Posted inଜାତୀୟ

ଲକ୍ଷ୍ମଣ ରେଖାକୁ ପାର କରାଯାଇ ପାରିବ ନାହିଁ, କହିଲେ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ, ୧୧।୫ : ବୁଧବାର ଦିନ ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନର ମାମଲାର ଶୁଣାଣି ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ସରକାର ଏହାକୁ ସମୀକ୍ଷା କରିବେ ଏବଂ ଜେଲରେ ଥିବା ବ୍ୟକ୍ତିମାନେ ଜାମିନ ମାଗି କୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି ବିବାଦୀୟ କହି ଶୀର୍ଷକୋର୍ଟ ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତିି ପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ସେ କୋର୍ଟ ଏବଂ ଏହାର ସ୍ବାଧୀନତାକୁ ସେ ସମ୍ମାନ କରନ୍ତି, କିନ୍ତୁ ସେଠାରେ ଏକ ଲକ୍ଷ୍ମଣ ରେଖା ଅଛି ଯାହାକୁ ପାର କରାଯାଇପାରିବ ନାହିଁ।

ସେ କହିଛନ୍ତି ଯେ ଆମେ ଆମର ଆଭିମୁଖ୍ୟକୁ ବହୁତ ସ୍ପଷ୍ଟ କରିଛୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉଦ୍ଦେଶ୍ୟ ବିଷୟରେ କୋର୍ଟଙ୍କୁ ଜଣାଇଛୁ। ଆମେ କୋର୍ଟ ଏବଂ ଏହାର ସ୍ବାଧୀନତାକୁ ସମ୍ମାନ ଦେଉଛୁ। କିନ୍ତୁ ସେଠାରେ ଏକ ଲକ୍ଷ୍ମଣ ରେଖା ଅଛି ଯାହା ସମସ୍ତଙ୍କ ଦ୍ୱାରା ସମ୍ମାନୀୟ ହେବା ଉଚିତ୍‌।

ଏହା ସହିତ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଭାରତୀୟ ସମ୍ବିଧାନର ବ୍ୟବସ୍ଥା ତଥା ବିଦ୍ୟମାନ ଆଇନକୁ ଆମେ ସମ୍ମାନ ଦେଉଛୁ।

ଏହାର ଶୁଣାଣିରେ ଶୀର୍ଷ ଅଦାଲତ କହିଛନ୍ତି ଯେ ଯେଉଁମାନେ ଏହି ଆଇନର ଧାରା ୧୨୪-ଏ ଅନୁଯାୟୀ ଜେଲରେ ଅଛନ୍ତି, ସେମାନେ ଜାମିନ ପାଇଁ କୋର୍ଟକୁ ଯିବା ଉଚିତ। ଏହାପୂର୍ବରୁ ସୋଲିସିଟର ଜେନେରାଲ କହିଥିଲେ ଯେ ସରକାର ଦେଶଦ୍ରୋହ ବ୍ୟବସ୍ଥାରେ ଅପରାଧ ପଞ୍ଜିକରଣରୁ ପୋଲିସକୁ ଅଟକାଇ ପାରିବେ ନାହିଁ, କିନ୍ତୁ ଜଣେ ଦକ୍ଷ ଅଧିକାରୀଙ୍କ ସୁପାରିଶ ପରେ ୧୨୪-ଏ ମାମଲା ପଞ୍ଜିକୃତ ହେବା ଆବଶ୍ୟକ, ଏବଂ ଏହା କରାଯାଇପାରିବ। ବିଚାରାଧୀନ ଦେଶଦ୍ରୋହ ମାମଲାର ସମୀକ୍ଷା କରାଯାଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ୧୨୪-ଏ ଅନ୍ତର୍ଗତ ପଞ୍ଜୀକୃତ ହୋଇଥିବା ମାମଲାରେ ଜାମିନକୁ ଶୀଘ୍ର ବିଚାର କରାଯିବା ଉପରେ ଶୀର୍ଷ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri