ଶୀତଳ ଭଣ୍ଡାର ନାହିଁ, ଆଳୁଚାଷ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୧ା୯: ଆଳୁ ଓଡ଼ିଶାର ଏକ ପ୍ରମୁଖ ପରିବା ଭାବେ ଜଣାଶୁଣା। ଅଧିକାଂଶ ପରିବାର ଆଳୁ ଉପରେ ନିର୍ଭରଶୀଳ। କିନ୍ତୁ ଏହାର ଉତ୍ପାଦନ ଓଡ଼ିଶାରେ ସନ୍ତୋଷଜନକ ନୁହେଁ। ଏଥିପାଇଁ ଓଡ଼ିଶା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ପଞ୍ଜାବ ଠାରୁ ଆଳୁ ଆମଦାନୀ କରିବାକୁ ବାଧ୍ୟ ହେଉଛି। ଏହି ଅଭାବ ଦୂର ପାଇଁ ଓଡ଼ିଶା ସରକାର ୨୦୧୫-୧୬ରେ ପଟାଟୋ ମିଶନ ଗଠନ କରିଥିଲେ। ଆଳୁ ସଂରକ୍ଷଣ ପାଇଁ ଜିଲାଗୁଡିକରେ ଶୀତଳ ଭଣ୍ଡାର କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କିନ୍ତୁ ଦୁଃଖର କଥା ହେଲା ଏଯାଏ ରାଜ୍ୟ ତାର ଅଭାବ ଦୂର କରିବାରେ ସକ୍ଷମ ହୋଇପାରିନାହିଁ । ଏହାର ମୂଳ କାରଣ ହେଉଛି ଶୀତଳ ଭଣ୍ଡାର ଅଭାବ। ଏହାର ଏକ ଦୃଷ୍ଟାନ୍ତ ଜଗତ୍‌ସିଂହପୁର ଜିଲାରେ ଦେଖିବାକୁ ମିଳିଛି । ଏହି ଜିଲାରେ ଏ ପର୍ଯ୍ୟନ୍ତ ଗୋଟିଏ ବି ଶୀତଳ ଭଣ୍ଡାର ନିର୍ମାଣ ହୋଇନାହିଁ। ଏନେଇ ଆଳୁ ଚାଷୀ ନିରାଶ ହେବାରେ ଲାଗିଛନ୍ତି।
ଜଗତ୍‌ସିଂହପୁର ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ପାଖାପାଖି ୩୦,୦୦୦ ହେକ୍ଟର ଜମିରେ ଉଦ୍ୟାନ କୃଷି ପାଇଁ ଅନୁକୂଳ ପରିବେଶ ରହିଛି। ଏଥିରୁ ୩୩୮୭ ହେକ୍ଟର ଜମିରେ ଫଳ ଚାଷ କରାଯିବା ସହ ସେଥିରୁ ୨୯୭୯ ଏମ୍‌ଟି (ମେଟ୍ରିକ ଟନ୍‌) ଉତ୍ପାଦନ ହେଉଛି। ସେହିପରି ୧୯,୬୬୯ ହେକ୍ଟର ଜମିରେ ପନିପରିବା ଚାଷ କରାଯିବା ସହ ସେଥିରୁ ୨,୮୭,୮୦୨ ଏମ୍‌ଟି ଉତ୍ପାଦନ ହେଉଛି। ମାତ୍ର ଆଳୁ ଉତ୍ପାଦନ ସନ୍ତୋଷଜନକ ରହୁନି। ବିଗତ ୩ ବର୍ଷର ପରିସଂଖ୍ୟାନ ଦେଖିଲେ ଜଣାଯାଏ, ୨୦୧୯-୨୦ରେ ଜିଲାରେ ୫୧୨ ହେକ୍ଟର ଜମିରେ ଆଳୁଚାଷ କରାଯାଇଥିଲା। ଏବର୍ଷ ୬୦୨୫ ଏମ୍‌ଟି (ମେଟ୍ରିକ ଟନ୍‌) ଆଳୁ ଉତ୍ପାଦନ ହୋଇଥିଲା। ୨୦୨୦-୨୧ରେ ମଧ୍ୟ ଅନୁରୂପ ଭାବେ ୫୧୫ ହେକ୍ଟର ଜମିରେ ଏହି ଚାଷ କରାଯାଇଥିଲା। କିନ୍ତୁ ଉତ୍ପାଦନ ସାମାନ୍ୟ ହ୍ରାସ ପାଇ ୫୬୦୯ ଏମ୍‌ଟିରେ ପହଞ୍ଚତ୍ଥିଲା। ୨୦୨୧-୨୨ରେ ୫୫୬ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥିବା ବେଳେ ଉତ୍ପାଦନ ୫,୮୪୮ ଏମ୍‌ଟି ରହିଥିଲା। ଏହି ୩ ବର୍ଷର ଉତ୍ପାଦନକୁ ଅନୁଶୀଳନ କଲେ ଜଣାଯାଏ, ୨୦୨୧-୨୨ରେ ଅଳ୍ପ କିଛି ଅଧିକ ଜମିରେ ଆଳୁ ଚାଷ କରାଯାଇଥିଲେ ସୁଦ୍ଧା ଉତ୍ପାଦନ ୨୦୧୯-୨୦ଠାରୁ କମ୍‌ ଥିବା ଜଣାଯାଇଛି । ଏଥିମଧ୍ୟରେ ଆଳୁ ଚାଷକୁ ପ୍ରୋତ୍ସାହନ ପାଇଁ ଏସ୍‌ଏଫ୍‌ଏଲ୍‌ଏଫ୍‌ (ସ୍ମଲ ଫାର୍ମର୍ସ ଲାର୍ଜ ଫିଲ୍ଡ) ମଡେଲ ଭଳି ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସିଆଇପି) ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିୱାଇ) ସହ ଏକାଭିମୁଖୀ ହୋଇଛି। ଏହାର ଉଦ୍ଦେଶ୍ୟ ହେଲା ରିହାତି ଦେଇ ଆଳୁ ଚାଷ ପ୍ରତି ଆକର୍ଷଣ ସୃଷ୍ଟି କରିବା। ଏକ ହେକ୍ଟର ଆଳୁ ଚାଷ କଲେ ୫୮,୦୦୦ ଟଙ୍କା ରିହାତି ରହୁଥିବାରୁ ଅଧିକ ସଂଖ୍ୟକ ଲୋକ ଏବଂ ଅଧିକ ଜମିରେ ଏହି ଚାଷ ହେବ ବୋଲି ଆଶା ରଖାଯାଇଛି। ବାସ୍ତବରେ କିନ୍ତୁ ଜିଲାରେ ଚାଷୀକୁଳ ପ୍ରୋତ୍ସାହନ ସତ୍ତ୍ବେ ଆକର୍ଷିତ ହେଉ ନ ଥିବା ଲକ୍ଷ୍ୟ କରାଯାଉଛି। ୨୦୨୧-୨୨ରେ ସିଆଇପିରେ ପ୍ରଦର୍ଶନ (ଡେମନଷ୍ଟ୍ରେସନ୍‌) ଉଦ୍ଦେଶ୍ୟରେ ମାତ୍ର ୩୮ ଜଣ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଅନ୍ତର୍ଗତ ସାହାରାଡ଼ିହା ଗ୍ରାମର ୩୩ ଓ ପାଟପୁର ପଞ୍ଚାୟତ ବୋରିକିର ୫ ଜଣ ଥିଲେ । ଏହି ଚାଷୀମାନଙ୍କୁ ୧୦ ହେକ୍ଟର ଜମିରେ ଆଳୁ ଚାଷ ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯାଇଥିଲା । ଅନୁରୂପ ଭାବେ ଉଦ୍ୟାନ କୃଷି ବିଭାଗ ରାଜ୍ୟ ଯୋଜନା (ଷ୍ଟେଟ୍‌ ପ୍ଲାନ୍‌)ରେ ୩୮୪ ଜଣ ଚାଷୀଙ୍କୁ ୪୬ ହେକ୍ଟର ଜମିରେ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିଥିଲା। ସେମାନଙ୍କୁ ଏହି ଯୋଜନାରେ ସରକାରୀ ଭାବେ ହେକ୍ଟର ପିଛା ୨୯,୭୬୯ ଓ ଆର୍‌କେଭିୱାଇ (ସିଆଇପି)ରେ ୨୮,୨୩୦, ଏହିପରି ମୋଟ ୫୭,୯୯୯ (୫୮,୦୦୦) ଟଙ୍କା ରିହାତି ଯୋଗାଯାଇଥିଲା। ସେଥିରେ ଆଳୁ ବିହନ ବାବଦରେ ୭୫% ଅର୍ଥାତ୍‌ ହେକ୍ଟର ପିଛା ୩୭,୧୨୫ ଟଙ୍କା ଓ ଗଛ ଲଗାଠାରୁ ଅନ୍ୟାନ୍ୟ ବାବଦରେ ୨୦,୮୭୫ ଟଙ୍କା ରିହାତି ରହିଛି। ହେଲେ ପଟାଟୋ ମିଶନ ଘୋଷଣା ହେବାର ୭ ବର୍ଷ ଅତିକ୍ରାନ୍ତ କରି ଯାଇଥିବାବେଳେ ଜିଲାରେ ଉତ୍ପାଦନ ବଢିବା ପରିବର୍ତ୍ତେ ମନ୍ଥର ହେବା ଚିନ୍ତାର କାରଣ ହୋଇଛି । ଏ ସମ୍ପର୍କରେ ନବନିର୍ମାଣ କୃଷକ ସଙ୍ଗଠନ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁଙ୍କ ସମେତ ବିଭିନ୍ନ ବ୍ଲକ ଅଞ୍ଚଳ ଯଥା ରଘୁନାଥପୁରରୁ ବସନ୍ତ ସ୍ବାଇଁ, ବେଣୁଧର ଦାସ, ବିରିଡ଼ିର ନାରାୟଣ ମୁଦୁଲି, ପରମାନନ୍ଦ ଖଟେଇ, ଜଗତ୍‌ସିଂହପୁର ପ୍ରଫୁଲ୍ଲ ବିଶ୍ୱାଳ, ନାଉଗାଁ ଚତୁଭୁଜ ମହାନ୍ତି, ବାଲିକୁଦା ଅଶୋକ କୁମାର ସ୍ବାଇଁ, ତିର୍ତ୍ତୋଲ ଅକ୍ଷୟ ଦାଶ, କୁଜଙ୍ଗ ରଘୁନାଥ ପୃଷ୍ଟି ଓ ଏରସମାର ବିଚିତ୍ରାନନ୍ଦ ସ୍ବାଇଁ ପ୍ରମୁଖ କହିଛନ୍ତି, ପ୍ରୋତ୍ସାହନ ହେଉଛି, ମାତ୍ର ବିପଣନ ବ୍ୟବସ୍ଥା ହେଉନି । ଶୀତଳ ଭଣ୍ଡାର ନ ଥିବା ମୁଖ୍ୟ ସମସ୍ୟା ପାଲଟିଛି।
ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ଆଳୁ ଚାଷ ପ୍ରଭାବିତ ହେଉଥିବା ନେଇ ବାରମ୍ବାର ଦାବି ହୋଇ ଆସୁଛି। କିନ୍ତୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଗୋପବନ୍ଧୁ ସେବା ସମବାୟ ସମିତି ଦ୍ୱାରା ଅତୀତରେ ଜଗତ୍‌ସିଂହପୁର ନିକଟ ଯୋଗଧାରୀଠାରେ ଏକ ଶୀତଳ ଭଣ୍ଡାର ଥିଲା । ରଘୁନାଥପୁରରେ ମଧ୍ୟ ଥିଲା । କିନ୍ତୁ ଏସବୁ ଅଚଳ ହୋଇଯାଇଛି। ସରକାର ବିକଳ୍ପ ଚିନ୍ତା ସ୍ବରୂପ ଜିଲା ମୁଖ୍ୟାଳୟରେ ଅନ୍ତତଃ ୫୦୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନ କରିବା ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ କହିଛନ୍ତି । ଏ ସମ୍ପର୍କରେ ଏଡିଚ୍‌ ଉଦ୍ୟାନ କୃଷ୍ଟି ଅତିରିକ୍ତ ନିର୍ଦ୍ଦେଶକ ପ୍ରଦୀପ ବଳ ଶୀତଳ ଭଣ୍ଡାର ହେଲେ ଆଳୁ ଉତ୍ପାଦନ ବଢ଼ିବ ବୋଲି ସ୍ବୀକାର କରିଛନ୍ତି। ତେବେ ଏହି ଶୀତଳ ଭଣ୍ଡାର କରିବା ପାଇଁ କୌଣସି ବ୍ୟକ୍ତି ଆଗ୍ରହ ପ୍ରକାଶ କଲେ ତାଙ୍କୁ ସହଯୋଗ କରାଯିବ। ଏହାଛଡା ଆଳୁ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବାରୁ ଲୋକେ ଏଥିପାଇଁ ଆଗେଇଆସିବାକୁ ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

ଘୁଞ୍ଚିଲା ଏସିଆନ ଗେମ୍ସ ରିଭ୍ୟୁ ବୈଠକ, କେବେ ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ନିକଟରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଦେଶର ପ୍ରଦର୍ଶନକୁ ରିଭ୍ୟୁ କରିବା ପାଇଁ ଜାତୀୟ କ୍ରୀଡ଼ା ଫେଡେରେଶନମାନଙ୍କ ସହ କ୍ରୀଡ଼ା ମନ୍ତ୍ରଣାଳୟର ଦିନିକିଆ ବୈଠକକୁ ଆସନ୍ତା…

ଶୀତଦିନେ ରୁମ୍‌ ହିଟର କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି କଥା, ନଚେତ୍‌ ପସ୍ତାଇବେ

ଶୀତଦିନେ ସକାଳୁ ବିଛଣାରୁ ଉଠିବା କଷ୍ଟକର ହୋଇପଡ଼େ। ଘର ଭିତରେ ଥଣ୍ଡା ଯୋଗୁଁ ହାତ ଓ ପାଦ ମଧ୍ୟ ବରଫ ଭଳି ଥଣ୍ଡା ହୋଇଯାଏ। ଏଭଳି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?