ଗାଁ ଗାଁରେ କାମ: ଶ୍ରମିକ ଭିଟାମାଟି ଛାଡ଼ୁଛନ୍ତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟ ପାଇଁ ଶ୍ରମିକ ମିଳୁନାହାନ୍ତି। ସେପଟେ ପେଟ ଚାଖଣ୍ଡକ ପାଇଁ ଶ୍ରମିକ ଭିଟାମାଟି ଛାଡୁଥିବା ଅଭିଯୋଗ ହେଉଛି। କେଉଁଠି ତ୍ରୁଟି ରହିବା କାରଣରୁ ଏପରି ଅସୁବିଧାକୁ ସମାଧାନ କରାଯାଇପାରୁ ନାହିଁ।
ନୟାଗଡ଼ ଜିଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଭୌଗୋଳିକ ଦୃଷ୍ଟିକୋଣରୁ ଜିଲାର ୩୩ ପ୍ରତିଶତ ପାହାଡ଼ ଓ ବଣ ଜଙ୍ଗଲରେ ଭରପୂର। ଜିଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ନୟାଗଡ଼ରେ ଶ୍ରମିକମାନେ କାମ କରିବାକୁ ମିଳୁ ନ ଥିବା ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିମାନେ ମତ ଦେଉଛନ୍ତି। ଜିଲାର ୯୯ ପ୍ରତିଶତ ପ୍ରକଳ୍ପର କାର୍ଯ୍ୟ ମେଶିନ ଦ୍ୱାରା କରାଯାଉଛି। ତେବେ କାଗଜକଲମରେ ଶ୍ରମ ଦିବସ ସୃଷ୍ଟି କରାଯାଇ ସବୁ କିଛି ଠିକ୍‌ଠାକ୍‌ ବୋଲି ଦର୍ଶାଯାଉଛି। ଏଭଳି ଅଭିଯୋଗ ବିଭିନ୍ନ ସମୟରେ ଉଠୁଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉନାହିଁ। ଅପରପକ୍ଷେ ପାହାଡ଼ିଆ ଜିଲା ନୟାଗଡ଼ରେ ବନ୍ୟା, ବାତ୍ୟା, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଏ ପରିସ୍ଥିତିରେ ଯାହା କିଛି ଉନ୍ନୟନ କାର୍ଯ୍ୟ ହେଉଛି ତାର ସୁଫଳ ଲୋକଙ୍କୁ ମିଳୁନି। ଏଠାକାର ଲୋକଙ୍କର ଆର୍ଥିକ ମାନଦଣ୍ଡ ସ୍ବଚ୍ଛଳ ନ ଥିବାରୁ ପରିବାର ପ୍ରତିପୋଷଣ କରିବାକୁ ଯେତିକି ଅର୍ଥ ଆବଶ୍ୟକ ତାହା ଉପାର୍ଜନ କରିବା କେତେକ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅର୍ଥ ବହୁତ କମ୍‌ ମିଳୁଛି। ତାହା ପୁଣି ବିଳମ୍ବରେ। ଜବ୍‌କାର୍ଡ ପାଇବାକୁ ପୁଣି ରାଜନୀତି କରାଯାଉଛି ବୋଲି ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଉଛି। ଏଥିରୁ ରକ୍ଷା ପାଇଁ ଶ୍ରମିକମାନେ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। କେତେଜଣ ନାବାଳକ ଶିଶୁ ଶ୍ରମିକ ମଧ୍ୟ କାମ ପାଇବା ଆଶାରେ ବାହାରକୁ ଯାଉଛନ୍ତି। ଲୋକମାନଙ୍କ ଦୁର୍ଦ୍ଦଶାର ସୁଯୋଗ କେତେଜଣ ଶ୍ରମିକ ଚାଲାଣକାରୀମାନେ ନେଉଛନ୍ତି। ଯେଉଁ ଶ୍ରମିକମାନେ ଅଭାବ ଅସୁବିଧାରେ କାଳାତିପାତ କରୁଛନ୍ତି ସେମାନଙ୍କୁ ନିୟମିତ କାମ ଓ ଅଧିକ ଅର୍ଥ ରୋଜଗାରର ଲୋଭ ଦେଖାଇ ରାଜ୍ୟ ବାହାରକୁ ଚାଲାଣକାରୀମାନେ ନେଇ ଯାଉଛନ୍ତି। ପରେ ସେମାନଙ୍କ ଉପରେ ଅକଥନୀୟ ମାନସିକ ଓ ଶାରିରୀକ ନିର୍ଯାତନା ଆରମ୍ଭ କରି ଦିଆଯାଉଛି। ପରିବାରର ଭରଣ ପୋଷଣ ପାଇଁ କେତେଜଣ ଶ୍ରମିକ ନିର୍ଯାତିତ ହୋଇ ବି ବାଧ୍ୟ ହୋଇ ମୁହଁ ନ ଖୋଲି ଚୁପ ରହିବାକୁ ଶ୍ରୟ ମଣୁଛନ୍ତି। ଆଉ କେତେଜଣ ନିର୍ଯାତନା ସହି ନ ପାରି ଲୁଚିଛପି ଘରକୁ ଚାଲି ଆସୁଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ସମସ୍ତେ ଜାଣୁଥିଲେ ମଧ୍ୟ ଜିଲା ପ୍ରଶାସନଠାରୁ ରାଜ୍ୟ ଉଚ୍ଚପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚୁପ୍‌ ରହୁଛନ୍ତି। ଫଳରେ ଭିଟାମାଟିର ମୋହ ତୁଟାଇ ଦି ପଇସା ରୋଜଗାର କରିବାକୁ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଳେଇ ଯାଉଛି। ବର୍ତ୍ତମାନ ଜିଲାର ପ୍ରାୟ ୨ଲକ୍ଷ ଶ୍ରମିକ ରାଜ୍ୟ ବାହାରକୁ ଯାଇ କାର୍ଯ୍ୟରତ ଥିବା ଏକ ସର୍ଭେରୁ ଜଣାପଡ଼ିଛି। ତେବେ କେହି ହେଲେ ବି ଶ୍ରମିକଙ୍କ ନିର୍ଯାତନା ନେଇ ସଚେତନତା ସୃଷ୍ଟି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ନେଇ ସଚେତନତା ସୃଷ୍ଟି କରାଯିବା ବଦଳରେ ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ପରସ୍ପର କାଦୁଅ ଫିଙ୍ଗାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ସୁରଟରେ କାର୍ଯ୍ୟରତ ନୂଆଗଁା ଅଞ୍ଚଳର ସୁବାସ ସାହୁ କୁହନ୍ତି, ଶାନ୍ତିରେ ଯଦି ବଞ୍ଚତ୍ବୁ, ତେବେ ଭିଟାମାଟି ଛାଡ଼ିବାକୁ ହେବ। କେତେ ଆଉ ଜୀବନ ଜୀବିକା ପାଇଁ ସଂଗ୍ରାମ କରିବୁ। କେତେଜଣ ଲୋକଙ୍କ ସହ ଝଗଡ଼ା କରିବୁ। ଆମ ଅଞ୍ଚଳରେ ତ କାମ ମିଳୁନି। କାମ ସବୁ ମେଶିନ ଦ୍ୱାରା କରାଯାଉଛି। ଆମ ପାଇଁ କାମ ଅଭାବ, ଖାଇବୁ କ’ଣ, ଭୋକରେ କ’ଣ ମରିବୁ। ପେଟ ଚାଖଣ୍ଡକ ପାଇଁ ଭିଟାମାଟିର ମୋହ ଛାଡ଼ି ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡୁଛି। ଆପତ୍ତି କରି ଥକି ପଡ଼ିଲେ ବି କିଛି ସୁଫଳ ମିଳୁନାହିଁ। ଏଠି ସବୁକିଛି କାଗଜପତ୍ରରେ ଠିକ୍‌ଠାକ୍‌ ଚାଲିଥିବା କ୍ଷୋଭର ସହ ସାହୁ କହିଥିଲେ। ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତଙ୍କୁ ପଚାରିବାରେ ଯେତେବେଳେ ଯେଉଁ ଅଭିଯୋଗ ଆସୁଛି ତାହାକୁ ଗୁରୁତ୍ୱ ଦେଇ ସମାଧାନ କରାଯାଉଛି। ନିର୍ଯାତିତ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଉଛି। ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ଏ ସଂକ୍ରାନ୍ତରେ ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରୟଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ବୈଠକରେ ଶ୍ରମିକ ମିଳୁ ନ ଥିବା ଅଭିଯୋଗ ହେଉଛି। ତେବେ କାଗଜପତ୍ରରେ ଶ୍ରମିକ କାର୍ଯ୍ୟ କରୁଥିବା ପ୍ରମାଣ ମିଳୁଛି। ମେଶିନ କାର୍ଯ୍ୟ କରୁଥିବା ଅଭିଯୋଗ ଆସୁଥିବା ସ୍ଥାନରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri