ନେଇଗଲେ ବନବିଭାଗ, ଝୁରୁଛନ୍ତି କୁନ୍ତଳା

ତେଲକୋଇ,୧୪।୩: ପଶୁ ଓ ମଣିଷ ମଧ୍ୟରେ ରହିଛି ଅନାବିଳ ସ୍ନେହ । ମଣିଷ ପାଖରୁ ପଶୁଟିକୁ ବିଚ୍ଛେଦ କରି ଜଙ୍ଗଲରେ ଛାଡିବା ଘଟଣାରେ ଜଣେ ମହିଳା ପାଳିତ ପଶୁଙ୍କୁ ଝୁରି ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ ଅଧୀନରେ। ୨ ବର୍ଷ ତଳେ ପୁରୁଷୋତ୍ତମପୁର ଗ୍ରାମର ମହିଳା କୁନ୍ତଳା କୁମାରୀ ପେଣ୍ଠେଇ ସ୍ଥାନୀୟ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେତିକିବେଳେ କୁନ୍ତଳା ଏକ ବାର୍‌ହା ଶାବକ ମା’ଠାରୁ ଅଲଗା ହୋଇ ଏକୁଟିଆ ଜଙ୍ଗଲ ଏଣେତେଣେ ବୁଲୁଥିବା ଦେଖିବାକୁ ପାଇଥିଲେ। ପରେ ସେ ବାର୍‌ହା ଶାବକଙ୍କୁ ଉଦ୍ଧାର କରି ଘରକୁ ଆଣି ରଖିଥିଲେ। ବାର୍‌ହା ଶାବକ ମା’ର ସ୍ନେହ ପାଇ ଘରେ ରହିବା ପରେ ବଡ ହୋଇଥିଲା। ହେଲେ ଲୋକଙ୍କ ଅଭିଯୋଗ କ୍ରମେ ବନବିଭାଗ ବାର୍‌ହାକୁ ଉଦ୍ଧାର କରି କୁନ୍ତଳାଙ୍କୁ ଗତ ମଙ୍ଗଳବାର ତେଲକୋଇ ମୁଖ୍ୟାଳୟକୁ ଆଣିଥିଲା। ସେଠାରେ କୁନ୍ତଳାଙ୍କୁ ବନ ବିଭାଗ ଅଧିକାରୀମାନେ ଜଙ୍ଗଲ ଆଇନ ଉପରେ ବୁଝାଇବା ସହ ବନ୍ୟଜନ୍ତୁଙ୍କୁ ଘରେ ରଖିବା ନିଷେଧ ବୋଲି ଅବଗତ କରାଇଥିଲେ। ପରେ ବନ କର୍ମଚାରୀ ବାର୍‌ହାକୁ ତେଲକୋଇ ନିକଟସ୍ଥ କମଳାଙ୍ଗ ଜଙ୍ଗଲରେ ଛାଡି ଦେଇଥିଲେ। ହେଲେ କୁନ୍ତଳା ବାର୍‌ହା ପାଇଁ ପ୍ରତିଦିନ ଭାତ ଧରି ଜଙ୍ଗଲରେ ବୁଲିବା ସହିତ ବାର୍‌ହାକୁ ଧୁଡୁ ନାମରେ ଡାକ ଛାଡୁଛନ୍ତି। ମହିଳାଙ୍କ ବିଶାସ କାଳେ ସେ ଭୋକରେ ଥିବ। ଡାକ ଶୁଣିଲେ ଫେରି ଆସିବ। ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ଜଙ୍ଗଲି ଜନ୍ତୁଙ୍କୁ ଘରେ ପାଳିବା ଅନୁଚିତ ବୋଲି ଜନସାଧାରଣଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଯୁଦ୍ଧ ମଧ୍ୟରେ ଭିଡ଼ିଓ ଜାରି କରି ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘ଜୀବିତ ନାହାଁନ୍ତି ଇରାନର ଟପ କମାଣ୍ଡର’

ଓ୍ବାଶିଂଟନ,୫।୪: ମଧ୍ୟପ୍ରାଚ୍ୟରେ ବଢୁଥିବା ସଂଘର୍ଷ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତେହରାନ ବିରୁଦ୍ଧରେ କରାଯାଇଥିବା ଏକ ବଡ଼ ଆକ୍ରମଣରେ ଇରାନର ଅନେକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri