ପଦା ହୋଇଯିବ କୁଟାସିଙ୍ଗା ଜଙ୍ଗଲ: ସୀମାନ୍ତରେ ଥିବାରୁ ମିଳୁନି ସୁରକ୍ଷା

ବଇଣ୍ଡା, ୧୭ା୧୧ (ଡି.ଏନ.ଏ.): ମୂଲ୍ୟବାନ ଗଛକୁ ଟାର୍ଗେଟ୍‌ କରୁଛନ୍ତି କାଠ ମାଫିଆ। ସେଥିପାଇଁ ନିୟମିତ କଟାଯାଉଛି ଶାଳ, ଶାଗୁଆନ ଗଣ୍ଡି। ଗୁପ୍ତ ସ୍ଥାନରେ ଲୁଚାଇ ରଖି ଅବାଧରେ କରାଯାଉଛି ଚୋରା ଚାଲାଣ। ଏ ନେଇ ଅଞ୍ଚଳବାସୀ ଆପତ୍ତି ଅଭିଯୋଗ ଉଠାଉଛନ୍ତି। ଜଙ୍ଗଲ ପଦା ହୋଇଯିବାର ଆଶଙ୍କା କରୁଛନ୍ତି। ହେଲେ ଏଯାଏ ଚେତାପଶୁନି ବନ ବିଭାଗର। ଦୁଇ ବନଖଣ୍ଡ ସୀମାରେ ଥିବାରୁ କଡ଼ାକଡ଼ି ହେଉନି ପାଟ୍ରୋଲିଂ। ଫଳରେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜ କୁଟାସିଙ୍ଗା ଜଙ୍ଗଲକୁ ମିଳିପାରୁନି ଉପଯୁକ୍ତ ସୁରକ୍ଷା।

କୁଟାସିଙ୍ଗା ଗ୍ରାମବାସୀ କହିଛନ୍ତି, ରେଢାଖୋଲ ଓ ଆଠମଲ୍ଲିକ ବନଖଣ୍ଡ ଅଧୀନରେ ରହିଛି କୁଟାସିଙ୍ଗା ଜଙ୍ଗଲ। ଶାଳ, ପିଆଶାଳ, ଶାଗୁଆନ, ଶିଶୁ ଆଦି ମୂଲ୍ୟବାନ ଗଛରେ ଏହା ପରିପୂର୍ଣ୍ଣ। ଅଧିକ ଘଞ୍ଚ ହୋଇଥିବାରୁ ଏହାର ସୁଯୋଗ ନେଇ ଦୀର୍ଘଦିନ ହେଲା ଏଠାରେ କାଠ ମାଫିଆ ସକ୍ରିୟ ହୋଇପଡ଼ିଛନ୍ତି। ଏପରି କି ଦିନବେଳା ମଧ୍ୟ ସେମାନେ ଅବାଧରେ କାଠ କାଟି ଚାଲାଣ କରୁଛନ୍ତି। ବିଳମ୍ବିତ ରାତିରେ କରତ ସାହାଯ୍ୟରେ ଗଛଗୁଡିକକୁ କାଟି ଜଙ୍ଗଲରେ ଲୁଚାଇ ରଖୁଛନ୍ତି। ରାତିରେ ସେଥିରୁ ପଟା ପ୍ରସ୍ତୁତ କରି ନାମୀଦାମୀ ଗାଡିରେ ଜିଲା ତଥା ଜିଲା ବାହାରକୁ ପଠାଉଛନ୍ତି। ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତକରି କାଠ ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସେତେଟା ଗୁରୁତ୍ୱ ଦେଉନାହାନ୍ତି। ଏ ନେଇ ଅଞ୍ଚଳବାସୀ ବହୁବାର ରେଞ୍ଜ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। କାଠ ମାଫିଆମାନଙ୍କୁ ରୋକା ନ ଗଲେ ଜଙ୍ଗଲ ପଦା ହୋଇଯିବ ବୋଲି ସତର୍କ କରାଇଛନ୍ତି। ହେଲେ ବାମୁର ରେଞ୍ଜ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଆଠମଲ୍ଲିକ ଓ ରେଢ଼ାଖୋଲ ବନଖଣ୍ଡ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଉ ନାହିଁ। କିଛି ଦିନ ପୂର୍ବେ ଜଙ୍ଗଲ ନିକଟରେ ଥିବା ଏକ ଠିକାସଂସ୍ଥା କ୍ୟାମ୍ପରୁ ଚୋରା କାଠ ଜବତ କରାଯାଇଥିଲା। କିନ୍ତୁ ଏଥିରେ ସମ୍ପୃକ୍ତ ଥିବା କାଠ ବ୍ୟବସାୟୀଙ୍କୁ ଗିରଫ କରିବାରେ ବନ ବିଭାଗ ସକ୍ଷମ ହୋଇପାରିନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଜଙ୍ଗଲକୁ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆଠମଲ୍ଲିକ ଡିଏଫ୍‌ଓ ଏସ. ଆନନ୍ଦ କହିଛନ୍ତି, ଆବଶ୍ୟକ ଯାଞ୍ଚ କରାଯାଇ ଜଙ୍ଗଲର ସୁରକ୍ଷା ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri