାଯାଇଛି। ଏପରି ପରିସ୍ଥିତିରେ ପାଣି ଘେରରେ ଥିବା ଲକ୍ଷ୍ମୀଙ୍କର ଯଦି କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବେ ବୋଲି ସାମାଜିକ କର୍ମୀ ବିରଞ୍ଚି ନାରାୟଣ ଦାସ ପ୍ରଶ୍ନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri