କୁସୁମା ବଙ୍ଗଳାର ତଦନ୍ତ ହେବ

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା)ଯାଜପୁର ସହରର କୁସୁମା ପୋଖରୀ ପରିସରରେ ୨ ମହଲା ବିଶିଷ୍ଟ ୯ଟି କଟେଜ ନିର୍ମାଣର ରହସ୍ୟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ବୁଧବାର ଯାଜପୁର ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟର ସ୍ବଚ୍ଛତା ଓ ବୈଧତାର ତଦନ୍ତ କରାଯିବ ବୋଲି ସୂଚନା ଦେବା ପରେ ବିବାଦ ଆରମ୍ଭ ହୋଇଛି। ପ୍ରଶାସନିକ ତଦନ୍ତରେ ସ୍ବଚ୍ଛତା ରହିଲେ ଶିଶୁ ଉଦ୍ୟାନକୁ ଭାଙ୍ଗି କାହିଁକି ବିପୁଳ ଟଙ୍କାରେ ଆଲିସାନ୍‌ ବଙ୍ଗଳା ନିର୍ମାଣ ହେଲା, ଜନସାଧାରଣଙ୍କ ପାଇଁ ତାହା କାହିଁକି ବ୍ୟବହାର କରା ଗଲା ନାହିଁ, ଇତିମଧ୍ୟରେ ସେଠାରେ କ’ଣ ଚାଲିଥିଲା ଆଦି ପ୍ରଶ୍ନ ଉଙ୍କି ମାରିଛି। ଏପରିକି କୌଣସି ସରକାରୀ ଅଧିକାରୀ ଏହି ଆଲିସାନ ବଙ୍ଗଳା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦେଇପାରୁନାହାନ୍ତି। ଅନ୍ୟପକ୍ଷେ ଭାଜପା ଓ କଂଗ୍ରେସ ନେତୃବର୍ଗ ସରକାରୀ ଅର୍ଥରେ ଆଲିସାନ ବଙ୍ଗଳା ନିର୍ମାଣ କରି ଏଠାରେ ମଉଜ ମଜଲିସ ଚାଲିଥିଲା ବୋଲି ଅଭିଯୋଗ କରିଛନ୍ତି ା
ସୂଚନାଯୋଗ୍ୟ, ୧୧ା୮ା୨୦୧୬ରେ କୁସୁମା ପୋଖରୀ ପରିସରରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ କଟକ ଜନସ୍ବାସ୍ଥ୍ୟ ବିଭାଗର ତକତ୍ାଳୀନ ଅଧୀକ୍ଷଣ ଯନ୍ତ୍ରୀ ବି.କେ. ସେନାପତି ୨୩ ଲକ୍ଷ ୧୯ ହଜାର ୫୦୦ ଟଙ୍କା ମଞ୍ଜୁର କରିଥିଲେ। ଏଥିପାଇଁ ସେ ପତ୍ରସଂଖ୍ୟା ୨୩୦୬/୧୧ା୮ା୨୦୧୬ରେ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସେହିପରି ୨୩୦୫ ପତ୍ରସଂଖ୍ୟାରେ କୁସୁମା ପରିସରରେ ଏକ ପବ୍ଲିକ ଟଏଲେଟ ନିର୍ମାଣ କରିବାକୁ ୨୧ ଲକ୍ଷ ୮୫ ହଜାର ଟଙ୍କା ମଞ୍ଜୁର କରିଥିଲେ। ଏହାବାଦ ୧୨ା୧ା୨୦୧୭ରେ ଇଡ୍‌କୋ ପକ୍ଷରୁ ଡିଭିଜନାଲ ହେଡ ରାଜକିଶୋର ନାୟକ କୁସୁମା ପୋଖରୀ ନିକଟରେ ଏକ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ବ୍ୟୟ ଅଟକଳ ପ୍ରସ୍ତୁତ କରି ଇଡ୍‌କୋର ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଥିଲେ। କୁସୁମା ପୋଖରୀ ନିର୍ମାଣ ଶେଷ ହେବା ପରେ ସେଠାରେ ପାଣି ଫୁଆରା ଲଗେଇବାକୁ ୬ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି ଭାବେ ବିଭିନ୍ନ ସମୟରେ ବିପୁଳ ଅର୍ଥ ଏଥିରେ ବିନିଯୋଗ ହୋଇଛି। ଯଦି ଏଠାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ହେଲା ତେବେ ଜିଲା କ୍ରୀଡା ବିଭାଗକୁ କାହିଁକି ହସ୍ତାନ୍ତର କରାଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁଙ୍କୁ ପଚାରିବାରୁ ସେ କହିଛନ୍ତି,କୁସୁମା ପୋଖରୀରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ଥିବା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ତାଙ୍କ ଅଧୀନରେ ସେଭଳି କିଛି ନାହିଁ ବୋଲି କହିଛନ୍ତି। ଜିଲା ଭାଜପା ସାଧାରଣ ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା କୁହନ୍ତି, କୁସୁମା ପରିସରରେ ସରକାରୀ ଅର୍ଥରେ ବେଆଇନ ନିର୍ମାଣ କରାଯାଇ ଅନୈତିକ ବ୍ୟବହାର କରାଯାଉଥିଲା। ନିଜର ବ୍ୟକ୍ତିଗତ ସୁଖ ପାଇଁ ଏଭଳି ରଙ୍ଗଶାଳା ନିର୍ମାଣ କରିବା ଅତ୍ୟନ୍ତ ନିନ୍ଦନୀୟ। ସାଧାରଣ ଲୋକ କୁସୁମା ପୋଖରୀ ପ୍ରବେଶ ପାଇଁ ଦେୟ ଦେଉଥିବାବେଳେ ବଡବଡିଆମାନେ ସେଠାରେ ମଉଜ ମଜଲିସ କରୁଥିଲେ। ପୂର୍ବତନ ଏମ୍‌ପି ତଥା କଂଗ୍ରେସ ନେତା ଅଞ୍ଚଳ ଦାସ କହିଛନ୍ତି, ଭୁବନେଶ୍ୱରରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଯେଭଳି ସରକାରୀ ଜମିରେ ମନମାନି କରିଥିଲେ ଅନୁରୂପ ଭାବେ କୁସୁମାରେ ଘଟିଛି। ଏହାର ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତର ଆବଶ୍ୟକତା ରହିଛି। ବିଜେଡି ଜିଲା ସଭାପତି ସରୋଜ କୁମାର ମହାପାତ୍ର କୁହନ୍ତି, ନିର୍ମାଣର ଆରମ୍ଭରୁ କୁସୁମା ବିରୋଧରେ କେତେଜଣ ଲୋକ ଲାଗିଛନ୍ତି। ବବିଙ୍କ ଉଦ୍ୟମରେ ଯାଜପୁରର ସର୍ବାଙ୍ଗୀନ ବିକାଶ ହୋଇପାରିଛି। ଯାଜପୁର ସହରରେ କୌଣସି ଅତିଥିଶାଳା ନାହିଁ। ତେଣୁ ଏକ ଅତିଥିଶାଳା ନିର୍ମାଣ କରିବାରେ କ’ଣ ଅସୁବିଧା ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?