ନିଦ ନ ହେବାରୁ ଚରମ ନିଷ୍ପତ୍ତି ନେଇଥିଲେ କୁନି

ଭୁବନେଶ୍ୱର,୬।୯(ବ୍ୟୁରୋ):ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ବରକୁଦାସ୍ଥିତ ଏକ ଘରୋଇ ନର୍ସିଂ କଲେଜର ପ୍ରଥମବର୍ଷ ଛାତ୍ରୀ କୁନି କହଁର(୨୩) ରବିବାର ଆତ୍ମହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୋମବାର ପୂର୍ବାହ୍ନରେ ପରିବାର ଲୋକଙ୍କ ଉପସ୍ଥିତିରେ କମିଶନରେଟ ପୋଲିସ କୁନିଙ୍କ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ. ୩୫/୨୦୨୨) ରୁଜୁ କରି ତଦନ୍ତ କରାଯାଉଥିବା ବେଳେ କୁନିଙ୍କ ହଷ୍ଟେଲ ରୁମ୍‌ରୁ ପୋଲିସ ଏକ ହାତଲେଖା ନୋଟ୍‌ ଜବତ କରିଛି। ନିଦ ହେଉ ନ ଥିବାରୁ କୁନି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଉକ୍ତ ଚିଠିରୁ ଜଣାପଡିଛି।
ଆରମ୍ଭରୁ ଆଦିବାସୀ ଭାଷାରେ ଉଲ୍ଲେଖ ରହିଛି ‘ମା, ପରିବାର, ସାଙ୍ଗସାଥୀ ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି। ଏଥିରେ କାହାର ଦୋଷ ନାହିଁ। ମୋତେ ନିଦ ନ ହେବାରୁ ଶୋଇପାରୁନାହିଁ। କଷ୍ଟ ଲାଗୁଛି। ଆଉ କିଛି କରିବାର ଇଚ୍ଛା ବି ନାହିଁ। ମୁଁ କ’ଣ କରିବି କିଛି ବୁଝିପାରୁ ନାହିଁ। ଭଗବାନ ମୋତେ ନେଇଯାଅ, ସରି ସରି, କାହାର କିଛି ଭୁଲ୍‌ ନାହିଁ, ପୋଲିସ କିଛି ନ କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ତେବେ ହାତଲେଖାଟି କୁନିଙ୍କର ନା ନୁହେଁ, ତାହା ଜାଣିବାକୁ ଉକ୍ତ ଚିଠିକୁ ଲାବ୍‌କୁ ପଠାଯିବ ବୋଲି ଥାନାଧିକାରୀ ରାଧାକାନ୍ତ ସାହୁ କହିଛନ୍ତି। ଏଥିସହ ମାମଲାର ତଦନ୍ତ ଚାଲିଥିବାବେଳେ ବିଭିନ୍ନ ଲୋକଙ୍କ ବୟାନ ରେକର୍ଡ କରାଯାଉଛି। ଏଥିସହ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଥିବା ଥାନାଧିକାରୀ କହିଛନ୍ତି। ଏପଟେ କୁନିଙ୍କ ବାପା କହିଛନ୍ତି, ଛୁଆକୁ ନେଇଯିବାକୁ କଲେଜ କର୍ତ୍ତୃପକ୍ଷ ମୋତେ କହିଥିଲେ। କୁନିଙ୍କୁ ରାତି ସାରା ନିଦ ହେଉନାହିଁ। ହଷ୍ଟେଲ ବିଭିନ୍ନ ମହଲାରୁ ସେ ତଳ ଉପର ହେଉଛନ୍ତି। ତେଣୁ ଅନ୍ୟ ଝିଅମାନେ ତାଙ୍କୁ ଜଗି ରହୁଛନ୍ତି ବୋଲି କଲେଜ କର୍ତ୍ତୃପକ୍ଷ ଜଣାଇଥିବା ସେ କହିଛନ୍ତି। ତେବେ ନିଦ ନ ହେବା କାରଣରୁ ଜଣେ ଛାତ୍ରୀ ଏଭଳି ଚରମ ନିଷ୍ପତ୍ତି ନେବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ନିଦ୍ରାରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ କହିଛନ୍ତି, ଯେତେ ପ୍ରକାରର ନିଦ୍ରା ରୋଗ ଅଛି, ତାହା ଭିତରୁ ସବୁଠୁ ଭୟାନକ ରୋଗ ହେଉଛି ସ୍ଲିପ୍‌ ଅନ୍‌ସେଟ୍‌ ଇନ୍‌ସୋମ୍‌ନିଆ। ଏହାଦ୍ୱାରା ଜଣେ ଆତ୍ମହତ୍ୟା କରିବାର ସମ୍ଭାବନା ଥିବା ବୈଜ୍ଞାନିକଙ୍କ ମତ ରହିଛି। ସାଧାରଣତଃ ଅତ୍ୟଧିକ ମୋବାଇଲ ବ୍ୟବହାରରୁ ଏଭଳି ରୋଗ ହେଉଥିବା ସେ କହିଛନ୍ତି।
ମୃତା ଛାତ୍ରୀ କୁନିଙ୍କ ଘର ବଲାଙ୍ଗୀର ଜିଲା ମୁରିବାହାଲ ଥାନା ବନବାହାଲ ଗ୍ରାମରେ। କୁନି ରବିବାର ଉକ୍ତ ନର୍ସିଂ କଲେଜର କମନ୍‌ ରୁମ୍‌ରେ ଏକ ଓଢଣି ଦ୍ୱାରା ଝୁଲି ପଡ଼ିଥିବା କର୍ମଚାରୀ ଦେଖିଥିଲେ। କଲେଜ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ପୋଲିସ କଲେଜରେ ପହଞ୍ଚତ୍ କୁନିଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଉକ୍ତ ରୁମ୍‌କୁ ତାଲା ପକାଇ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri