ଶ୍ରମିକ ନେତା ମାୟାଧର ନାୟକ ଗିରଫ

ଯାଜପୁର ଅଫିସ,୧୧ା୧: ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକଙ୍କ ନାମରେ ଥିବା ୩୧ ବର୍ଷ ପୁରୁଣା ଏକ ମାମଲାର ଖୋଲତାଡ କରି ସୋମବାର ତାଙ୍କୁ ଗିରଫ କରାଯାଇଥିଲା। ହେଲେ ୩ ଘଣ୍ଟା ପୋଲିସ ହାଜତରେ ରହିବା ପରେ ତାଙ୍କୁ ଜାମିନରେ ଛାଡି ଦିଆଯାଇଛି। ସୂଚନା ଅନୁଯାୟୀ, ୧୯୯୨ ପଞ୍ଚାୟତ ନିର୍ବାଚନ ସମୟରେ ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତରେ ସଶସ୍ତ୍ର ପୋଲିସ ବାହିନୀଙ୍କ ଉପସ୍ଥିତିରେ ବୁଥ ଦଖଲ ହୋଇଥିଲା। ଏସ୍‌ୟୁସିଆଇ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲାବେଳେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ପୋଲିସ ଫାଙ୍କା ଗୁଳିଚାଳନା କରି ଏସ୍‌ୟୁସିଆଇ ନେତା କର୍ମୀମାନଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ା ଫଳରେ ସେତେବେଳର ଏସ୍‌ୟୁସିଆଇ ନେତା ବିଳାସ କୁମାର ବେହୁରାଙ୍କୁ ପ୍ରବଳ ମାଡମାରି ରକ୍ତାକ୍ତ କରାଯାଇଥିଲା ା ଏହି ଖବର ପାଇ ମାୟାଧର ନାୟକ ବିଳାସଙ୍କୁ ସୁକିନ୍ଦାଗଡକୁ ଆଣି ଚିକିତ୍ସା କରାଇ ଥିଲେ। ସେତେବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଗଣ୍ଡଗୋଳ ସମୟରେ ଉପସ୍ଥିତ ନ ଥିବା ମାୟାଧରଙ୍କ ସମେତ ୧୬ ଜଣଙ୍କ ନାଁରେ ସୁକିନ୍ଦା ଥାନାରେ ଏତଲା ଦେଇଥିଲେ ା ଥାନା ଅଧିକାରୀ ସଙ୍ଗୀନ ଦଫାରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଇତିମଧ୍ୟରେ ୩୧ ବର୍ଷ ବିତିଗଲାଣି। ଜଣେ ଅଭିଯୁକ୍ତ ପିମ୍ପୁଡିଆ ଗ୍ରାମର ଉପେନ୍ଦ୍ର ମହାନ୍ତଙ୍କ ମୃତ୍ୟୁ ହୋଇସାରିଛି। ଏବେ ସୁକିନ୍ଦା କୋର୍ଟରୁ ଫାଇଲ ଖୋଳତାଡ କରି ୧୯୯୨ ବର୍ଷର କେସକୁ ବାହାର କଲେ ା ସେହି ୧୬ ଜଣଙ୍କ ମଧ୍ୟରୁ ପ୍ରାଣକୃଷ୍ଣ ମହନ୍ତଙ୍କୁ ଗିରଫ କରି ୫ ଦିନ ରଗଡି ଜେଲରେ ରଖିଲେ ା ଅନ୍ୟମାନଙ୍କ ନାଁରେ ୱାରେଣ୍ଟ ଜାରି ହୋଇଗଲା ା ଗତ ୯ ତାରିଖରେ ମାୟାଧର ନାୟକଙ୍କ ସମେତ ବିଳାସ ବେହୁରା, ରାଜକିଶୋର ବାରିକ, ପରେଶ ମହନ୍ତ, ଶ୍ରୀକାନ୍ତ ନାୟକ ପ୍ରମୁଖ ୧୫ ଜଣ ସୁକିନ୍ଦା କୋର୍ଟରେ ଆମତ୍ସମର୍ପଣ କରିଥିଲେ ା ହେଲେ କୋର୍ଟ ଅଭିଯୁକ୍ତମାନଙ୍କୁ ଜେରା କରି କୋର୍ଟ ହାଜତକୁ ପଠାଇଲେ ା ହେଲେ ଅପରାହ୍ନ ୫ଟା ବେଳେ ସମସ୍ତ ଅଭିଯୁକ୍ତମାନଙ୍କୁ ଜାମିନରେ ଖଲାସ କରିଦେଲେ ା
ଏ ସଂକ୍ରାନ୍ତରେ ମାୟାଧର କହିଛନ୍ତି, କଲରଙ୍ଗୀ ଖଣି ଶ୍ରମିକଙ୍କ ବକେୟା ପାଉଣା ୫୦ କୋଟି ଟଙ୍କା ଦାବି କରାଯିବାରୁ ସାରା ରାଜ୍ୟରେ ପ୍ରବଳ ଆଲୋଡନ ସୃଷ୍ଟି କରିଛି। ବର୍ଷ ବର୍ଷ ଧରି ଓଡିଶାର ଖଣିଖାଦାନ, କଳକାରଖାନା, ଶିଳ୍ପାଞ୍ଚଳର ନିର୍ଯାତିତ, ଶୋଷିତ ଶ୍ରମିକ କର୍ମଚାରୀମାନଙ୍କ ମଧ୍ୟରେ ନୂତନ ଆଶାର ଆଲୋକ ଜାଗରଣ ହୋଇଛି ା ସବୁ ସ୍ଥାନରେ ଶ୍ରମିକ କର୍ମଚାରୀମାନେ ସେମାନଙ୍କ ନ୍ୟାର୍ଯ୍ୟ ଆଇନଗତ ଗଣତାନ୍ତ୍ରିକ ଅଧିକାର ଦାବି ତେଜିବାରେ ଲାଗିଛି। ମାଲିକ, ନେତା ଓ ଅଫିସରମାନଙ୍କ ଅସାଧୁ ମେଣ୍ଟରେ ଓଡ଼ିଶାର ଗରିବ ଶ୍ରମିକଙ୍କ ବିପୁଳ ଅର୍ଥ ଆତ୍ମସାତ୍‌ କରାଯାଇଛି ା ଏଥିପାଇଁ ଅସାଧୁ ମେଣ୍ଟ ଶ୍ରମିକ ନେତା ମାୟାରଧଙ୍କ ଉପରେ ପ୍ରବଳ ରାଗ ରଖି ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଦୀର୍ଘ ୩୧ ବର୍ଷର ମାମଲାର ଖୋଲତାଡ କରାଯାଇଛି। ଯେତେ ଯାହା ଷଡଯନ୍ତ୍ର କଲେ ବି ସାରା ରାଜ୍ୟର ଶ୍ରମିକ କର୍ମଚାରୀମାନଙ୍କ ପ୍ରାପ୍ୟ ପାଇବାର ବାକି ପଡିଛି ତାକୁ ଦେବାକୁ ହେବ ହିଁ ହେବ ା ନଚେତ୍‌ ବ୍ୟାପକ ଆନ୍ଦୋଳନ ହେବ ବୋଲି ସେ ସୂଚାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri