ସ୍ବଚ୍ଛ ସର୍ବେକ୍ଷଣ ନାଁରେ ଅର୍ଥଶ୍ରାଦ୍ଧ

ଖୋର୍ଦ୍ଧା ଅଫିସ,୬ା୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଥିବା ବେଳେ ତନ୍ମଧ୍ୟରୁ ୨୦ଟି ଓ୍ବାର୍ଡ ଘରୋଇକରଣ କରାଯାଇଛି। ଦୈନିକ ଠିକା ସଂସ୍ଥା ଦ୍ୱାରା ଅଳିଆ ଉଠୁଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ଏଥିଲାଗି ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ତେବେ ବାସ୍ତବ ଚିତ୍ର ସମ୍ପର୍ଣ୍ଣ ଭିନ୍ନ। ସ୍ବଚ୍ଛ ସର୍ବେକ୍ଷଣ ନାଁରେ ଲକ୍ଷାଧିକ ଟଙ୍କା ଶ୍ରାଦ୍ଧ ହେଉଥିବା ଜଣାପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହୁଛି। ଏନେଇ ସ୍ଥାନୀୟ ବାସିନ୍ଦା ପୌର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି କେତେଜଣ ବାସିନ୍ଦା କହିଛନ୍ତି।

ସୂଚନା ମୁତାବକ, ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ ଆରମ୍ଭ ହୋଇଛି। ସ୍ବଚ୍ଛ ସାଥୀମାନେ ଘର ଘର ବୁଲି ଓଦା ଏବଂ ଶୁଖିଲା ଅଳିଆ ସଂଗ୍ରହ କରିବେ। ଏନେଇ ପୌର ପ୍ରଶାସନ ପକ୍ଷରୁ ସ୍ବଚ୍ଛ ସାଥୀ ଏବଂ ସାନିଟାଇଜ୍‌ କର୍ମଚାରୀଙ୍କୁ ୩ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସହରରେ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯିବା ସହ କୌଣସି ସ୍ଥାନରେ ଅଳିଆ ରହିବାକୁ ଦିଆଯିବ ନାହିଁ। ଏଥିଲାଗି ରୋଡ୍‌ ମ୍ୟାପ ପ୍ରସ୍ତୁତ କରାଯାଇଛି ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୌର ପ୍ରଶାସନ ଅଧୀନରେ ୨୦୪ଜଣ ଠିକା କର୍ମଚାରୀ, ୧୭ଜଣ ସ୍ବଚ୍ଛ ସାଥୀ, ୨ଜଣ ସୁପରଭାଇଜର କାର୍ଯ୍ୟରତ ଅଛନ୍ତି। ସେହିପରି ଠିକା ସଂସ୍ଥା ଅଧୀନରେ ୧୭୪ଜଣ କାର୍ଯ୍ୟ କରୁଛନ୍ତି। ସହରରୁ ଦୈନିକ ୧୪ରୁ ୧୬ଟନ ଓଦା ଓ ଶୁଖିଲା ଆବର୍ଜନା ବାହାରୁଛି। ଅଳିଆ ଉଠାଇବା ଲାଗି ଏସଏଚଜି ଗ୍ରୁପ ଜରିଆରେ ୬ଟି ବ୍ୟାଟେରି ଚାଳିତ ଅଳିଆ ବୁହା ଗାଡି, ୩୦ଟି ଟ୍ରାଇସାଇକେଲ, ୬ ଟ୍ରାକ୍ଟର ନିୟୋଜିତ କରାଯାଇଛି। ଏହା ସତ୍ତ୍ୱେ ସହର ଏବଂ ଗଳି କନ୍ଦିରେ ଅଳିଆ ପଡି ରହୁଥିବା ଦେଖିବାକୁ ମିଳିଛି। ଅଳିଆ ଗଦାରେ ଗୋରୁ, ବୁଲା କୁକୁର ଖାଦ୍ୟ ଲାଲସାରେ ଅଳିଆଗୁଡ଼ିକୁ ଏଣେତେଣେ ପକାଉଛନ୍ତି। ଫଳରେ ଅଳିଆ ବିଭିନ୍ନ ସ୍ଥାନରେ ଆବର୍ଜନାମୟ ହୋଇ ରହୁଛି। ଏ ସମ୍ପର୍କରେ କାର୍ଯ୍ୟନିବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି, ସହର ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯାଉଛି। ସକାଳୁ ଗୋଟିଏ ଟାଇମ୍‌ ଅଳିଆ ଉଠୁଛି। ପରବର୍ତ୍ତୀ ସମୟରେ ପୁଣି ସେହି ସ୍ଥାନରେ ଅଳିଆ ପଡୁଛି। ତେଣୁ ଏଭଳି ସମସ୍ୟା ଉପଜୁଛି। ଏଥିପ୍ରତି
ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଅଜଣା ଭୟରେ ପଡ଼ୁଛି ତାଟିକବାଟ: ସଚେତନ କରିବାକୁ ଅଣ୍ଟା ଭିଡିଲେ ଯୁବ ସରପଞ୍ଚ

କୋକସରା,୨।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଗତକିଛି ଧରି ରାତିରେ ସନ୍ଦିଗ୍ଧ ବ୍ୟକ୍ତି ମାନେ ବୁଲୁଥିବା ଏବଂ ଚୋରି ଡକାୟତି କରୁଥିବା ନେଇ ବିଭିନ୍ନ ସୋସିଆଲ...

ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରତିବାଦରେ କୋର୍ଟ ବର୍ଜନ

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ବର୍ଜନକୁ ଅବମାନନା ଦର୍ଶାଇ ବିଭିନ୍ନ ଓକିଲ ସଂଘକୁ ନୋଟିସ ଦିଆଯାଇଛି। ଏହାର ପ୍ରତିବାଦରେ ଭବାନୀପାଟଣା ଓକିଲ ସଂଘ ପକ୍ଷରୁ...

ଚୈତ୍ର ପ୍ରଥମ ସୋମବାର ଭକ୍ତମୟ ଶୈବପୀଠ

ଭୋଗରାଇ,୨୦ା୩(ଡ଼ି.ଏନ୍‌.ଏ.): ଚୈତ୍ର ମାସ ପ୍ରଥମ ସୋମବାର ଶୈବପୀଠଗୁିଡ଼ିକ ଭକ୍ତମୟ ହୋଇଛି। ଏହି ମାସ ଶିବଙ୍କ ବିବାହ ମାସ ହୋଇଥିବାରୁ ଶିବଙ୍କୁ ଆରାଧନା କଲେ ପୂଣ୍ୟ ଫଳ...

ଡକାୟତି ଉଦ୍ୟମ, ୪ ଗିରଫ

ବଳଙ୍ଗା,୧୩ା୯(ଡି.ଏନ.ଏ)- ବଳଙ୍ଗା ଥାନା ଅନ୍ତର୍ଗତ ଭାଣପୁର ପଞ୍ଚାୟତ ଅଧୀନସ୍ଥ ଶାଳଜଙ୍ଗ ପ୍ରଧାନସାହି ମଶାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ୪ଜଣ ଯୁବକ ଡକାୟତି ଯୋଜନା କରୁଥିବାବେଳେ...

ଆଜି ଆଣ୍ଡାମାନ ଫେରିଯିବେ ଅମ୍ରିତ

ପୁରୀ ଅଫିସ, ୩୦ା୧୦:୨୬ ଦିନ ଧରି ଲୁଣି ପାଣି ପିଇ ଜୀବନ ସହ ସଂଘର୍ଷ କରି କୃଷ୍ଣପ୍ରସାଦ ବ୍ଲକ ଖିରିସାହି ସମୁଦ୍ରରେ ଲାଗିଥିଲେ ଆଣ୍ଡାମାନ ନାବିକ...

ବିଜେପୁର ଉପନିର୍ବାଚନ: ୪୩ ପଥପ୍ରାନ୍ତ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ...

ଚାଷକୁ ପାଣି ଅଭାବ, ମରୁଡ଼ି ଆଶଙ୍କା

ଲହୁଣୀପଡ଼ା,୮।୮(ଡି.ଏନ.ଏ.): ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଲକ ଅଞ୍ଚଳରେ ମରୁଡ଼ି ଆଶଙ୍କା ପ୍ରକାଶ ପାଇିଛି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ବ୍ୟାହତ ହୋଇଛି। ପାଣି...

ମହିଳାଙ୍କ ଉପରକୁ ଗୁଳିମାଡ: ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି

ସୁନ୍ଦରଗଡ଼/ବେଦବ୍ୟାସ (ଡି.ଏନ୍‌.ଏ)/ ରାଉରକେଲା ଅଫିସ୍‌ ୧୫।୧୨ – ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂଘଟୋଲାଠାରେ ସୋମବାର ରାତି ସାଢେ ୮ଟାରେ ମହିଳାଙ୍କ ଉପରକୁ ଗୁଳିମାଡ଼ ହୋଇଛି।...

Advertisement
Archives

Model This Week