କମ୍‌ ଟଙ୍କାରେ ଗମନାଗମନ ସୁନିଶ୍ଚିତ କରିଛି ଲକ୍ଷ୍ମୀ ବସ୍‌

ନବରଙ୍ଗପୁର,୫।୨(ସଦାଶିବ ପ୍ରହରଜ): ୨୦୨୩ ମାର୍ଗଶିର ମାସ ଗୁରୁବାର ପ୍ରଥମ କରି ନବରଙ୍ଗପୁର ଜିଲାରେ ଗଡିଥିଲା ଲକ୍ଷ୍ମୀ ବସ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ନବରଙ୍ଗପୁର ଜିଲାବାସୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଜିଲାର ୧୮୯ ପଞ୍ଚାୟତରେ ମୋଟ ୩୯ ବସ୍‌ ଚାଲିଥିବାବେଳେ ଜିଲାର ସମସ୍ତ ମାଆଙ୍କର ମୁଖ୍ୟ ସାରଥି ପାଲଟିଛି ଲକ୍ଷ୍ମୀ ବସ୍‌ । ପୂର୍ବରୁ ଜିଲାର ସହର ଏବଂ ବ୍ଲକ ସଦର ମହକୁମାଠାରୁ ଗ୍ରାମାଞ୍ଚଳକୁ ଗମନାଗମନରେ ବହୁ ଅସୁବିଧା ରହିଥିଲା। ଲକ୍ଷ୍ମୀ ବସ ମାଧ୍ୟମରେ ଜଣେ ଚାଷୀ ବଜାର ସହିତ ଯୋଡ଼ି ହେଉଛି, ଛୋଟ ବଡ଼ ବ୍ୟବସାୟୀ ଗାଁରୁ ସହରକୁ ଆସିବାର ସୁଗମ ବ୍ୟବସ୍ଥା ପାଇଛନ୍ତି । ଜଣେ ରୋଗୀ କମ୍‌ ପଇସାରେ ଆରାମରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିପାରୁଛନ୍ତି। ସେହିପରି ଛତ୍ରୀଛାତ୍ର ଗ୍ରାମାଞ୍ଚଳରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ମାତ୍ର ୫ଟଙ୍କା ଦେଇ ଯାତାୟାତ କରିପାରୁଛନ୍ତି । ବର୍ତ୍ତମାନ ପ୍ରତ୍ୟେକ ଗାଁ ବ୍ଲକ ସହ ଏବଂ ପ୍ରତ୍ୟେକ ବ୍ଲକ ସହର ସହିତ ଯୋଡିହୋଇଛି । ଫଳରେ ଲୋକଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ୍‌ କରିପାରିଛି ଲକ୍ଷ୍ମୀ ବସ ।
ନବରଙ୍ଗପୁର ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ଜିଲାରେ ପୂର୍ବରୁ ଗ୍ରାମାଞ୍ଚଳକୁ ଗମନାଗମର ବହୁତ ଅସୁବିଧା ଥିଲା। ଉମରକୋଟ ବ୍ଲକ ବଡକୁମାରୀ ପଞ୍ଚାୟତର ମୁନା ଡାକୁଆ କୁହନ୍ତି, ପୂର୍ବରୁ ଉମରକୋଟ ବ୍ୟାଙ୍କ ଓ ଉମରକୋଟ ସହରକୁ ଯିବାକୁ ହେଲେ ଅଟୋଭଡା ୫୦ ଟଙ୍କା ଲାଗୁଥିଲା। ବର୍ତ୍ତମାନ ଲକ୍ଷ୍ମୀ ବସ୍‌ ଯୋଜନା ହେବା ଦ୍ବାରା ସୁବିଧାରେ ବ୍ୟାଙ୍କ ଓ ସହରକୁ ଆମେ ଯାଇପାରୁଛୁ । ସେହିପରି ଉମରକୋଟ ପଡ଼ାଗଡର ଗୀତା ପାଇକ, ବାଉଁଶବେଡାର ଅମ୍ବିକା ପାତ୍ର ଓ ଗୋଟିଗୁଡାର ବିଦ୍ୟୁତପ୍ରଭା ବେହେରା କୁହନ୍ତି, ଲକ୍ଷ୍ମୀ ବସ ଆମକୁ ସହରରେ ଥିବା ଡାକ୍ତରଖାନା ଯିବାରେ ବହୁ ସହାୟକ ହେଇଛି । ଏ ନେଇ ସେମାନେ ମୁଖ୍ୟମନ୍ତ୍ରୀ ଓ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି କୋଷାଗୁମୁଡା ବ୍ଲକର ୨୬ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସଂଯୋଗ କରିଥିବାବେଳେ ଛତିଶଗଡ ସୀମାନ୍ତବର୍ତ୍ତି ତଥା ଅପହଞ୍ଚ ଗ୍ରାମ ମୋତିଗାଁ, ବଡଗୁମୁଡା, ଉକିଆ ପାଲି, ବାଙ୍କୁଲୀ, ଆଟିଗାଁ ଓ ଏମକେରା ଗାଁକୁ ଲକ୍ଷ୍ମୀ ବସ୍‌ ଚଳାଚଳ କରୁଥିବାରୁ ଲୋକେ ବହୁତ ଉପକୃତ ହେଉଛନ୍ତି। ଲକ୍ଷ୍ମୀ ବସ୍‌ ସେବା ଦ୍ୱାରା ବ୍ୟବସାୟରେ ଉନ୍ନତି ଘଟୁଥିବା ବାଙ୍କୁଲିର ଜଣେ ମହିଳା ବ୍ୟବସାୟୀ ସାହେବ ଯାନୀ କହିଛନ୍ତି। କୋଷାଗୁମୁଡା ବ୍ଲକ୍‌ରେ ୬ଟି ଲକ୍ଷ୍ମୀ ବସ୍‌ ଚଳାଚଳ କରୁଥିବାରୁ ଜିଲା ସଦର ମହକୁମାଠାରୁ ପ୍ରାୟ ୮୦କିଲୋମିଟର ଦୂର ଗ୍ରାମାଞ୍ଚଳରେ ଗମନାଗମନ ସୁବିଧା ହୋଇପାରିଥିବା ଉକିଆପାଲିର ଦେବରାଜ ମାଝୀ ଓ ଏକରିର ମାଧବ ମିର୍ଗାନ, ଆଟିଗାଁର ଚିତ୍ତରଞ୍ଜନ ଗୌଡ଼ ଏବଂ ବଡ ଗୁମୁରୁ ମୋତିରାମ ଭତ୍ରା କହିଛନ୍ତି। ଜିଲାର ସୀମାନ୍ତବର୍ତ୍ତି ବ୍ଲକ ଚନ୍ଦାହାଣ୍ଡିର ୧୪ଟି ପଞ୍ଚାୟତକୁ ଲକ୍ଷ୍ମୀ ବସ ସେବା ସଂଯୋଗ କରୁଥିବାରୁ ଉପାନ୍ତ ଅଞ୍ଚଳ ଭାବେ ପରିଚିତ କୁହୁଡି, ଫଟକି, ଗମ୍ଭାରୀ ଗୁଡା, ଦଲବେଢା, ପାଟ ଖୋଲିଆ ଓ ଜମାଦାର ପଡ଼ା ଭଳି ବହୁ ଅଞ୍ଚଳର ଲୋକେ ଉପକୃତ ହେଉଥିବା ପାଟଖଲିଆ ଗ୍ରାମ ପଞ୍ଚାୟତର ଦ୍ରୌପଦୀ ସୋରି କହିଛନ୍ତି । ରାଇଘର ବ୍ଲକରେ ମଧ୍ୟ ୨୬ଟି ପଞ୍ଚାୟତ ରହିଥିବା ବେଳେ ବର୍ତ୍ତମାନ ସମସ୍ତ ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସୁବିଧା ହୋଇପାରିଛି। ଏହି ବ୍ଲକର କିଛି ପଞ୍ଚାୟତ ବ୍ଲକ ସଦର ମହକୁମାର ନିକଟ ବର୍ତ୍ତି ରହିଥିବା ବେଳେ ଆଉ କିଛି ପଞ୍ଚାୟତ ବ୍ଲକ ସଦର ମହକୁମାଠାରୁ ବହୁ ଅପହଞ୍ଚରେ । ବ୍ଲକ୍‌ର ମୁଣ୍ଡିବେଢା, ବୋବେଇ, ହଳଦୀ, ଜଳନ ପାରା, ଗୋନା, ଖୁଡୁପୁ ଓ ପରଚି ପାରା, ଟିମନ ପୁରକୁ ବର୍ତ୍ତମାନ ବସ୍‌ ସୁବିଧା ହୋଇଥିବାରୁ ବବେଇ ପଞ୍ଚାୟତର ହେମବାଇ ଗଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?