ଗଜପତିରେ ବାଲି ଅଭାବ, ନିର୍ମାଣ କାର୍ଯ୍ୟରେ ବାଧା

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲାରେ ଦେଖାଦେଇଛି ବାଲିର କୁତ୍ରିମ ଅଭାବ। ବଂଶଧାରା ନଦୀ ବାଲି ଉଠାଣର ଲିଜଧାରୀ ଅଧିକ ଲାଭ ପାଇଁ ମନମାନୀ କରି ଟିପର ଦ୍ବାରା ଦିନରାତି ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଚାଲାଣ କରୁଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଟ୍ରାକ୍ଟର ଯୋଗେ ବାଲି ପରିବହନକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି। ଫଳରେ ଜିଲାର କାଶୀନଗର, ଗୁମ୍ମା, ପାରଳାଖେମୁଣ୍ଡି ଓ ଗୋଷାଣୀ ବ୍ଲକରେ ବାଲି ଅଭାବ ଦେଖାଦେଇଛି। ଯାହାଦ୍ବାରା ସମସ୍ତ ସରକାରୀ ଓ ବେସରକାରୀ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି, ମନ୍ଥର ଗତିରେ ଚାଲିଛି ଜିଲାର ଉନ୍ନୟନ ମୂଳକ କାର୍ଯ୍ୟ। ବିଶେଷ ପ୍ରଭାବିତ ହେଉଛନ୍ତି ହଜାର ହଜାର ନିର୍ମାଣ ଶ୍ରମିକ ଓ ଠିକାଦାର। ଏଥିସହ ଆନ୍ଧ୍ରକୁ ବାଲି ଚାଲାଣ ବେଳେ ବାଲି ଖାଦାନରେ ପୁରଣ କରାଯାଉଥିବା ଓ୍ବାଇ ଫର୍ମରେ ବ୍ୟାପକ ଅନିୟମିତତା ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଉକ୍ତ ଫର୍ମରେ ପରିବହନ ହେଉଥିବା ବାଲିର ପରିମାଣ, ସ୍ଥାନ ତଥା ତାରିଖ ସମୟ ଠିକ ଭାବେ ଉଲ୍ଲେଖ ନକରି ବ୍ୟାପକ ପରିମାଣର ରାଜସ୍ବ ଠକି ନେଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ବାଲି ଉଠାଣରେ ନିୟନ୍ତ୍ରଣ କରି ଠିକ ପରିମାଣର ରାଜସ୍ବ ଆଦାୟ ନିମନ୍ତେ ପ୍ରଶାସନ ପକ୍ଷରୁ ଖାଦାନ ସ୍ଥଳରେ ଓ୍ବାଇ ଫର୍ମ ପୂରଣ ବ୍ୟବସ୍ଥା କରାଯାଇଛି। ଯାହାର ତଥ୍ୟ ଲିଜଧାରୀ ସ୍ଥାନୀୟ ତହସିଲଦାରଙ୍କୁ ଜମା ଦେବାକୁ ପଡିଥାଏ। ଏହି ଓ୍ବାଇ ଫର୍ମରେ ପ୍ରଶାସନକୁ ହସ୍ତାନ୍ତର କରିବା ନକଲରେ ମିଥ୍ୟା ତଥ୍ୟ ଉଲ୍ଲେଖ କରାଯାଉଥିବା ବେଳେ ତହସିଲଦାର ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ବହୁବାର ଆନ୍ଦୋଳନ କରାଯାଇଛି। ଏ ନେଇ ପ୍ରଶାସନକୁ ଅବଗତ କରିବା ପରେ ଘଟଣାର ତଦନ୍ତ କରି ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲା ପ୍ରଶାସନ କହିଛି। ଜିଲାରେ କୌଣସି ଶିଳ୍ପ ପ୍ରତିଷ୍ଠାନ ନଥିବା ବେଳେ, ବଂଶଧାରା ନଦୀର ବାଲି ଜିଲା ପ୍ରଶାସନର ଏକମାତ୍ର ରାଜସ୍ବ ଆଦାୟର କେନ୍ଦ୍ର ହୋଇଛି। ଏଥିସହ ୪ ବ୍ଲକର ନିର୍ମାଣ ଶ୍ରମିକ ଓ ଠିକାଦାରଙ୍କ ଏକମାତ୍ର ନିର୍ଭର ବଂଶଧାରା ନଦୀର ବାଲି ଖାଦାନର ଉପଯୁକ୍ତ ନିୟନ୍ତ୍ରଣ ଅତି ସମ୍ବେଦନଶୀଳ ହୋଇ ଉଠିଛି। ବଂଶଧାରା ନଦୀର ବାଲି ଖାଦାନରେ ବ୍ୟାପକ ରାଜସ୍ବ ଠକେଇ ଘଟଣା ସାମ୍ନାକୁ ଆସିଛି। ଘଟଣାର ପର୍ଦ୍ଧାଫାସ କରିଛି ବାଲି ନିଜେ ଉଠାଣରେ ନିୟୋଜିତ ହୋଇଥିବା ଟ୍ରାକ୍ଟର ମାଲିକ ଓ କର୍ମଚାରୀ ସଂଘ। ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ବାଲି ପରିବହନରେ ନିୟୋଜିତ ହେଉଥିବା ଟ୍ରାକ୍ଟର ଗୁଡ଼ିକୁ ନ ଦେଇ ବଡ଼ ବଡ଼ ଟିପର ଦ୍ୱାରା ଦିନରାତି ବାଲି ଉଠାଣ ଲିଜଧାରୀ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଚାଲାଣ କରୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ବାଲି ଅଭାବ ଦେଖା ଦେଇଛି। ଏନେଇ ଗତ କିଛି ଦିନ ପୂର୍ବେ ଟ୍ରାକ୍ଟର ସଂଘ ଏକ ସ୍ମାରକ ପତ୍ରରେ ଉଲ୍ଲେଖ କରି ଜିଲାପାଳଙ୍କ ଅବଗତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri