ଚାଷୀଙ୍କୁ ଋଣ ପ୍ରଦାନରେ ଆନ୍ତରିକତା ଅଭାବ

ରଘୁନାଥପୁର, ୧୫।୬(ରାଜେନ୍ଦ୍ର ନାରାୟଣ ସିଂ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନା ଦିଗହରା ହୋଇପଡ଼ିଛି। ଏହି ଯୋଜନାରେ ଚାଷୀଙ୍କୁ ଋଣ ଦେବାପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି ବ୍ୟାଙ୍କ ସମୂହ। ଫଳରେ ଖରିଫ ଓ ରବି ଫସଲ ଚାଷ ପାଇଁ ବାରମ୍ବାର ଆବେଦନ କରି ଚାଷୀମାନେ ନିରାଶ ହେଉଥିବା କହିଛନ୍ତି।
ଭୂମିହୀନ ଚାଷୀଙ୍କୁ ସରକାର ବଳରାମ ଯୋଜନାରେ ବିଭିନ୍ନ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରିବାକୁ ବ୍ୟବସ୍ଥା କରିଛନ୍ତି। ଏହି ଋଣ କେତେଜଣ ଚାଷୀଙ୍କୁ ମିଳିତ ଭାବେ ପ୍ରଦାନ କରାଯାଉଛି। ଅଧିକରୁ ଅଧିକ ଚାଷୀ ଯେପରି ଏଥିରେ ଉପକୃତ ହୋଇପାରିବେ ସେଥିପାଇଁ ବ୍ଲକ କୃଷି ସୂଚନା ଓ ପରାମର୍ଶ ବିଭାଗ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏ ନେଇ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ଭୂମିହୀନ ଚାଷୀଙ୍କୁ ସଚେତନ ମଧ୍ୟ କରାଯାଉଛି। ୫ରୁ୧୦ ଜଣ ଚାଷୀଙ୍କୁ ନେଇ ଗୋଷ୍ଠୀ ଗଠନ କରି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଋଣ ନେବାକୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ମାତ୍ର ଏହାର ଲାଭ ବହୁ ଚାଷୀଙ୍କୁ ମିଳିପାରୁନାହିଁ। ୨୦୨୨-୨୩ ଆର୍ଥକ ବର୍ଷରେ ବ୍ଲକ କୃଷି କାର୍ଯ୍ୟାଳୟ ଜରିଆରେ ୧୦୨ ଚାଷୀ ଗ୍ରୁପ୍‌ ବିଭିନ୍ନ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୩ଟି ଗ୍ରୁପ୍‌କୁ ଏହି ଯୋଜନାରେ ଋଣ ପ୍ରଦାନ କରାଯାଇଛି।
ରେଢୁଆ ଅଞ୍ଚଳର ଚାଷୀ ଅଜୟ ସାମଲ, ସାଦେଇପୁରର ଆର୍ତ୍ତତ୍ରାଣ ପଣ୍ଡା, ତଅଁରା ରାମଚନ୍ଦ୍ରପୁରର ରଞ୍ଜନ ସେଠୀ, ତାରପୁରର ଧୀରେନ୍ଦ୍ର କୁମାର ରାଉତ ଓ ରମେଶ ସ୍ବାଇଁ, ସ୍ବର୍ଗବ୍ରହ୍ମପୁରର ନିତେସ କୁମାର ଦାସ, ସାଦେଇପୁରର ରତ୍ନାକର ଭୋଇ, ରଘୁନାଥପୁରର କିଶୋର କୁମାର ଭୋଇ ଓ ରଞ୍ଜନ କୁମାର ବେହେରା ପ୍ରମୁଖ ଏହି ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି।
ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଋଣ ଦିଆ ନ ଯାଇ ପୁନର୍ବାର ଆବେଦନ କରିବାକୁ କୁହାଯାଉଛି ବୋଲି କେତେଜଣ ଚାଷୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଦଳେଇଙ୍କୁ ପଚାରିବାରେ ବ୍ୟାଙ୍କଗୁଡ଼ିକ ଚାଷୀଙ୍କ ଋଣ ପରିଶୋଧ କରିବା କ୍ଷମତାକୁ ଆକଳନ କରି ସେମାନଙ୍କୁ ଋଣ ପ୍ରଦାନ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଋଣ ନେଇଥିବା ୨୩ ଗ୍ରୁପ୍‌ ମଧ୍ୟରୁ ୧୮ଟି ଗ୍ରୁପ ନିୟମିତ କିସ୍ତି ଦେଇ ଚାଲିଥିବାବେଳେ ୫ଟି ଗ୍ରୁପ୍‌ ଋଣ ଅର୍ଥ ପରିଶୋଧ କରିବାରେ ଖିଲାପ କରିଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଥିବାରୁ ଚାଷୀମାନେ ବାରମ୍ବାର ଦୌଡ଼ି ନିରାଶ ହେଉଛନ୍ତି। ଅନ୍ୟମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏହି ଯୋଜନାର ମନିଟରିଂ ଦାୟିତ୍ୱରେ ଥିବା ୟୁକୋ ବ୍ୟାଙ୍କ ଏଲ୍‌ଡିଏମ୍‌ ଚିନାରୀ ବାପୁଜି ସୁବୁଦ୍ଧି କୁହନ୍ତି, ବଳରାମ ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ ଠିକ୍‌ ରହିଛି। କିଛି କ୍ଷେତ୍ରରେ ଚାଷୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଦେଉ ନ ଥିବାରୁ ଋଣ ପ୍ରଦାନରେ ବିଳମ୍ବ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷେ ଚାଷୀଙ୍କ ଡକ୍ୟୁମେଣ୍ଟକୁ ଟିକିନିଖି ତନଖି କରାଯାଇ ବ୍ୟାଙ୍କକୁ ପଠାଯାଉଛି ବୋଲି କୃଷି ଅଧିକାରୀ ଦଳେଇ ସ୍ପଷ୍ଟ କରିଛନ୍ତି। ଏହାର ବାସ୍ତବତା ସମ୍ପର୍କରେ ତଦନ୍ତ କରାଯାଇ ଯୋଗ୍ୟ ଚାଷୀଙ୍କୁ ଋଣ ପ୍ରଦାନ ପାଇଁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?