ଅନ୍ତର୍ଜାତୀୟ ସହାୟତା ଅଭାବ

ଚଳିତ ବର୍ଷ ଜାନୁଆରୀରୁ ଅନ୍ତର୍ଜାତୀୟ ସହାୟତା କ୍ଷେତ୍ରରେ ଆମେରିକା ଭୂମିକାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ପଦକ୍ଷେପ କ୍ରମେ ଅନେକ ସଂସ୍ଥାକୁ ବନ୍ଦ କରିଛି, ନୀତିଗୁଡ଼ିକୁ ବଦଳାଇଦେବା ସହ ପାଣ୍ଠି ଯୋଗାଣ ହ୍ରାସ କରିଛି। ତେବେ ଆମେରିକାର ନୀତିରେ ଅନ୍ତର୍ଜାତୀୟ ସହାୟତା ବ୍ୟବସ୍ଥା କିମ୍ବା ବିଶ୍ୱର ଅତି ଗରିବ କ୍ଷେତ୍ରରେ ଆଗକୁ କ’ଣ ଘଟିବ ତାହା ଏବେ ଅସ୍ପଷ୍ଟ ରହିଛି। ଆମ ଜାଣିବାରେ ଏ କ୍ଷେତ୍ରରେ ଯେଉଁ ବିରାଟ ଅନ୍ତର ସୃଷ୍ଟିହୋଇଛି ତାହା ତୁରନ୍ତ ଦୂରହେବା ଦରକାର। ଏବକାର ସ୍ଥିତିକୁ ମୁକାବିଲା କରିବା ଅତ୍ୟନ୍ତ ଜରୁରୀ। ସେଥିପାଇଁ ବିଶ୍ୱବ୍ୟାଙ୍କ ନିକଟରେ ବିଶ୍ୱର ଅତି ଦରିଦ୍ର ଲୋକଙ୍କ ପାଇଁ ତାହାର ଆକଳନକୁ ସଂଶୋଧନ କରିଛି। ଅତି ଗରିବ କହିଲେ ଯେଉଁମାନେ ଦିନକୁ ମାତ୍ର ୩ ଡଲାରରେ ବଞ୍ଚୁଛନ୍ତି । ଏମାନଙ୍କ ସଂଖ୍ୟା ଏବେ ୮୩୧ ମିଲିୟନ, ଯାହା ବିଶ୍ୱ ଜନସଂଖ୍ୟାର ପାଖାପାଖି ୧୦%। ବିଶ୍ୱର ଅତି ଗରିବଙ୍କ ମଧ୍ୟରୁ ପ୍ରାୟ ଅଧା ଦୁର୍ବଳ ତଥା ସଂଘର୍ଷ ବା ଯୁଦ୍ଧ ପ୍ରଭାବିତ ଦେଶଗୁଡ଼ିକରେ ରହୁଛନ୍ତି ଏବଂ ଏହି ସଂଖ୍ୟା ଆଗାମୀ ୫ ବର୍ଷରେ ଦୁଇ ତୃତୀୟାଂଶ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ତେବେ ଏଭଳି ଦେଶଗୁଡ଼ିକର ଜନସଂଖ୍ୟା ମଧ୍ୟରୁ ପାଖାପାଖି ୪୦% ଏବେ ମଧ୍ୟ ୩ ଆମେରିକୀୟ ଡଲାରରୁ କମ୍‌ରେ ବଞ୍ଚୁଥିବାବେଳେ ତୁଳନାତ୍ମକ ଭାବେ ବିକାଶଶୀଳ ଦେଶଗୁଡ଼ିକରେ ମାତ୍ର ୬% ଗରିବ ଏତିକି ଅର୍ଥରେ ଜୀବନ କାଟୁଛନ୍ତି।
ଏହି ପରିପ୍ରେକ୍ଷୀରେ ଇଣ୍ଟରନ୍ୟାଶନାଲ ରେସ୍‌କ୍ୟୁ କମିଟି (ଆଇଆର୍‌ସି) ବା ଅନ୍ତର୍ଜାତୀୟ ଉଦ୍ଧାର ସମିତି କେଉଁ ସବୁ ଦେଶ ପାଇଁ ସହାୟତା ଅଧିକ ଦରକାର ତାହା ସ୍ଥିର କରିବା ପାଇଁ ସ୍ଥିତିର ଆକଳନ କରିଛି। ମୁଁ ଆଇଆର୍‌ସି ସହ ଜଡ଼ିତ ଏବଂ ଆମେ ଏଭଳି ୧୩ଟି ଦେଶର ତାଲିକା ପ୍ରସ୍ତୁତ କରିଥିଲୁ । ସୁଦାନରେ ବିଶ୍ୱର ସବୁଠୁ ବଡ଼ ମାନବୀୟ ସଙ୍କଟ ରହିଛି। ଦେଖିବାକୁ ଗଲେ ବିଶ୍ୱରେ ଥିବା ଅତି ଗରିବଙ୍କ ମଧ୍ୟରୁ ୨୬% ଏହି ୧୩ଟି ଦେଶରେ ରହୁଛନ୍ତି, କିନ୍ତୁ ସେମାନଙ୍କୁ ଅନ୍ତର୍ଜାତୀୟ ସହାୟତାର ମାତ୍ର ୯% ଦିଆଯାଇଛି। ଏହା ଦର୍ଶାଉଛି ଯେ, ୩୫ ବିଲିୟନ ଡଲାର ପାଣ୍ଠିର ଅଭାବ ରହିଛି।
୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଆରମ୍ଭ କରିଥିଲା। ସେବେଠାରୁ ୟୁକ୍ରେନ୍‌ ବିଶ୍ୱରେ ସବୁଠୁ ଅଧିକ ସହାୟତା ପାଇଛି। ତେବେ ୟୁରୋପୀୟ ଦେଶଗୁଡ଼ିକ ନିଜ ଦେଶରେ ଶରଣାର୍ଥୀ ଥଇଥାନ ଦିଗରେ ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି, ଯାହାକୁ ‘ବିଦେଶୀ ସହାୟତା’ ଭାବେ ବର୍ଗୀକୃତ କରାଯାଇଛି। ତେବେ ଏହି ଖର୍ଚ୍ଚ ବିଶ୍ୱରେ ଦିଆଯାଇଥିବା ସହାୟତା ପାଣ୍ଠିର ପାଖାପାଖି ୧୪ ପ୍ରତିଶତ ଏବଂ ମାନବୀୟ ସହାୟତାରେ ମୋଟ ବ୍ୟୟ ହୋଇଥିବା ପାଣ୍ଠି ସହ ପ୍ରାୟ ସମାନ। ଏଣୁ ଆମେରିକାର ପାଣ୍ଠି ଯୋଗାଣ ହ୍ରାସକୁ ବାଦ୍‌ଦେଇ ବିଶ୍ୱ ସମୁଦାୟ ବିଭଳି ସହାୟତା ବ୍ୟବସ୍ଥା ଠିକ୍‌ ଭାବେ କାମ କରିବ ତା’ ଉପରେ ନୂତନ ବିଚାର କରିବା ଆବଶ୍ୟକ। ପ୍ରଥମେ ଦରିଦ୍ରତମ ଦେଶଗୁଡ଼ିକରେ ଥିବା ଅତି ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଅନୁଦାନ ସହାୟତା ଉପରେ ଆମକୁ ଧ୍ୟାନଦେବା ଉଚିତ, ଯାହା ବୈଶ୍ୱିକ ସହାୟତା ବଜେଟର ୯୦ ପ୍ରତିଶତରୁ ଅଧିକ। ଅର୍ଥାତ୍‌ ବିଶ୍ୱର ଅତି ଗରିବଙ୍କ ମଧ୍ୟରୁ ପ୍ରାୟ ୫୦% ଦୁର୍ବଳ ତଥା ସଂଘର୍ଷ ପ୍ରଭାବିତ ଦେଶଗୁଡ଼ିକରେ ରହୁଥିବାବେଳେ ଏହିସବୁ ଦେଶକୁ ବୈଶ୍ୱିକ ସହାୟତା ବଜେଟର ମାତ୍ର ୨୫% ଦିଆଯାଉଛି। ଏଣୁ ଏଭଳି ପାର୍ଥକ୍ୟ ଦୂରକରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
ଦ୍ୱିତୀୟରେ ପୂର୍ବ ଆଫ୍ରିକାରେ ଆଇଆର୍‌ସି ନେତୃତ୍ୱରେ ଚାଲୁଥିବା ଗୋଷ୍ଠୀ ଆଧାରିତ ଟିକା ଅଭିଯାନ ଭଳି ତଥ୍ୟ ଆଧାରିତ, ପ୍ରମାଣିତ ଏବଂ ତଥା ଅଧିକ ଲାଭ ଦେଉଥିବା କାର୍ଯ୍ୟକ୍ରମକୁ ସମ୍ବଳ ଯୋଗାଇଦେବା ଦରକାର। ଆଇଆର୍‌ସି ସେଠାରେ ପ୍ରତ୍ୟେକ ଟିକାକୁ ୨ ଡଲାରରେ ୨୦ ମିଲିୟନ ଟିକା ଯୋଗାଇଦେଇଥିଲା। ଆମେ ମଧ୍ୟ ସ୍ଥାୟୀ ଭାବେ ରହିଥିବା ମଧ୍ୟମ ଓ ଗମ୍ଭୀର ଅପପୁଷ୍ଟିର ଚିକିତ୍ସା ପାଇଁ ଏକ ସରଳୀକୃତ ପ୍ରକ୍ରିୟା ସକାଶେ ପ୍ରସ୍ତାବ ଦେଇଛୁ। ଆମ ଅନୁଧ୍ୟାନରେ ମାଲିର ଗମ୍ଭୀର ଅପପୁଷ୍ଟିରେ ଶିକାର ୨୭,୮୦୦ ଶିଶୁଙ୍କୁ ସାମିଲ କରିଥିଲୁ ଏବଂ ଆମେ ଚିକିତ୍ସା ଖର୍ଚ୍ଚ ୨୦% କମ୍‌ କରିଥିଲୁ। କିନ୍ତୁ ଏହି ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବାକୁ ହେଲେ ଡୋନରମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର। ଫଳରେ ସେମାନଙ୍କ ପଦକ୍ଷେପ ବିଫଳତା ବଦଳରେ ସାମଗ୍ରିିକ ଭାବେ ସଫଳତା ଦେବ।
ତୃତୀୟରେ କାର୍ଯ୍ୟକ୍ରମ, ବିତ୍ତୀୟ ଓ ଯୋଗାଣ ବ୍ୟବସ୍ଥାରେ ଅଧିକ ନୂତନତ୍ୱ ଦରକାର। ଉଦାହରଣ ସ୍ବରୂପ, ଆଫ୍ରିକାରେ ମଙ୍କିଫକ୍ସ ଚିହ୍ନଟ ପାଇଁ ୨ ସପ୍ତାହ ଲାଗିଯାଉଥିଲା, ହେଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏହାକୁ ମାତ୍ର ୫ମିନିଟ୍‌ରେ କରିପାରୁଛି। ସଂଘର୍ଷ ଓ ବିପର୍ଯ୍ୟୟ ସମୟରେ ଯେଉଁ ପିଲାମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେଉଛି ସେଠାରେ ସେମାନଙ୍କ ସଫଳ ଶିକ୍ଷାଦାନରେ ଟେକ୍‌ନୋଲୋଜି କିଭଳି ସାହାଯ୍ୟ କରୁଛି ତାହା ମଧ୍ୟ ଆମେ ଦେଖିଛୁ। ତେବେ ନୂତନତ୍ୱ ପାଇଁ ପୁଞ୍ଜିର ନୂତନ ପ୍ରତିବଦ୍ଧତା ଅବଶ୍ୟକ। ବିପର୍ଯ୍ୟୟ ସଙ୍କଟ ପାଣ୍ଠି ଯୋଗାଣ ବ୍ୟବସ୍ଥା ତୁରନ୍ତ ସହାୟତା ଯୋଗାଇ ଦେଇଥାଏ। ଏହାର ଉଦାହରଣ ହେଉଛି ପାରାମେଟ୍ରିକ୍‌ ଇନ୍‌ସ୍ୟୁରାନ୍ସ, ଯାହା ବାସ୍ତବ କ୍ଷତି ଆକଳନ କରିବା ପରିବର୍ତ୍ତେ ପୂର୍ବ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ତୁରନ୍ତ ସହାୟତା ଯୋଗାଇଦିଏ। ଆମେ ମଧ୍ୟ ମାନବୀୟ ସହାୟତା କ୍ଷେତ୍ରରେ ବୈଦେଶିକ ଋଣ ବ୍ୟବସ୍ଥା କରିବା ଦରକାର। ୭ଟି ଦେଶରେ ପରିବେଶରେ ଉନ୍ନତି ଆଣିବାରେ କାର୍ଯ୍ୟ କରୁଥିବା ପ୍ରୋଜେକ୍ଟଗୁଡ଼ିକୁ ୧.୭ ବିଲିୟନ ଆମେରିକୀୟ ଡଲାର ଯୋଗାଇ ଦେବାରେ ଆମେ ଏହିସବୁ ପଦକ୍ଷେପକୁ ଉପଯୋଗ କରିସାରିଲୁଣି।
ଚତୁର୍ଥରେ, ଇନ୍‌ପୁଟ୍‌ ପରିବର୍ତ୍ତେ ପରିଣାମ ବା ଫଳାଫଳ ପାଇଁ ଆମର ଉତ୍ତରଦାୟିତ୍ୱ ଲୋଡ଼ା। ଅମଲାତାନ୍ତ୍ରିକ ନୀତିନିୟମ କମ୍‌ କରି କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉଚିତ। ଅର୍ଥର ମୂଲ୍ୟବୋଧକୁ ଉତ୍ସାହିତକରିବା ସହ ନୂତନତ୍ୱକୁ ଆଗକୁ ବଢ଼ାଇବା ଦରକାର। ବିଭିନ୍ନ ଦେଶର ସରକାର ଏବଂ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ସୁଇଡେନ୍‌ର ଉଦାହରଣକୁ ଅନୁସରଣକରିବା ଉଚିତ, ଯାହା ଆମେ ହାସଲ କରିଥିବା ଫଳାଫଳ ପାଇଁ ଆମକୁ ଉତ୍ତରଦାୟୀ କରିବ। ସମସ୍ୟା ହେଉଛି, ନବଜାତ ଶିଶୁ ସ୍ବାସ୍ଥ୍ୟ କନ୍‌ସଲଟେସନ ସଂଖ୍ୟା ନୁହେଁ, ବରଂ ଆମକୁ ସୁସ୍ଥ ନବଜାତକଙ୍କ ସଂଖ୍ୟା ଉପରେ ଧ୍ୟାନ ଦେବାକୁ ହେବ। ପଞ୍ଚମରେ ସହାୟତା ହ୍ରାସଜନିତ ବୋଝକୁ କମ୍‌ କରିବାକୁ ହେଲେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ସଂରଚନା ସହ ତାଳଦେଇ କାମ କରିବାକୁ ହେବ। ବୈଶ୍ୱିକ ଆୟର ୨୫% ହେଉଛି ଆମେରିକାର, କିନ୍ତୁ ବୈଦେଶିକ ସହାୟତା ପାଇଁ ଏହାର ଜାତୀୟ ଆୟର ଅବଦାନ ମାତ୍ର ୦.୨୨%। ନିକଟରେ ସହାୟତା ପରିମାଣ ହ୍ରାସ କରାଯାଇଥିବାରୁ ଏହି ପ୍ରତିଶତ ଆହୁରି କମିଯାଇଛି। ତଥାପି, ଫେବୃଆରୀ ଜନମତରେ ପାଖାପାଖି ୮୯% ଆମେରିକୀୟ କହିଥିଲେ, ବୈଦେଶିକ ସହାୟତା ପାଇଁ ଆମେରିକାର ବଜେଟର ୧% ଯିବା ଉଚିତ। ଏହା ପ୍ରକୃତରେ ଆବଶ୍ୟକ ପରିମାଣର ଅର୍ଥ ହୋଇଥିବାରୁ ଏହି ପାଣ୍ଠି ଯୋଗାଣ ଜରି ରଖିବା ଆମେରିକା ଓ ଆମେରିକା ପାଇଁ ଏକ ସମ୍ମିଳିତ ଳକ୍ଷ୍ୟ ହୋଇପାରେ।
ସମ୍ପ୍ରତି ଯୁଦ୍ଧ ପ୍ରପୀଡ଼ିତ ଅଞ୍ଚଳରେ ଗମ୍ଭୀର ପୁଷ୍ଟିହୀନତାର ଶିକାର ୮୦% ପିଲାଙ୍କର ଚିକିତ୍ସା ହେଉନାହିଁ। ଆର୍ଥିକ ସ୍ତରରେ ଦୁର୍ବଳ ଦେଶଗୁଡ଼ିକରେ ୬୦% ପ୍ରସବଜନିତ ମାତୃମୃତ୍ୟୁ ହେଉଛି ଏବଂ ଏହିସବୁ ଦେଶରେ ୮୫ ମିଲିୟନ ପିଲା ସ୍କୁଲ ଶିକ୍ଷାରୁ ବଞ୍ଚିତ । ଏହିସବୁ ଆହ୍ବାନର ସମାଧନ ପାଇଁ ପ୍ରଭାବୀ ଅନ୍ତର୍ଜାତୀୟ ସହାୟତା ଦରକାର। ଇତିହାସର ଯେକୌଣସି ସମୟ ତୁଳନାରେ ଏବେ ମାନବ ସମାଜ ପାଖରେ ଭଲ କିଛି କରିବା ପାଇଁ ଅଧିକ ସମ୍ବଳ ରହିଛି। ଏଣୁ ସେସବୁକୁ ବିଜ୍ଞତାର ସହ ଉପଯୋଗକରିବା ଆମ ଉପରେ ନିର୍ଭରକରେ। କେବଳ ବୈଦେଶିକ ସହାୟତାକୁ ଆମେରିକା ବଜେଟର ୧% ଦେବା ପର୍ଯ୍ୟାପ୍ତ ନୁହେଁ । ଏହି ଟଙ୍କା ଠିକ୍‌ ଭାବରେ ବ୍ୟବହାର କରିବାକୁ ହେଲେ ଆମେରିକାର ନିଜସ୍ବ ଆଗ୍ରହ ରହିବା ଦରକାର। ଏହା ଯେତେଶୀଘ୍ର ପ୍ରକାଶ ପାଇବ ସେତେ ଭଲ।

ଡାଭିଡ୍‌ ମିଲିବ୍ୟାଣ୍ଡ୍‌
ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ, ଅଧ୍ୟକ୍ଷ ଏବଂ ସିଇଓ (ଇଣ୍ଟରନ୍ୟାଶନାଲ ରେସ୍‌କ୍ୟୁ କମିଟି)

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?