ଆମେରିକାରେ ଭେଣ୍ଟିଲେଟର ଅଭାବ, ସ୍ବିଜରଲାଣ୍ଡରେ ଲକ୍‌ଡାଉନ୍‌ ସ୍ଥିତି…

ଓ୍ବାଶିଂଟନ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଓମିକ୍ରନ୍‌ ଅଣାୟତ୍ତ ହୋଇ ତାଣ୍ଡବ ଆରମ୍ଭ କରିଛି। ଆମେରିକା ଏବଂ ୟୁରୋପରେ କରୋନା ଭାଇରସ ସଙ୍କଟ ସୃଷ୍ଟି କରିଛି। ପ୍ରକାଶିକ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁ ଅବସ୍ଥା ବିଗିଡିବାରେ ଲାଗିଛି।

ଆମେରିକାର ମିସିଗାନ ରାଜ୍ୟରେ ଡାକ୍ତରଖାନାଗୁଡ଼ିକରେ ଆକ୍ରାନ୍ତଙ୍କ ଭର୍ତ୍ତି ହେବା ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଡାକ୍ତରଖାନାରେ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମିସିଗାନରେ ୧୧,୭୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୫ ଜଣଙ୍କର ମୃତ୍ୟୁ ଘଟିଛି।

ଏଥି ସହିତ, ଗତ ଦୁଇ ସପ୍ତାହ ମଧ୍ୟରେ ଇଣ୍ଡିଆନାରେ ୪୯ ପ୍ରତିଶତ ଅଧିକ ମାମଲା ଦେଖିବାକୁ ମିଳିଛି। ଡାକ୍ତରଖାନାଗୁଡ଼ିକରେ ଶୃଙ୍ଖଳା ବଜାୟ ରଖିବା ପାଇଁ ନ୍ୟାଶନାଲ ଗାର୍ଡମାନଙ୍କୁ ଡକାଯାଇଛି। ଇତିମଧ୍ୟରେ ଆମେରିକାରେ ଓମିକ୍ରନର ୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଶୀତ ବୃଦ୍ଧି ଯୋଗୁ ଏଭଳି ହେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଖ୍ରୀଷ୍ଟମାସ ପାଇଁ ବଜାରରେ ବହୁ ସଂଖ୍ୟାରେ ଲୋକ ଭିଡ଼ ଜମାଉଛନ୍ତି। ଫଳରେ ସଂକ୍ରମଣ ଶୀଘ୍ର ବ୍ୟାପିବାରେ ଲାଗିଛି।

ଅପରପକ୍ଷରେ ସ୍ବଜରଲାଣ୍ଡରେ ପୁଣି ଥରେ ଲକ୍‌ଡାଉନ୍‌ ଭଳି ପରିସ୍ଥିତି ଉପୁଜିଛି। ବ୍ରିଟେନରେ କରୋନା ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ୟୁରୋପୀୟ ଦେଶ ଜର୍ମାନୀର ଡାକ୍ତରମାନେ କହିଛନ୍ତି ଯେ ଦେଶର ନାଗରିକମାନଙ୍କୁ ଆଣ୍ଟି-କୋଭିଡ ଟିକାକରଣର ଚତୁର୍ଥ ଡୋଜ୍‌ ଦିଆଯିବା ଉଚିତ। ଏପର୍ଯ୍ୟନ୍ତ ଜର୍ମାନୀରେ ୧୧ ଲକ୍ଷ ଲୋକଙ୍କୁ ଆଣ୍ଟି-କୋଭିଡ ଟିକାର ତୃତୀୟ ଡୋଜ୍‌ ଦିଆଯାଇଛି।

ବ୍ରିଟେନର ଏକ ବୈଜ୍ଞାନିକ ବିଶ୍ଳେଷଣ ଚେତାବନୀ ଦେଇଛି ଯେ ଯଦି ସାମାଜିକ ସମାବେଶ ନିଷେଧ ନ ହୁଏ ତେବେ ଆସନ୍ତା ବର୍ଷ ଜାନୁୟାରୀରୁ କରୋନା ଭାଇରସର ନୂତନ ଭାରିଆଣ୍ଟ୍‌ ଯୋଗୁ ଦେଶ ସଂକ୍ରମଣର ଏକ ’ବଡ଼ ଲହର’ର ସମ୍ମୁଖୀନ ହୋଇପାରେ।

ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ ଦ୍ୱାରା ହୋଇଥିବା ଏକ ସର୍ଭେରେ କୁହାଯାଇଛି ଯେ ବର୍ତ୍ତମାନ ଇଂଲଣ୍ଡରେ ସଂକ୍ରମଣର ହାର ବଢୁଛି। ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ।

ଅଧ୍ୟୟନ ସୂଚାଇ ଦେଇଛି ଯେ ’ଓମିକ୍ରନ’ ଆକ୍ରାନ୍ତଙ୍କ ସଂଖ୍ୟା ’ଡେଲ୍ଟା’ ଆକ୍ରାନ୍ତଙ୍କୁ ଅତିକ୍ରମ କରିପାରେ। ଆମେରିକା ସମେତ ୟୁରୋପର ଦେଶଗୁଡିକରେ ବର୍ତ୍ତମାନ ଡେଲ୍ଟା ଭାରିଆଣ୍ଟ ସଂକ୍ରମଣ ରହିଛି। କିନ୍ତୁ ଓମିକ୍ରନ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବଢୁଥିବାରୁ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri