୬୫ବର୍ଷୀୟ ଇରାକୀୟଙ୍କ ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର,୬।୯(ବ୍ୟୁରୋ):ସମ୍‌ ଅଲ୍ଟିମେଟ୍‌ ମେଡିକେୟାର (ସମମ୍‌)ରେ ଜଣେ ୬୫ବର୍ଷୀୟ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ସେ ହେଲେ ଅବଦୁଲ ଖାଲେକ ଆବେଦ ଇମ୍ରାନ ଅଲ୍‌ କନନ୍‌। ସେ ସେଣ୍ଟ୍ରାଲ ସ୍କଲ୍‌ ବେସ୍‌ ଓଷ୍ଟିଓମାଇଲିଟିଜ୍‌ ସମସ୍ୟାରେ ପୀଡ଼ିତ ଥିଲେ। ଇରାକରେ ଏହି ଜଟିଳ ରୋଗର ଚିକିତ୍ସା ସୁବିଧା ନ ଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ଧୀରେ ଧୀରେ ତାଙ୍କ ମୁହଁ ବଙ୍କା ହୋଇଥିଲା ଓ ମୁଣ୍ଡରେ ଯନ୍ତ୍ରଣା ମଧ୍ୟ ବଢ଼ିଥିଲା। ଭାରତ ଆଣି ବାପାଙ୍କ ଚିକିତ୍ସା କରିବା ପାଇଁ ପୁଅ ସାଫା ଅବଦୁଲ ଖାଲେକ ଆବେଦ ଇଚ୍ଛା ପ୍ରକାଶ କରିଥିଲେ। ଭାରତରେ ବହୁ ହସ୍ପିଟାଲ ସନ୍ଧାନ ପରେ ସେ ଭୁବନେଶ୍ୱର ସମ୍‌ ଅଲ୍ଟିମେଟ୍‌ରେ ଚିକିତ୍ସା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଠାରେ ପହଞ୍ଚତ୍ବା ପରେ ଇଏନ୍‌ଟି ଆଣ୍ଡ୍‌ ସ୍କଲ ବେସ୍‌ ସର୍ଜରୀ ବିଭାଗର ସିନିୟର କନ୍‌ସଲଟାଣ୍ଟ ତଥା ମୁଖ୍ୟ ଡା. ରାଧାମାଧବ ସାହୁଙ୍କ ଅଧୀନରେ ଚିକିତ୍ସା ପାଇଁ ଇମ୍ରାନ ଭର୍ତ୍ତି ହୋଇଥିଲେ। କେତେକ ପରୀକ୍ଷା କରାଯିବା ପରେ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅସ୍ତ୍ରୋପଚାର ସଫଳ ହୋଇଛି। ଏବେ ଧୀରେ ଧୀରେ ତାଙ୍କ ମୁହଁର ଅବସ୍ଥା ସୁସ୍ଥ ହେବାରେ ଲାଗିଛି ବୋଲି ଡା. ସାହୁ କହିଛନ୍ତି। ରୋଗ ସମ୍ପର୍କରେ ସେ କହିଛନ୍ତି, ଏହି ବିରଳ ରୋଗରେ ଜୀବନ ପ୍ରତି ବିପଦ ଥାଏ। ଅସ୍ଥିମଜ୍ଜାରେ ବ୍ୟାକ୍ଟେରିଆ ବା ଫଙ୍ଗସ ଯୋଗୁ କାନ ଓ ନାକରେ ଏହାର ସଂକ୍ରମଣ ହୋଇଥାଏ। କମ୍‌ ରୋଗ ପ୍ରତିରୋଧକ ଶକ୍ତି ଥିବା ଓ ବହୁଳ ମାତ୍ରାରେ ମଧୁମେହରରେ ପୀଡ଼ିତ ଥିବା ବ୍ୟକ୍ତି ଏହି ସଂକ୍ରମଣର ଶିକାର ହୁଅନ୍ତି ବୋଲି ଡା. ସାହୁ କହିଛନ୍ତି। ସମ୍‌ ଅଲ୍ଟିମେଟ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ଶ୍ୱେତପଦ୍ମା ଦାସ କହିଛନ୍ତି, ବିଦେଶୀ ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ପୂର୍ବାଞ୍ଚଳରେ ଚିକିତ୍ସା ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ଆମେ ଖୁବ୍‌ଶୀଘ୍ର ଏକ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ ଥିବା ଏକ ସ୍ବତନ୍ତ୍ର ୟୁନିଟ୍‌ ପ୍ରସ୍ତୁତ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ନବୀନ

ଭୁବନେଶର, ୩୦।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ଭିତରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା...

ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ...

୧୫ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ଅନୁକୂଳ ପରିବେଶ ମଧ୍ୟ ସୃଷ୍ଟି ହୋଇ ନାହିଁ। ରାଜ୍ୟକୁ ମୌସୁମୀ...

ଲୁଣାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ: ୨ ଯୁବକ ମୃତ, ୨ ଆହତ

ନିଶ୍ଚିନ୍ତକୋଇଲି,୯।୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ତରତ୍‌ ହନୁମାନ ଗଡ଼ା ନିକଟରେ ଥିବା ଲୁଣାନଦୀରେ ବୁଡ଼ି ମଙ୍ଗଳବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଧୋଇବାକୁ...

ଅଣ୍ଡାମାଡ଼ ରାଜନୀତି

ପୁରୀ ଅଫିସ,୨୮।୧୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସକୁ ୪ ଦିନ ପୂରିଛି। ଓଡ଼ିଆଙ୍କ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ଉଦ୍ଦିଷ୍ଟ ଥିବା...

୧୯% ଅଧିକ ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ଚଳିତ ଖରିଫ ଧାନ ୬୦.୪୦ ଲକ୍ଷ ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ ୧୯% ଅଧିକ। ଗତବର୍ଷ ୯.୧୭ ଲକ୍ଷ...

ଜମି ହରାଇବା ଆଶଙ୍କାରେ ଚାଷୀ

କଳିଙ୍ଗନଗର,୫ା୨(ଡି.ଏନ.ଏ.): ଐତିହ୍ୟ ବ୍ୟାସସରୋବର ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ପ୍ରକିୟା ଆରମ୍ଭ ହୋଇଛି। ଏଥିଲାଗି ୨୯୪ ଏକର ଜମିର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଜିଲା ଖଣିଜ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନିବାରେ ପ୍ରଥମ: ଓଡ଼ଗାଁ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ କୃଷି ମନ୍ତ୍ରୀ

ଓଡଗାଁ, ୨୪।୧୦(ସ୍ବ.ପ୍ର.)-ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଭୁବନେଶ୍ୱରରୁ ନୟାଗଡ଼ ଟ୍ରେନରେ ଆସିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଘଟଣାର ଦିନଟିଏ...

Advertisement
Archives

Model This Week