୨୨ରେ ଲଗ୍ନଧରା, ୨୬ରେ ବାହାଘର

ବାଲେଶ୍ୱର ଅଫିସ, ୧୪।୪: ବାଲେଶ୍ୱର ଜିଲାର ଲୋକକଳା ଜଉକଣ୍ଢେଇ ବାହାଘର ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୋଳପୂର୍ଣ୍ଣିମାରେ ଜଉକଣ୍ଢେଇ ବରକନ୍ୟା ଜୟଦେବ ଓ ପଦ୍ମାବତୀ ନାମକରଣ କରାଯାଇ ଶ୍ରୀରାମ ନବମୀ ଅବସରରେ ବାମପଦାସ୍ଥ ନୋସି ଉତ୍କଳା ମୁକ୍ତମଞ୍ଚରେ ନିର୍ମାଣ ଶୁଭାରମ୍ଭ ହୋଇଛି। ଆସନ୍ତା ୨୨ରେ ଲଗ୍ନଧରା ଓ ୨୬ରେ ବାହାଘର ଅନୁଷ୍ଠିତ ହେବ। ୨୦୧୧ରୁ ବିଧିବଦ୍ଧ ଭାବେ ପାରମ୍ପରିକ ରୀତିରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ପକ୍ଷରୁ ଜଉକଣ୍ଢେଇ ବାହାଘର ଧୂମ୍‌ଧାମ୍‌ରେ ପାଳନ କରିଆସୁଛନ୍ତି। ଗତ କରୋନା କାଳରେ ମଧ୍ୟ ବିଧି ରକ୍ଷା କରାଯାଇ ପ୍ରତୀକାମତ୍କ ଭାବେ ଜଉକଣ୍ଢେଇ ବାହାଘର ପାଳନ କରାଯାଇଥିଲା। ଚଳିତବର୍ଷ ଏହାକୁ ମହାଆଡ଼ମ୍ବରରେ କରାଯିବା ଲାଗି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ଆବାହକ ଶିଳ୍ପୀ କେଶୁଦାସ କର୍ମକର୍ତ୍ତାଙ୍କୁ ମଞ୍ଚ ଆହ୍ବାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର ପୌରୋହିତ୍ୟ କରିଥିଲେ। ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସହସମ୍ପାଦକ ନିରଞ୍ଜନ ଗିରି ବଳଙ୍ଗ, ଗଙ୍ଗାହାର ଓ ସୋନ ନଦୀର ତ୍ରିବେଣୀ ତୀର୍ଥରୁ ବିଧି ମୁତାବକ ପୂଜା କରି ପବିତ୍ର ମାଟି ଓ ପାଣି ଆଣି ଜଉକଣ୍ଢେଇ ନିର୍ମାଣ ପାଇଁ ପ୍ରଦାନ କରିଥିଲେ। ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ ଓ ମାୟା ନାୟକ ପବିତ୍ର ମାଟି ଓ ପାଣି ନେଇ ଜଉକଣ୍ଢେଇ ନିର୍ମାଣ ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?