ଆଣ୍ଟିବାୟୋଟିକ୍‌ ଅଭାବ

ମାନିକା ବାଲାସେଗାରାମ

 

ଆଣ୍ଟିବାୟୋଟିକ୍ସର ଅତ୍ୟଧିକ ବ୍ୟବହାର ଶରୀରରେ ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାନ୍ସ (ଏଏମ୍‌ଆର୍‌)ର କାରଣ ବୋଲି ଅଧିକ ଲୋକ ଜାଣନ୍ତି। ବହୁ ସମୟରେ ଏହାକୁ ‘ସାଇଲେଣ୍ଟ ପାଣ୍ଡେମିକ’ ବା ନୀରବ ମହାମାରୀ କୁହାଯାଏ। କିନ୍ତୁ ଆଣ୍ଟିବାୟୋଟିକ୍ସର ଅଭାବ ବି ଏଏମ୍‌ଆର୍‌ ବୃଦ୍ଧିରେ ମୁଖ୍ୟ ଭୂମିକା ନେଇଥାଏ ବୋଲି କମ୍‌ ଲୋକ ଜାଣନ୍ତି। ଶିଶୁମାନଙ୍କ କ୍ଷେତ୍ରରେ ଷ୍ଟ୍ରେପ-ଏ ଚିକିତ୍ସା ଲାଗି ଉଦ୍ଦିଷ୍ଟ ପେଡିଆଟ୍ରିକ ଆମୋକ୍ସିଲିନ ଅଭାବ ଗତବର୍ଷ ଶେଷାର୍ଦ୍ଧରେ ଇଂଲଣ୍ଡରେ ଖବରର ଶିରୋନାମା ପାଲଟିଥିଲା। ସେହି ସମୟରେ ସଂକ୍ରମଣରେ ଅତିକମ୍‌ରେ ୧୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏଭଳି ଅଭାବ ଏକ ସାଧାରଣ କଥା ଏବଂ ଏହା ସବୁଠାରେ ଦେଖାଯାଏ। ଏହାଦ୍ୱାରା ପୃଥିବୀର ସବୁଆଡ଼େ ଦେଶଗୁଡ଼ିକ ପ୍ରଭାବିତ ହୋଇଥା’ନ୍ତି। ଆଣ୍ଟିବାୟୋଟିକ୍ସ ଅଭାବଜନିତ ସ୍ଥିତିର ପରିଣାମ ଉଭୟ ବ୍ୟକ୍ତିଗତ ସ୍ବାସ୍ଥ୍ୟ କ୍ଷେତ୍ରରେ ଦେଖିବାକୁ ମିଳେ ଓ ଏହାଯୋଗୁ ଏଏମ୍‌ଆର୍‌ ସଂକ୍ରମଣ ଗମ୍ଭୀର ହୋଇପାରେ। ଆଗଧାଡ଼ିିର ସବୁ ଆଣ୍ଟିବାୟୋଟିକ୍ସ ଅଭାବ କାରଣରୁ ବହୁ ସମୟରେ ସ୍ବତନ୍ତ୍ର କିମ୍ବା ଜରୁରୀ ବ୍ୟବହାର ଲାଗି ଗଚ୍ଛିତ ଆଣ୍ଟିବାୟୋଟିକ୍ସର ଅତ୍ୟଧିକ ବ୍ୟବହାର ଯୋଗୁ ଏଭଳି ଘଟିଥାଏ। ଏହି ବିକଳ୍ପଗୁଡ଼ିକ କେବଳ କମ୍‌ ପ୍ରଭାବୀ ହୋଇ ନ ଥାଏ, ବରଂ ଏସବୁ ଉପରେ ନିର୍ଭରଶୀଳ ହେବା ଦ୍ୱାରା ଶରୀରରେ ଓଷଧ ପ୍ରତିରୋଧକ ବିପଦ ବଢ଼ିବା ସହ ସଂକ୍ରମଣର ଦୀର୍ଘମିଆଦୀ ଚିକିତ୍ସା ଅଧିକ କଷ୍ଟସାଧ୍ୟ ହୋଇଯାଏ।
ଏଏମ୍‌ଆର୍‌ ଏବେ ବିଶ୍ୱର ସବୁଠୁ ବଡ଼ ଘାତକ ହୋଇଗଲାଣି। ଏହା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ୨୦୧୯ରେ ଏଥିରେ ସିଧାସଳଖ ୧.୨୭ ମିଲିୟନ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯାହା ଏଚ୍‌ଆଇଭି/ଏଡ୍‌ସ ଓ ମ୍ୟାଲେରିଆରେ ହୋଇଥିବା ମୋଟ ମୃତ୍ୟୁସଂଖ୍ୟାଠାରୁ ଅଧିକ ଏବଂ ପରୋକ୍ଷରେ ୪.୯୫ ମିଲିୟନରୁ ଅଧିକ ଲୋକଙ୍କ ମୃତ୍ୟୁ ସହ ଏହାର ସମ୍ପର୍କ ରହିଥିଲା। ବଢ଼ୁଥିବା ଏହି ସଙ୍କଟ ପ୍ରତି ପ୍ରକାଶ ପାଉଥିବା ବୈଶ୍ୱିକ ପ୍ରତିକ୍ରିୟାରେ ମୁଖ୍ୟତଃ ନୂଆ ଆଣ୍ଟିବାୟୋଟିକ୍ସ ବିକାଶ କରାଯାଇ କେବଳ ଡ୍ରଗ୍‌ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆରେ ଶୀଘ୍ର ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ସ୍ବଳ୍ପ ସମୟରେ ଏଏମ୍‌ଆର୍‌ ମୃତ୍ୟୁସଂଖ୍ୟା ଏବଂ ଏଏମ୍‌ଆର୍‌ର ସ୍ବାସ୍ଥ୍ୟ ଉପରେ ଥିବା ବ୍ୟାପକ ପ୍ରଭାବ ହ୍ରାସ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆଣ୍ଟିବାୟୋଟିକ୍ସ ଅଭାବର କାରଣ ଖୋଜି ତାହାକୁ ସମାଧାନ କରିବା ସହ ଉପଯୁକ୍ତ ଚିକିତ୍ସା ସକାଶେ ଏହାର ଯୋଗାଣରେ ଉନ୍ନତି ଅଣାଯାଇପାରିଲେ ଏହା ହୋଇପାରିବ। ସେହିଭଳି ଆଣ୍ଟିବାୟୋଟିକ୍ସ ବଜାରର ବିଫଳତା ମଧ୍ୟ ବିଶ୍ୱସ୍ତରରେ ଏଏମ୍‌ଆର୍‌ ସଙ୍କଟ ବୃଦ୍ଧି କରିଛି। ଏହା ଆଣ୍ଟିବାୟୋଟିକ୍ସ ଅଭାବ ଲାଗି ବେଶି ଦାୟୀ। ଅନ୍ୟ ଓଷଧଗୁଡ଼ିକ ତୁଳନାରେ ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ କରିବା ଅଧିକ ଜଟିଳ ଓ ବ୍ୟୟବହୁଳ। ଏଥିପାଇଁ କଠୋର ନିୟାମକ ରହିଛି ଓ ତାହା ପାଳନ କରିବାକୁ ପଡ଼େ ଏବଂ ଏଥିରେ କମ୍‌ ଲାଭ ହୋଇଥାଏ। ପରିଣାମ ସ୍ବରୂପ, ଅନେକ ଫାର୍ମାସ୍ୟୁଟିକାଲ କମ୍ପାନୀ ଉତ୍ପାଦନ ଅତ୍ୟଧିକ ହ୍ରାସ କରିଛନ୍ତି କିମ୍ବା ଗତ କିଛି ଦଶନ୍ଧି ହେଲା ଆଣ୍ଟିବାୟୋଟିକ୍ସକୁ ନେଇ ଗବେଷଣା ଓ ବିକାଶ ବନ୍ଦ କରିଦେଇଛନ୍ତି।
କେବଳ ଅଳ୍ପ କିଛି ଆଣ୍ଟିବାୟୋଟିକ୍ସ ବିକାଶ କରାଯାଇଛି। କିନ୍ତୁ ଏବେ ବଜାରରେ ଉପଲବ୍ଧ ଉତ୍ପାଦ ତୁଳନାରେ ଏସବୁ ସେଭଳି ଦୃଷ୍ଟି ଆକର୍ଷଣ କରିନାହିଁ। ଅନେକାଂଶରେ ଯୋଗାଣ ଶୃଙ୍ଖଳରେ ବାଧା ଓ ଅସ୍ଥିିରତା ଏଥିପାଇଁ ଦାୟୀ। ଉତ୍ପାଦନ ଯୋଗାଣରେ ବିଚ୍ଛିନ୍ନତା କିମ୍ବା ଗୁଣବତ୍ତା ନିୟନ୍ତ୍ରଣ ସମସ୍ୟା କିମ୍ବା ଯୋଗାଣକାରୀ ମୂଲ୍ୟ ବୃଦ୍ଧି କିମ୍ବା ଉତ୍ପାଦନକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ହିଁ ଏହି ଓଷଧଗୁଡ଼ିକୁ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ଆଣିବାରେ ବାଧା ସୃଷ୍ଟି କରିଥାଏ। ସେହିଭଳି ଆଣ୍ଟିବାୟୋଟିକ୍ସର ଚାହିଦା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ହଠାତ୍‌ ବ୍ୟାକ୍ଟେରିଆ ସଂକ୍ରମଣ ଦେଖାଦେବା ଏବଂ ଜାତୀୟ ସ୍ତରରେ ଯୋଗାଣର ଦୁର୍ବଳ ପରିଚାଳନା କାରଣରୁ ଚାହିଦାରେ ଅସ୍ଥିରତା ଦେଖାଯାଇଥଏ। ଫଳରେ ବିକ୍ରି ପାଇଁ ବଜାରରେ ଏହା ଉପଲବ୍ଧ ହୁଏ ନାହିଁ। ସାଧାରଣତଃ ଫାର୍ମାସ୍ୟୁଟିକାଲ ଶିଳ୍ପରେ ଅଭାବ ସ୍ଥିତି ଉପୁଜିଥାଏ। ଅନ୍ୟ ଓଷଧର ଅଭାବ ତୁଳନାରେ ଆଣ୍ଟିବାୟୋଟିକ୍ସ ଅଭାବର ସମ୍ଭାବନା ୪୨%ରୁ ଅଧିକ ରହିଛି। ଯଦିଓ ସମସ୍ୟାର ସ୍ତର ପ୍ରକାଶ କରିବା ପାଇଁ ଠିକ୍‌ ସଂଖ୍ୟା ପାଇବା କଷ୍ଟକର, ତଥାପି ଉତ୍ତମ ମାର୍କେଟ ଇଣ୍ଟେଲିଜେନ୍ସ ଦ୍ୱାରା ଅନେକ କିଛି ଅନିଶ୍ଚିତତାକୁ ଦୂରେଇ ଦିଆଯାଇପାରେ। ଏପରିକି ଆଣ୍ଟିବାୟୋଟିକ୍‌ ଅନ୍ୟ ଓଷଧ ତୁଳନାରେ କମ୍‌ ଲାଭଜନକ ହୋଇଥିଲେ ବି ଯଦି ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକ ପାଖରେ ଠିକ୍‌ ତଥ୍ୟ ଥାଏ, ତେବେ ସେମାନେ ଲାଭ ପାଇପାରିବେ। ଉନ୍ନତ ପୂର୍ବାନୁମାନ ଉତ୍ପାଦନକାରୀମାନେ ସାମ୍ନା କରୁଥିବା ବିପଦକୁ ହ୍ରାସ କରିପାରେ ଏବଂ ଉତ୍ପାଦନ ବୃଦ୍ଧି କରିବା ସହ ସେମାନଙ୍କ ବଜାରକୁ ବିସ୍ତାର କରିବା ପାଇଁ ଏକ ଶକ୍ତିଶାଳୀ ପ୍ରୋତ୍ସାହନ ଯୋଗାଇ ଦେଇପାରେ।
ଦେଶଗୁଡ଼ିକ, ବିଶେଷକରି ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ଓଷଧ କ୍ରୟ, ପଞ୍ଜୀକରଣ ଏବଂ ପରିଚାଳନା ପଦ୍ଧତିରେ ଉନ୍ନତି ପାଇଁ ବ୍ୟାପକ ସୁଯୋଗ ଅଛି। ଜାତୀୟ ନିୟାମକ କର୍ତ୍ତୃପକ୍ଷଙ୍କ କ୍ଷମତା ବିସ୍ତାର କରି; ଉଦାହରଣ ସ୍ବରୂପ, ଯୋଗାଣକୁ ଟ୍ରାକ୍‌ କରିବା ଏବଂ ସମନ୍ବୟ ରକ୍ଷା କରିବା ଏବଂ ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବା ଲାଗି ଭଣ୍ଡାର ସୃଷ୍ଟି କରିବା ସହଜ ହେବ। ଡ୍ରଗ୍‌ ନିର୍ମାତାମାନଙ୍କୁ ଏହିସବୁ ଅଧିକ ନିଶ୍ଚିତତା ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରିବ।
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ଗ୍ଲୋବାଲ ଆଣ୍ଟିବାୟୋଟିକ୍‌ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ପାର୍ଟନରଶିପ (ଯେଉଁଥିରେ ମୁଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ)ର ମିଳିତ ନେତୃତ୍ୱରେ ଚାଲିଛି ସିକ୍ୟୁୟର ଅଭିଯାନ। ଅତ୍ୟାବଶ୍ୟକ ଆଣ୍ଟିବାୟୋଟିକ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ଦେଶଗୁଡ଼ିକ ସହିତ କାର୍ଯ୍ୟ କରିବାକୁ ଏହା ଲକ୍ଷ୍ୟ ରଖିଛି। ଅଭାବ ସ୍ଥିତିରେ ତଦାରଖ, ପ୍ରତିରୋଧ ଏବଂ ପ୍ରତିକ୍ରିୟାରେ ସାହାଯ୍ୟ କରିବାରେ ଜାତୀୟ ନିୟାମକ କର୍ତ୍ତୃପକ୍ଷ କେମିତି କେନ୍ଦ୍ରୀଭୂତ କେନ୍ଦ୍ର ଭାବେ କାର୍ଯ୍ୟ କରିପାରିବେ, ତା’ ଉପରେ ଅନୁସନ୍ଧାନ କରିବ। ପରିଶେଷରେ, ସିକ୍ୟୁୟର ମିଳିତ କ୍ରୟ ବ୍ୟବସ୍ଥା ଲାଗି ଦେଶଗୁଡ଼ିକୁ ଉତ୍ସାହିତ କରିବା ସହ ଅଧିକ ବିଶ୍ୱାସଯୋଗ୍ୟ ଯୋଗାଣ ନିଶ୍ଚିତ କରି ଅଧିକ ଉତ୍ସାହଜନକ ଏବଂ ପ୍ରତିଯୋଗୀ ବଜାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ଆଣ୍ଟିବାୟୋଟିକ୍‌ ଅଭାବ ସବୁ ଦେଶ ପାଇଁ ଏକ ଗମ୍ଭୀର ସମସ୍ୟା। କିନ୍ତୁ ଅନେକ କିଛି ଉପାୟ ଅଛି, ଯେଉଁଥିରେ ସେଗୁଡ଼ିକୁ ଦୂର କରାଯାଇପାରିବ ଏବଂ ତାହା କରାଯିବା ଉଚିତ। ଏଏମ୍‌ଆର୍‌ର ତୀବ୍ର ବିସ୍ତାର ଏବଂ ଆଣ୍ଟିବାୟୋଟିକ୍‌ ବିକାଶରେ ବିଳମ୍ବକୁ ଦୃଷ୍ଟିରେ ରଖି ଆମେ ଏହି ସମସ୍ୟାକୁ ଅଣଦେଖା କରିପାରିବା ନାହିଁ। ଏହା ସହ ଅଭାବୀ ଯୋଗାଣର ସମାଧାନ ପାଇଁ ପ୍ରୟାସ କରାଯିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ, ଯାହା ନୂତନ ଓଷଧ ଉପଲବ୍ଧତା ଏବଂ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ତାହା ପହଞ୍ଚିବା ପ୍ରକ୍ରିୟାକୁ ନିଶ୍ଚିତ କରିବାରେ ସାହାଯ୍ୟ କରିବ।
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଗ୍ଲୋବାଲ ଆଣ୍ଟିବାୟୋଟିକ୍‌ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ପାର୍ଟନରଶିପ୍‌

 

 


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri