ଶ୍ରମ ପିପାସୁ ଉଚ୍ଚ ପଦାଧିକାରୀ

ସମ୍ପ୍ରତି କର୍ମକ୍ଷେତ୍ରରେ ଦୈନନ୍ଦିନ କାର୍ଯ୍ୟ ସମୟ ବୃଦ୍ଧି ନେଇ ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଏବଂ ଲାର୍ସନ ଆଣ୍ଡ ଟୁବ୍ରୋର ଅଧ୍ୟକ୍ଷ ଦେଇଥିବା ମନ୍ତବ୍ୟ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ପରିବେଶରେ ଉତ୍ପାଦକତା ଏବଂ କାର୍ଯ୍ୟ- ଜୀବନ ସନ୍ତୁଳନ ବିଷୟରେ ବିତର୍କକୁ ଉଜାଗର କରେ। ସମର୍ଥକମାନେ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ପାଇଁ ଯୁକ୍ତି ବାଢ଼ନ୍ତି; ସମାଲୋଚକମାନେ କର୍ମଚାରୀମାନଙ୍କ ଉପରେ ଅତ୍ୟଧିକ ବୋଝ ଲଦିବା ବିରୋଧରେ ସତର୍କ କରନ୍ତି।
ଏହି ପୃଷ୍ଠଭୂମିରେ ତଥା ବଦଳୁଥିବା ପ୍ରଯୁକ୍ତିବିଦ୍ୟା ସାମାଜିକ-ଅର୍ଥନୈତିକ ଗଠନକୁ ପ୍ରଭାବିତ କରୁଛି। କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କ୍ଷେତ୍ରରେ ହେଉଥିବା ନୂଆନୂଆ ଉଦ୍ଭାବନ ଓ ଉପଯୋଗ, ଆମ ଜୀବନଶୈଳୀକୁ ପ୍ରଭାବିତ କରିବାକୁ ଲାଗିଲାଣି। ଆନୁବଂଶିକ ବିଜ୍ଞାନ (ଜେନେଟିକ୍ସ), କୃତ୍ରିମ ବୁଦ୍ଧିମତ୍ତା, ରୋବୋଟିକ୍ସ, ଥ୍ରୀ-ଡି ମୁଦ୍ରଣ ଏବଂ ଜୈବ ପ୍ରାଦ୍ୟୋଗିକୀ (ବାୟୋଟେକ୍ନୋଲୋଜି) ଆଦି କ୍ଷେତ୍ରରେ ହେଉଥିବା ବିକାଶ ଜୀବନରେ ତଥା କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବାରେ ଲାଗିଛି। ଯଦିଓ ଏ ସବୁ କ୍ଷେତ୍ରରେ ବିକାଶ ନୂଆନୂଆ ପ୍ରଯୁକ୍ତିବିଦ୍ୟା ତଥା ତତ୍‌ସମ୍ବନ୍ଧୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରେ, ତଥାପି ପ୍ରକ୍ରିୟାର ସରଳୀକରଣ ଓ ସଞ୍ଚାଳନ ଫଳରେ ଶ୍ରମ ବଜାରରେ ରୋଜଗାରହାନିର ପାର୍ଶ୍ୱପ୍ରଭାବ ଅନୁଭୂତ ହୁଏ। ନୂଆନୂଆ ପ୍ରଯୁକ୍ତିବିଦ୍ୟାର ପ୍ରଚଳନ ହେତୁ ହେଉଥିବା ରୋଜଗାର ହାନି, କର୍ମନିଯୁକ୍ତିରେ ହ୍ରାସ ଓ କାର୍ଯ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ ଇତ୍ୟାଦିକୁ ଶ୍ରମ ବଜାରରେ ବିଘାତକ ପରିବର୍ତ୍ତନ ଭାବରେ ଆଖ୍ୟା ଦିଆଯାଉଛି।
ବ୍ୟବସାୟ ଜଗତର ମୋଟା ଦରମା ନେଉଥିବା ଅଧିକାରୀମାନେ ବୁଝିବା ଦରକାର ଯେ ସମାଜର ଉନ୍ନତି ପାଇଁ ଲାଭ, ବ୍ୟବସାୟ ଏବଂ ଦୀର୍ଘ କାର୍ଯ୍ୟ ସମୟ ହେଉଛି ଏକ ସାଧନ; ସବୁକିଛି ନୁହେଁ। ଏକ ସୁସ୍ଥ ସମାଜ ନିରନ୍ତର ଆର୍ଥିକ ଅଭିବୃଦ୍ଧି ଅପେକ୍ଷା ଜନକଲ୍ୟାଣ, ସମାନ ସୁଯୋଗ ଏବଂ ଏକ ସ୍ଥାୟୀ ପରିବେଶକୁ ପ୍ରାଥମିକତା ଦିଏ। ଉତ୍ପାଦକତାକୁ ସର୍ବାଧିକ କରିବାର ନିରନ୍ତର ଚାପ ଯୋଗୁ ମାନବିକ ମର୍ଯ୍ୟାଦା, ସାମୁଦାୟିକ ବନ୍ଧନ ଏବଂ ସାଂସ୍କୃତିକ ସମୃଦ୍ଧି ବିକଶିତ ହୋଇପାରେ ନାହିଁ। ଯେତେବେଳେ କାର୍ଯ୍ୟ ଜୀବନକୁ ପ୍ରାଧାନ୍ୟ ଦେବା ପରିବର୍ତ୍ତେ ସମର୍ଥନ କରେ, ସେତେବେଳେ ସମାଜ ସର୍ବୋତ୍ତମ ଭାବରେ କାର୍ଯ୍ୟ କରେ। ପ୍ରକୃତ ପ୍ରଗତି ମାନବିକ ମୂଲ୍ୟବୋଧ ଏବଂ ସାମାଜିକ ସମନ୍ବୟ ସହିତ ଆର୍ଥିକ ଲକ୍ଷ୍ୟକୁ ସନ୍ତୁଳିତ କରିବାରେ ନିହିତ।
ବଦଳୁଥିବା ପ୍ରଯୁକ୍ତିବିଦ୍ୟା, ଉଚ୍ଚ କର୍ତ୍ତୃପକ୍ଷଙ୍କର ଅଧିକ କାର୍ଯ୍ୟ ସମୟ ପାଇଁ ନିରନ୍ତର ଚାପ ଓ କ୍ଷୟମାନ ନିଯୁକ୍ତି ସୁଯୋଗର ପୃଷ୍ଠଭୂମିରେ, ସରକାରଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ । ଅନ୍ୟଭାବରେ କହିବାକୁ ଗଲେ, ନାନାଦି ବିତ୍ତୀୟ, ସାମାଜିକ ଓ ବ୍ୟକ୍ତିଗତ ସମସ୍ୟା ଦେଇ ଗତି କରୁଥିବା ନାଗରିକଙ୍କ ସାମାଜିକ ଓ ଅର୍ଥନୈତିକ ସନ୍ତୁଷ୍ଟି ନିମିତ୍ତ ସରକାରଙ୍କୁ ଅନେକ ଜନ କଲ୍ୟାଣ ଯୋଜନା କରିବାକୁ ପଡ଼େ। ଏହି ଚିନ୍ତା ନୂଆ ନୁହେଁ। ରୋମାନ ସମୟରେ ସାମରିକ ସେବା ପାଇଁ ଜନସାଧାରଣଙ୍କୁ ଆକୃଷ୍ଟ ଓ ସେବାନିବୃତ୍ତ କର୍ମଚାରୀଙ୍କୁ ସୁରକ୍ଷା ଦେବା ଲାଗି ଏପରି ବ୍ୟବସ୍ଥା ପ୍ରଚଳିତ ଥିଲା। ପ୍ରଥମ ବିଶ୍ୱଯୁଦ୍ଧ ଓ ୧୯୩୦ ମସିହା ବେଳକୁ ବିଶ୍ୱରେ ଦେଖାଯାଇଥିବା ଅର୍ଥନୈତିକ ମହା ମାନ୍ଦାବସ୍ଥା ପରେ, ଯୁକ୍ତରାଷ୍ଟ୍ର ଆମେରିକା ଓ ଗ୍ରେଟ୍‌ ବ୍ରିଟେନ୍‌ରେ ଦାରିଦ୍ର୍ୟ ସ୍ପଷ୍ଟ ହୋଇଥିଲା। ଏସବୁ ଦେଶ ନୂଆ ଟିକସ ଲାଗୁକରି ଆଦାୟ ହୋଇଥିବା ଅର୍ଥରାଶିକୁ ବୃଦ୍ଧ, ରୋଗୀ, ଦୁସ୍ଥ, ବେକାର ଆଦି ଆତୁର ନାଗରିକଙ୍କ ମଧ୍ୟରେ ନାନାଦି ଯୋଜନା ମାଧ୍ୟମରେ ପୁନଃବିତରଣ କରିବାକୁ ଲାଗିଲେ। ଆଧୁନିକ ଯୁଗରେ ଅଧିକାଂଶ ବିକଶିତ ରାଷ୍ଟ୍ରରେ ପ୍ରଚଳିତ ସ୍ବାସ୍ଥ୍ୟ, ଶିକ୍ଷା, ଅବସରକାଳୀନ ଭତ୍ତା (ପେନ୍‌ସନ), ସାମୂହିକ ଯାତାୟାତ ପରି ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନା ସେ ସମୟର ଜନକଲ୍ୟାଣ ରାଷ୍ଟ୍ରର ଏକ ବିସ୍ତାର ମାତ୍ର।
ସମ୍ପ୍ରତି ବିକଶିତ ରାଷ୍ଟ୍ରଗୁଡ଼ିକରେ ସରକାର ସଭିଙ୍କୁ ସର୍ବନିମ୍ନ ମୌଳିକ ଆୟ ବା ଭତ୍ତା ଦେବାର ବିଚାର ଜୋର ଧରିଲାଣି। ସର୍ବନିମ୍ନ ମୌଳିକ ଆୟ ବା ଭତ୍ତା ଏକ ସାମାଜିକ ସୁରକ୍ଷାର ପରିରୂପ, ଯେଉଁଥିରେ ଦେଶର ନାଗରିକମାନଙ୍କୁ ସରକାର କୌଣସି ବିନା ସର୍ତ୍ତରେ ନିୟମିତ ପୂର୍ବ ନିର୍ଦ୍ଧାରିତ ନୂ୍ୟନତମ ଆୟ ବା ଭତ୍ତା ପ୍ରଦାନ କରିଥାନ୍ତି। ଉଭୟ ବେରୋଜଗାର ଓ ଉପାର୍ଜନକ୍ଷମ ନାଗରିକ ଏହି ଅର୍ଥ ରାଶି ସମ ଭାବରେ ପ୍ରାପ୍ତିର ଅଧିକାର ରଖନ୍ତି। ସପକ୍ଷବାଦୀଙ୍କ ମତରେ ଜୀବନ ଧାରଣର ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ମୂଲ୍ୟ ବୃଦ୍ଧି ଘଟିଚାଲିଛି। କିନ୍ତୁ ବ୍ୟକ୍ତିଗତ ଆୟ ବୃଦ୍ଧି ହାର, ମୂଲ୍ୟ ବୃଦ୍ଧି ହାରଠାରୁ ଅନେକ କମ୍‌। ପୁନଶ୍ଚ ଅର୍ଥନୈତିକ ମାନ୍ଦାବସ୍ଥା ଓ ଶ୍ରମ ବଜାରରେ ବିଘାତକ ପରିବର୍ତ୍ତନ ହେତୁ ନିଯୁକ୍ତି ସୁଯୋଗ ପ୍ରଭାବିତ ହେଉଛି। ତେଣୁ ସରକାର ଏକ ବିକଳ୍ପ ପନ୍ଥା ସ୍ବରୂପ ପ୍ରତ୍ୟେକ ନାଗରିକଙ୍କୁ ସର୍ବନିମ୍ନ ମୌଳିକ ଆୟ ବା ଭତ୍ତା ପ୍ରଦାନ କରିବାର ଦାବି ଅନେକ ବିକଶିତ ରାଷ୍ଟ୍ରରେ କରାଯାଉଛି। ବିରୋଧୀମାନେ ଏହି ସର୍ବନିମ୍ନ ମୌଳିକ ଆୟ ଦାବିକୁ ବ୍ୟୟସାପେକ୍ଷ ଓ ନୈତିକତା କ୍ଷୟକାରୀ ବୋଲି ବିବେଚନା କରନ୍ତି। ସେମାନଙ୍କ କହିବା କଥା ଏପରି ନୀତି ଦେଶରେ ଅସ୍ଥିର ଅର୍ଥବ୍ୟବସ୍ଥା ଓ ପ୍ରେରଣାହୀନ ନିକମା ବାରବୁଲା ନାଗରିକ ସୃଷ୍ଟି କରିବ। ଅନେକ ବିକଶିତ ରାଷ୍ଟ୍ରରେ ଦେଶର ସକଳ ଉତ୍ପାଦନ କ୍ରମାଗତ ଘଟିଚାଲୁଥିବା ବେଳେ, ନିଃସର୍ତ୍ତ ସର୍ବନିମ୍ନ ମୌଳିକ ଭତ୍ତା, ଦେଶରେ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଓ ଜନସାଧାରଣଙ୍କ କ୍ରୟ ଶକ୍ତିର ସମତାକୁ ପ୍ରଭାବିତ କରିବ।
ଏହି ବ୍ୟବସ୍ଥାର କିଛି ଲାଭ ରହିଛି। ଏହି ଯୋଜନା ଦ୍ୱାରା ଅତିକମ୍‌ ରୋଜଗାର କରୁଥିବା ଓ ବିନା ଆୟରେ କାମ କରୁଥିବା ବ୍ୟକ୍ତି (ଯଥା ଦିନମଜୁରିଆ ଓ ଗୃହିଣୀ)ଙ୍କ ରୋଜଗାରରେ ଅର୍ଥପୂର୍ଣ୍ଣ ବୃଦ୍ଧି ଘଟିପାରିବ। ଏହି ଯୋଜନା ଦ୍ୱାରା ଅନେକ ପରିବାରକୁ ଅତି କମ୍‌ ସମୟରେ ଦାରିଦ୍ର୍ୟ ସୀମାରେଖା ତଳୁ ଉପରକୁ ଅଣାଯାଇ ପାରିବ। ଏପରି ସୁରକ୍ଷାତନ୍ତ୍ରର ଉପସ୍ଥିତି ଉଦ୍‌ଯୋଗ-ପ୍ରବୃତ୍ତିକୁ ପ୍ରୋତ୍ସାହିତ କରେ। ଏହି ବ୍ୟବସ୍ଥା ଶ୍ରମିକ-ମାଲିକ ସମ୍ପର୍କରେ ସନ୍ତୁଳନ ଆଣିବାରେ ସହାୟକ ହୁଏ (ଶ୍ରମ ପିପାସୁ ଉଚ୍ଚ ପଦଧିକାରୀଙ୍କ ମାନସିକତାକୁ ଆୟତ୍ତ କରିବାର ବାଟ)। ଅନ୍ୟପକ୍ଷରେ ଉଦ୍ୟୋଗୀମାନେ ଅଧିକ ଉତ୍ପାଦକତା ବୃଦ୍ଧିକାରୀ ନିବେଶ କରିବେ, ଯାହା ନୂଆ ଉଦ୍ଭାବନ ପାଇଁ ବାଟ ଫିଟାଇବ। ଭାରତରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ସରକାରୀ ସବ୍‌ସିଡି ଏବଂ ଲାଭର ସିଧାସଳଖ, ସ୍ବଚ୍ଛ ସ୍ଥାନାନ୍ତରକୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁନିଶ୍ଚିତ କରେ, ଯାହା ଦ୍ୱାରା ଲିକେଜ ହ୍ରାସ ହୁଏ ଓ ସୁଭଦ୍ରା ଯୋଜନା ଓ ମହାରାଷ୍ଟ୍ରର ଲାଡକି ବହିନ ଯୋଜନା ଏହାର ଏକ ଝଲକ ମାତ୍ର। ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ମହାଲକ୍ଷ୍ମୀ ଯୋଜନା ସର୍ବନିମ୍ନ ମୌଳିକ ଆୟର ଏକ ରୂପ।
ଅନ୍ୟ ପକ୍ଷରେ ସର୍ବନିମ୍ନ ମୌଳିକ ଆୟର ପ୍ରଚଳନ ଦ୍ୱାରା ରାଜକୋଷ ଉପରେ ଚାପ ବହୁତ ବଢିଯିବ। ପ୍ରତ୍ୟେକ ନାଗରିକଙ୍କୁ ନିମ୍ନତମ ମୌଳିକ ଭତ୍ତା ପ୍ରଦାନ ପାଇଁ ଦେଶଗୁଡ଼ିକୁ କରଦାତାମାନଙ୍କଠାରୁ ଅଧିକ ଟିକସ ଅଦାୟ କରିବାକୁ ହେବ ଓ ଅନେକ ଜନକଲ୍ୟାଣ ସାମାଜିକ ବ୍ୟୟ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡ଼ିବ। ବେରୋଜଗାର ନାଗରିକମାନଙ୍କ ମଧ୍ୟରେ ଆୟର ପୁନଃବିତରଣ ମାନେ ଶ୍ରମଜୀବୀମାନଙ୍କ ଉପରେ ଅଧିକରୁ ଅଧିକ ଟିକସ ବୋଝ ଲଦିଦେବ।
ସଭିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଆମର ପ୍ରାଥମିକ ଉଦ୍ଦେଶ୍ୟ ହେଉ। ବ୍ୟବସାୟ ଜଗତର ବଡ଼ପଣ୍ଡାମାନେ ସ୍ଥାୟୀ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ପାଇଁ ଶ୍ରମ ପିପାସୁ ନ ହୋଇ ନବସୃଜନ, ବିବିଧତା ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣ ଭଳି ସୃଜନଶୀଳ ବିସ୍ତାରକୁ ପ୍ରାଥମିକତା ଦେବା ଉଚିତ।
ମୁମ୍ବାଇ, ମହାରାଷ୍ଟ୍ର ମୋ:୭୭୩୮୩୦୨୨୨୮


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?