ଚାଷୀଙ୍କୁ ଋଣ ପ୍ରଦାନରେ ଆନ୍ତରିକତା ଅଭାବ

ରଘୁନାଥପୁର, ୧୫।୬(ରାଜେନ୍ଦ୍ର ନାରାୟଣ ସିଂ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନା ଦିଗହରା ହୋଇପଡ଼ିଛି। ଏହି ଯୋଜନାରେ ଚାଷୀଙ୍କୁ ଋଣ ଦେବାପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି ବ୍ୟାଙ୍କ ସମୂହ। ଫଳରେ ଖରିଫ ଓ ରବି ଫସଲ ଚାଷ ପାଇଁ ବାରମ୍ବାର ଆବେଦନ କରି ଚାଷୀମାନେ ନିରାଶ ହେଉଥିବା କହିଛନ୍ତି।
ଭୂମିହୀନ ଚାଷୀଙ୍କୁ ସରକାର ବଳରାମ ଯୋଜନାରେ ବିଭିନ୍ନ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରିବାକୁ ବ୍ୟବସ୍ଥା କରିଛନ୍ତି। ଏହି ଋଣ କେତେଜଣ ଚାଷୀଙ୍କୁ ମିଳିତ ଭାବେ ପ୍ରଦାନ କରାଯାଉଛି। ଅଧିକରୁ ଅଧିକ ଚାଷୀ ଯେପରି ଏଥିରେ ଉପକୃତ ହୋଇପାରିବେ ସେଥିପାଇଁ ବ୍ଲକ କୃଷି ସୂଚନା ଓ ପରାମର୍ଶ ବିଭାଗ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏ ନେଇ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ଭୂମିହୀନ ଚାଷୀଙ୍କୁ ସଚେତନ ମଧ୍ୟ କରାଯାଉଛି। ୫ରୁ୧୦ ଜଣ ଚାଷୀଙ୍କୁ ନେଇ ଗୋଷ୍ଠୀ ଗଠନ କରି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଋଣ ନେବାକୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି। ମାତ୍ର ଏହାର ଲାଭ ବହୁ ଚାଷୀଙ୍କୁ ମିଳିପାରୁନାହିଁ। ୨୦୨୨-୨୩ ଆର୍ଥକ ବର୍ଷରେ ବ୍ଲକ କୃଷି କାର୍ଯ୍ୟାଳୟ ଜରିଆରେ ୧୦୨ ଚାଷୀ ଗ୍ରୁପ୍‌ ବିଭିନ୍ନ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୩ଟି ଗ୍ରୁପ୍‌କୁ ଏହି ଯୋଜନାରେ ଋଣ ପ୍ରଦାନ କରାଯାଇଛି।
ରେଢୁଆ ଅଞ୍ଚଳର ଚାଷୀ ଅଜୟ ସାମଲ, ସାଦେଇପୁରର ଆର୍ତ୍ତତ୍ରାଣ ପଣ୍ଡା, ତଅଁରା ରାମଚନ୍ଦ୍ରପୁରର ରଞ୍ଜନ ସେଠୀ, ତାରପୁରର ଧୀରେନ୍ଦ୍ର କୁମାର ରାଉତ ଓ ରମେଶ ସ୍ବାଇଁ, ସ୍ବର୍ଗବ୍ରହ୍ମପୁରର ନିତେସ କୁମାର ଦାସ, ସାଦେଇପୁରର ରତ୍ନାକର ଭୋଇ, ରଘୁନାଥପୁରର କିଶୋର କୁମାର ଭୋଇ ଓ ରଞ୍ଜନ କୁମାର ବେହେରା ପ୍ରମୁଖ ଏହି ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି।
ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଋଣ ଦିଆ ନ ଯାଇ ପୁନର୍ବାର ଆବେଦନ କରିବାକୁ କୁହାଯାଉଛି ବୋଲି କେତେଜଣ ଚାଷୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଦଳେଇଙ୍କୁ ପଚାରିବାରେ ବ୍ୟାଙ୍କଗୁଡ଼ିକ ଚାଷୀଙ୍କ ଋଣ ପରିଶୋଧ କରିବା କ୍ଷମତାକୁ ଆକଳନ କରି ସେମାନଙ୍କୁ ଋଣ ପ୍ରଦାନ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଋଣ ନେଇଥିବା ୨୩ ଗ୍ରୁପ୍‌ ମଧ୍ୟରୁ ୧୮ଟି ଗ୍ରୁପ ନିୟମିତ କିସ୍ତି ଦେଇ ଚାଲିଥିବାବେଳେ ୫ଟି ଗ୍ରୁପ୍‌ ଋଣ ଅର୍ଥ ପରିଶୋଧ କରିବାରେ ଖିଲାପ କରିଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଥିବାରୁ ଚାଷୀମାନେ ବାରମ୍ବାର ଦୌଡ଼ି ନିରାଶ ହେଉଛନ୍ତି। ଅନ୍ୟମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଏହି ଯୋଜନାର ମନିଟରିଂ ଦାୟିତ୍ୱରେ ଥିବା ୟୁକୋ ବ୍ୟାଙ୍କ ଏଲ୍‌ଡିଏମ୍‌ ଚିନାରୀ ବାପୁଜି ସୁବୁଦ୍ଧି କୁହନ୍ତି, ବଳରାମ ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ ଠିକ୍‌ ରହିଛି। କିଛି କ୍ଷେତ୍ରରେ ଚାଷୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଦେଉ ନ ଥିବାରୁ ଋଣ ପ୍ରଦାନରେ ବିଳମ୍ବ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି। ଅପରପକ୍ଷେ ଚାଷୀଙ୍କ ଡକ୍ୟୁମେଣ୍ଟକୁ ଟିକିନିଖି ତନଖି କରାଯାଇ ବ୍ୟାଙ୍କକୁ ପଠାଯାଉଛି ବୋଲି କୃଷି ଅଧିକାରୀ ଦଳେଇ ସ୍ପଷ୍ଟ କରିଛନ୍ତି। ଏହାର ବାସ୍ତବତା ସମ୍ପର୍କରେ ତଦନ୍ତ କରାଯାଇ ଯୋଗ୍ୟ ଚାଷୀଙ୍କୁ ଋଣ ପ୍ରଦାନ ପାଇଁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri