ଅଦାଚାଷର ବିକାଶ ପାଇଁ ପ୍ରୋତ୍ସାହନ ଅଭାବ

ଉମରକୋଟ,୮।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ସିଲାଟି ଓ ଯାମରୁଣ୍ଡା ଅଞ୍ଚଳର କେତେଜଣ ବଙ୍ଗୀୟ ଚାଷୀ ଅଦାଚାଷ କରିଛନ୍ତି, ଯାହାକି ବହୁତ ଭଲ ହୋଇଛି। ଉମରକୋଟ ଅଞ୍ଚଳର ଜଳବାୟୁ ଅଦା ଚାଷ ପ୍ରତି ଅନୁକୂଳ ରହିଥିବା ଏଥିରୁ ଜଣାପଡ଼େ। ଉମରକୋଟ, ରାଇଘର ଓ ଝରିଗାଁ  ଅଞ୍ଚଳର ଚାଷୀମାନେ ଅଳ୍ପ ଅଳ୍ପ ଜମିରେ ଅଦା ଚାଷ କରନ୍ତି। ଫସଲ ମଧ୍ୟ ଭଲହୁଏ। କିନ୍ତୁ ଏଠାରେ ସଚେତନତା ଅଭାବ ଓ ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ଏପରି ଏକ ଲାଭବାନ ଫସଲ ପ୍ରତି ଚାଷୀ ମନ ବଳାଉନାହାନ୍ତି ବୋଲି କେତେଜଣ ଚାଷୀ ଅଭିଯୋଗ କରିଛନ୍ତି। ଉଦ୍ୟାନ ବିଭାଗ ଯଦି ଚାଷୀମାନଙ୍କୁ ଅଦାଚାଷ ପ୍ରତି ସଚେତନ କରନ୍ତେ ତେବେ ଏଠାକାର ଚାଷୀ ନିଶ୍ଚିତ ଭାବରେ ଅଦାଚାଷ ପ୍ରତି ଆଗ୍ରହ ପ୍ରକାଶ କରନ୍ତେ ବୋଲି ସେମାନେ କହିଛନ୍ତି।
  ତଳେ ଯେଉଁ ଅଦା ୮୦ ଟଙ୍କାରେ ମିଳୁଥିଲା ତାହାର ବର୍ତ୍ତମାନ ହୋଲସେଲ ରେଟ ୧୫୦ ଟଙ୍କାରେ ପହଞ୍ଚତ୍ଛି। ବର୍ତ୍ତମାନ ସେମିଳିଗୁଡ଼ାରେ ଅଦା ବେପାରୀମାନେ ଅଦା କିଲୋ ପ୍ରତି ୧୪୮ ଟଙ୍କାରେ ବିକ୍ରି କରୁଛନ୍ତି। ଉକ୍ତ ଅଦା ଉମରକୋଟ ଆସିବା ବେଳକୁ ୧୭୦ ଟଙ୍କାରେ ବିକ୍ରି ହେବ ବୋଲି ଜଣେ ବେପାରୀ କହିଛନ୍ତି। ଅଳ୍ପ ଦିନ ମଧ୍ୟରେ ଅଦା କିଲୋ ପ୍ରତି ୨ଶହ ଟଙ୍କାରେ ପହଞ୍ଚତ୍ବ ବୋଲି ବ୍ୟବସାୟୀ କହୁଛନ୍ତି। ଅଦା ସାଧାରଣତଃ ସେମିଳିଗୁଡା ଅଞ୍ଚଳରୁ ନବରଙ୍ଗପୁର ତଥା ଉମରକୋଟ ବଜାରକୁ ଆସିଥାଏ। ଗତ ବର୍ଷ ଅଦାର ଦର ବହୁତ କମିଯିବାରୁ ଚଳିତ ବର୍ଷ ଚାଷୀ ଅଦାଚାଷ କରି ନ ଥିବା ଜଣାପଡ଼ିଛି। ଫଳରେ ଅଦାର ଦାମ କ୍ରମାଗତ ବଢ଼ିବାରେ ଲାଗିଛି। ଅନ୍ୟପଟେ କେରଳ ଓ କର୍ନାଟକର କେତେଜଣ ଅଣ ଓଡ଼ିଆ ଚାଷୀ ଉମରକୋଟ ଓ ଛତିଶଗଡ଼ ସୀମାରେ ହଜାର ହଜାର ଏକର ଜମିରେ ଅଦା ଲଗାଇ ଚେନ୍ନାଇ ଓ ବାଙ୍ଗାଲୋର ପଠାଇ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଫଳରେ ଏହି ଅଦା ସବୁ ସେଠାକୁ ଚାଲିଯାଉଛି।
ଉମରକୋଟ କନିଷ୍ଠ ଉଦ୍ୟାନ ବିଭାଗର ଅଧିକାରୀ ସରୋଜ କୁମାର ସେନାପତିଙ୍କୁ ପଚାରିବରୁ ୨୦୧୨-୧୩ରେ ଚାଷୀଙ୍କ ପାଇଁ ହଳଦୀ ବିହନ ଆସିଥିଲା । କିନ୍ତୁ ନବରଙ୍ଗପୁର ଅଞ୍ଚଳର ଚାଷୀ ହଳଦୀ ଚାଷ ପ୍ରତି ଏତେଟା ଆଗ୍ରହ ପ୍ରକାଶ କଲେ ନାହି। ବର୍ତ୍ତମାନ ଚାଷୀଙ୍କ ପାଇଁ ଅଦା ଓ ହଳଦୀ ବିହନ ରିହାତି ଦରରେ ଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତ। ଉମରକୋଟରେ ଉଦ୍ୟାନ ବିଭାଗର ଅଧିକାରୀ ରହୁ ନ ଥିବାରୁ ଚାଷୀମାନେ ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି। ଏଠାରେ ଜଣେ ନିୟମିତ ଉଦ୍ୟାନ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଚାଷୀ ମହଲରେ ଦାବି ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?