ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା

ରାଉରକେଲା ଅଫିସ,୩୧।୧: ରାଉରକେଲା ସରକାରୀ ମେଡିକାଲ (ଆର୍‌ଜିଏଚ୍‌)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ୪ଶହ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ପ୍ରତିଦିନ ୫ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଉଛି। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ରୋଗୀସେବାରେ ବାଧା ସୃଷ୍ଟି ହେଉଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଆର୍‌ଜିଏଚ୍‌ରେ ରୋଗୀ ଚିକିତ୍ସା ପାଇଁ ଏଯାଏ ଅନ୍‌ଲାଇନ୍‌ ପଞ୍ଜୀକରଣ ସୁବିଧା ନାହିଁ। ପ୍ରତିଦିନ ରୋଗୀଙ୍କ ସମ୍ପର୍କୀମାନେ ଏଥିପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାର ଦେଖିବାକୁ ମିଳୁଛି। ନିକଟ ଅତୀତରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ଘୋଷଣା କରିଥିଲେ। ଏହି କ୍ରମରେ ଆର୍‌ଜିଏଚ୍‌ରେ ୨୦ଜଣ ଡାକ୍ତର ନିଯୁକ୍ତି ହେବା କଥା। ମାତ୍ର ଏଯାଏ ଡାକ୍ତର ପଦବୀ ପୂରଣ ହୋଇପାରିନାହିଁ। ଏଠାରେ ଉନ୍ନତ ଟ୍ରମା କେନ୍ଦ୍ର ଚାଲିଥିବା ବେଳେ ଏହାର ସୁପରିଚାଳନା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ଅସ୍ଥିଶଲ୍ୟ ବିଭାଗରେ ମାତ୍ର ୨ଜଣ ଡାକ୍ତର ଥିବାବେଳେ ରେଡିଓ ଗ୍ରାଫର ପଦବୀ ଖାଲି ଯୋଗୁ ଅଲ୍‌ଟ୍ରାସାଉଣ୍ଡ ମେଶିନ ବନ୍ଦ ରହିଛି। ୨୯ଜଣ ବିଶେଷଜ୍ଞ ଡାକ୍ତରଙ୍କ ବଦଳରେ ମାତ୍ର ୧୩ ଜଣ ରୋଗୀସେବା କରୁଛନ୍ତି। ଡାକ୍ତରଖାନାରେ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୭୪ ଥିବା ବେଲେ ୪୭ଜଣ ଡାକ୍ତରରେ କାମ ଚାଲିଛି। କମ୍‌ ସଂଖ୍ୟକ ଡାକ୍ତରରେ ରୋଗୀସେବା, ଅସ୍ତ୍ରୋପଚାର ଓ ଟ୍ରମାକେନ୍ଦ୍ର କିପରି ଚାଲିଥିବ ତାହା ସହଜେ ଅନୁମେୟ। ସେହିପରି ସ୍ତ୍ରୀ ରୋଗ ଏବଂ ଶିଶୁ ବିଭାଗ ଡାକ୍ତର ଥିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଶିଶୁଙ୍କ ପାଇଁ ସର୍ବନିମ୍ନ ୩୦ରୁ ୩୫ ଶଯ୍ୟାର ଆବଶ୍ୟକତା ଥିବାବେଳେ ୨୪ଟି ଶଯ୍ୟା ରହିଛି। ସୁନ୍ଦରଗଡ ସମେତ ପଡୋଶୀ ଜିଲା ଏବଂ ସୀମାନ୍ତ ଝାଡଖଣ୍ଡର ଜନସାଧାରଣ ଆର୍‌ଜିଏଚ୍‌ ଉପରେ ନିର୍ଭର କରୁଥିବାରୁ ଏଠାରେ ସ୍ବାସ୍ଥ୍ୟସେବା ପାଇଁ କର୍ତ୍ତୃପକ୍ଷଙ୍କ ଉପରେ ମଧ୍ୟ ଚାପ ପଡୁଛି। ଅନ୍ୟପକ୍ଷେ ରବିବାର ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡ. ନାରାୟଣ ଚନ୍ଦ୍ର ପାଲ, ମୁଖ୍ୟଯନ୍ତ୍ରୀ ଇଂ. ଗୌରାଙ୍ଗ ସାହୁ, ଅତିରିକ୍ତ ସଚିବ ତଥା ମୁଖ୍ୟଯନ୍ତ୍ରୀ ଇଂ. ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ରାଉରକେଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ପ୍ରମୁଖ ଆର୍‌ଜିଏଚ୍‌ରେ ଚାଲିଥିବା ବିଭିନ୍ନ ନିର୍ମାଣ କାମର ତଦାରଖ କରିଛନ୍ତି।
ଏ ସମ୍ପର୍କରେ ଆର୍‌ଜିଏଚ୍‌ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କୁ ପଚାରିବାରୁ ସେ କହିଥିଲେ, ଆଖପାଖ ହସ୍ପିଟାଲରେ ରୋଗୀଙ୍କ ପାଇଁ ଆବଶ୍ୟକ ଶଯ୍ୟା ଅଭାବରୁ ରାଜଗାଙ୍ଗପୁର, ବୀରମିତ୍ରପୁର, ବିଶ୍ରା ସମେତ ଝାଡ଼ଖଣ୍ଡ ଅଞ୍ଚଳରୁ ଦୈନିକ ୩୦ ପ୍ରତିଶତ ରୋଗୀ ଆର୍‌ଜିଏଚ୍‌କୁ ଚିକିତ୍ସା ପାଇଁ ଆସୁଛନ୍ତି। ଫଳରେ ଏଠାରେ ରୋଗୀସଂଖ୍ୟା ବଢୁଛି। ସେହି ଅନୁସାରେ ଭିତ୍ତିଭୂମିର ଆବଶ୍ୟକତା ମଧ୍ୟ ରହିଛି। ଆର୍‌ଜିଏଚ୍‌ ସମସ୍ୟା ନେଇ ଆମେ ରାଜ୍ୟ ସରକାରଙ୍କୁ ଅବଗତ କରିଛୁ ବୋଲି ଶ୍ରୀବାସ୍ତବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri