ମଧୁରଜଳ ଅଭାବ, ବିପଦରେ ଭିତରକନିକା ହେନ୍ତାଳବଣ

କେନ୍ଦ୍ରାପଡ଼ା,୨୫ା୨(ଜଗନ୍ନାଥ ଧଳ)ଖରାଦିନ ଆରମ୍ଭରୁ ମହାନଦୀରେ ଜଳସଙ୍କଟ ଦେଖାଦେଇଛି। ଶେଷମୁଣ୍ଡରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାରେ ମଧୁର ଜଳ ସଙ୍କଟ ଆରମ୍ଭ ହେଲାଣି। ମଧୁର ଜଳ ପାଇଁ ମହାକାଳପଡ଼ା ବନାଞ୍ଚଳରୁ ହରିଣ ଆସି ଗ୍ରାମାଞ୍ଚଳରେ ବିଚରଣ କଲେଣି। ଗୁରୁବାର ଏପରି ଘଟଣାରେ ଗୋଟିଏ ହରିଣ ଧରାପଡିଛି। ମହାନଦୀ, ବୈତରଣୀ ଜଳ ଏହି ଜାତୀୟ ଉଦ୍ୟାନରେ ପହଞ୍ଚତ୍ ପାରୁ ନ ଥିବା ବେଳେ ନଦୀ ଜଳକୁ ଉତ୍ତୋଳନ ପାଇଁ ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲା ଓ ଜାତୀୟ ଉଦ୍ୟାନରେ ଆବଶ୍ୟକ ଜଳର ସର୍ଭେ ହେଉନାହିଁ। ଆସନ୍ତା ୧୫ ଦିନ ମଧ୍ୟରେ ଜଳର ଉତ୍କଟ ଅଭାବ ଦେଖାଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଶିକ୍ଷାବିତ୍‌ ଭୁବନମୋହନ ଜେନା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ସଞ୍ଜୟ ବେହୁରା ପ୍ରମୁଖ କୁହନ୍ତି, ମଧୁର ଜଳ ଅଭାବ ହେନ୍ତାଳବଣ ନଷ୍ଟର କାରଣ ହେବ। ଭିତରକନିକାର ପ୍ରାକୃତିକ ବିଭବ ବିଶ୍ୱସ୍ତରର ଆକର୍ଷଣ। ଏହି ବିଭବକୁ ଋଦ୍ଧିମନ୍ତ ପାଇଁ ମହାନଦୀ, ବୈତରଣୀ ଓ ବ୍ରାହ୍ମଣୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ନଦୀ ମଧୁର ଜଳ ଯୋଗାଇଥାଏ। ୬୦ ପ୍ରତିଶତ ଲୁଣା ଓ ୪୦ ପ୍ରତିଶତ ମଧୁର ଜଳର ମିଶ୍ରଣ ଅଞ୍ଚଳରେ ସାଧାରଣରେ ହେନ୍ତାଳବଣ ସୃଷ୍ଟି ହୋଇଥାଏ। ମଧୁର ଜଳ ନ ଥିବାରୁ ସମୁଦ୍ର ତଟରେ କେବଳ ଝାଉଁବଣ ଦେଖିବାକୁ ମିଳେ ା ରାଜ୍ୟରେ ୪୮୦ କି.ମି. ଲମ୍ବର ତଟାଞ୍ଚଳରେ ମୋଟ ୨୨୨ ବର୍ଗ କି.ମି. ଘଞ୍ଚ ହେନ୍ତାଳବଣ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କି.ମି. ତଟାଞ୍ଚଳରେ ସର୍ବାଧିକ ୧୮୩ ବର୍ଗକିଲୋମିଟର ଏହି ବଣ ଅଛି। ତେବେ ଭିତରକନିକାକୁ ମଧୁର ଜଳ ଯୋଗାଉଥିବା ୩ ସିଷ୍ଟମ ଏବେ ଅକାମୀ ହେବାକୁ ଯାଉଛି। ଛତିଶଗଡ଼ ରାଜ୍ୟରେ ବନ୍ଧ ନିର୍ମାଣ ପରେ ଜଳକୁ ନେଇ ଓଡ଼ିଶା ସରକାରଙ୍କ ସହିତ ଦ୍ୱନ୍ଦ୍ୱ ଦେଖାଯାଇଛି। ଜଳସ୍ରୋତ ମହାନଦୀରେ କମୁଛି। ଏହି ସମୟରେ ଭୁବନେଶ୍ୱର ମହାନଗର ନିଗମ ପାନୀୟ ଜଳ ପାଇଁ ଦୈନିକ ୧୩୦ ମିଲିୟନ ଲିଟର ମୁଣ୍ଡଳୀ ଠାରୁ ଉଠାଯିବାକୁ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ସନ୍ତରାଠାରେ ମହାନଦୀ ପାଣିକୁ ରୋକା ଯାଇ କେନ୍ଦ୍ରାପଡ଼ା ଜିଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ହେବାକୁ ଯାଉଛି। ଏହି ବ୍ୟାରେଜରୁ ଉଦ୍‌ବୃତ୍ତ ଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୨୦୦ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ୨ଟି ମେଗା ପ୍ରକଳ୍ପ ନିର୍ମାଣାଧୀନ ଅଛି। ଏହାବ୍ୟତୀତ ମହାନଦୀ ଜଳକୁ ଶିଳ୍ପ ଓ ବହୁ ପାନୀୟ ପ୍ରକଳ୍ପ ସହିତ ଯୋଡାଯାଇଛି। ଫଳରେ ମହାନଦୀ ଓ ଏହା ସିଷ୍ଟମରେ ଥିବା ଜିଲାର ବିରୂପା, ଚିତ୍ରୋପତ୍ଳା, ଲୁଣା, କରାଣ୍ଡିଆ ଆଦି ନଦୀ ଓ କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ କେନାଲରେ ଜଳାଭାବ ଦେଖାଯିବ। ଜଳ ତଳମୁଣ୍ଡରେ ଥିବା ଭିତରକନିକାକୁ ଏହାର ପାଣି ପହଞ୍ଚତ୍ବା ଆଶା ରହିବ ନାହିଁ। ସେହିପରି ଶିଳ୍ପ ଓ ବ୍ୟାରେଜ ପାଇଁ ବୈତରଣୀର ମଧୁର ଜଳ ଭିତରକନିକାକୁ ପହଞ୍ଚୁ ନାହିଁ। ଫଳରେ ବୈତରଣୀ ନଦୀକୁ ପାରକରି ଖରସ୍ରୋତାରୁ ପାଣି ଉଠାଇ ଭଦ୍ରକ ଜିଲାକୁ ନିଆଯାଉଛି। ଭିତରକନିକାକୁ ବର୍ଷା ଦିନ ବ୍ୟତୀତ ବ୍ରାହ୍ମଣୀ ନଦୀ ମାଧ୍ୟମରେ ଖରାଦିନେ ପାଣି ପହଞ୍ଚୁଥିଲା। ବ୍ରାହ୍ମଣୀ ଓ ଏହାର ସିଷ୍ଟମରେ ଥିବା ଖରସ୍ରୋତା ଜଳ ଉପରେ ଏବେ ବହୁ ପାନୀୟ ଜଳ ପ୍ରକଳ୍ପ ସହିତ ଶିଳ୍ପକୁ ପାଣି ଯୋଗାଯାଉଛି। ପରିସ୍ଥିତି ଏପରି ହୋଇଛି, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା ନଦୀନାଳକୁ ସମୁଦ୍ରର ଲୁଣି ଜଳ ମାଡିଆସିଲାଣି। ହେନ୍ତାଳବଣର ସୁରକ୍ଷା ପାଇଁ ନଦୀର ଜଳ ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚତ୍ବା ଆବଶ୍ୟକ ା ଏନେଇ କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନାହିଁ। ମଧୁର ଜଳର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ଅନୁଧ୍ୟାନ ହେଉ ନ ଥିବା ଏହି ଆର୍ଦ୍ରଭୂମି ପ୍ରତି ବିପଦ ସୃଷ୍ଟି କରିଛି ା ସେହିପରି ବିଭିନ୍ନ ସ୍ଥାନରେ ମେଗା ପ୍ରକଳ୍ପ ପରେ ଜାତୀୟ ଉଦ୍ୟାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କମିଟିର ରିପୋର୍ଟ କେବେ ଆସିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri