କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର

ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି ଲୋକଙ୍କ ଦୁଃଖ। ଏପରି ଅବସ୍ଥାରେ ସରକାର ଦୁର୍ବଳଙ୍କ ବଳ ସାଜିବା କଥା। ଜନତାଙ୍କ ପରିବାର ଉପରୁ ପ୍ରତିପୋଷଣ ଚାପ ହ୍ରାସ କରିବା କଥା। ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସୁବିଧାବାଦୀ କେନ୍ଦ୍ର ସରକାରଙ୍କ କାନରେ ବାଜୁନି କାହାରି ଚିତ୍କାର। ସେଥିପାଇଁ ବୋଝ ଉପରେ ନଳିତା ବିଡ଼ା ପରି ପେଟ୍ରୋଲ ଓ ଡିଜେଲ ଦରରେ ନିଅଁା ଲାଗିଥିଲେ ମଧ୍ୟ ଏହାର ନିୟନ୍ତ୍ରଣ ଦିଗରେ ନିଆଯାଉନି ପଦକ୍ଷେପ। ଫଳରେ ମହାମାରୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଅଁା ଦର ବୃଦ୍ଧି ସ୍ଥିତିକୁ ସଙ୍ଗିନ କରିଚାଲିଛି। କିଛିଦିନ ଧରି ତେଲ ମୂଲ୍ୟ ବୃଦ୍ଧି ପାଉଥିବାରୁ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଯାଇଛି। ଏଠାରେ ଡିଜେଲ ଦର ୯୯ ଟଙ୍କା ଛୁଇଁବାକୁ ଯାଉଛି। ଏହାକୁ ନେଇ ଉପଖଣ୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଆଠମଲ୍ଲିକ ଉପଖଣ୍ଡରେ ରହିଛି ୭ଟି ପେଟ୍ରୋଲ ପମ୍ପ। ସେଥିରୁ କିଶୋରନଗର ବ୍ଲକ ଗୁଣ୍ଡୁରୀମୁଣ୍ଡାସ୍ଥିତ ଫିଲିଂ ଷ୍ଟେଶନରେ ଗୁରୁବାର ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୨୦ ପଇସା ଥିବାବେଳେ ଡିଜେଲ ଲିଟର ଦର ୯୭ ଟଙ୍କା ୯୪ ପଇସା ହୋଇଛି। ସେହିପରି ଜାମୁନାଳୀଠାରେ ଥିବା ତେଲ ଟାଙ୍କିରେ ପେଟ୍ରୋଲ ୯୯.୯୬ ଓ ଡିଜେଲ ଲିଟର ପିଛା ୯୭.୯୪ ଟଙ୍କା, ଗୁରୁଜାଙ୍ଗ ପେଟ୍ରୋଲ ପମ୍ପରେ ପେଟ୍ରୋଲ ୧୦୦.୦୪ ଓ ଡିଜେଲ ୯୭.୬୮ ଟଙ୍କା ରହିଛି। ଆଠମଲିକ ବ୍ଲକ ସାନହୁଲା ଫିଲିଂ ଷ୍ଟେଶନରେ ପେଟ୍ରୋଲ ୧୦୦.୨୩ ଓ ଡିଜେଲ ୯୭.୮୭ ଟଙ୍କା, ଆନନ୍ଦପୁର ତେଲଟାଙ୍କିରେ ପେଟ୍ରୋଲ ୧୦୦.୩୦ ଓ ଡିଜେଲ ୯୭.୯୩ ଟଙ୍କା, କଇଁତ୍ରାଗଡ ତେଲଟାଙ୍କିରେ ପେଟ୍ରୋଲ ୧୦୦.୫୮ ଓ ଡିଜେଲ ୯୮.୨୦ ଟଙ୍କା ଏବଂ ହରିଡାନାଳି ମୌଜା ପେଟ୍ରୋଲ ପମ୍ପରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୫୧ ପଇସା ଓ ଡିଜେଲ ଲିଟର ମୂଲ୍ୟ ୯୮ ଟଙ୍କା ୧୪ ପଇସା ରହିଛି। କରୋନା କାରଣରୁ ଲୋକଙ୍କ ରୋଜଗାର ତଳମୁହଁା ହୋଇଥିବାବେଳେ ତୈଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଊର୍ଦ୍ଧ୍ୱମୁଖୀ ହେବା ଉପଖଣ୍ଡବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ତେଲ ବଢ଼ୁଛି, ଭଡ଼ା ବଢ଼ାଯାଉନି
ଉପଖଣ୍ଡରେ ଶତାଧିକ ଟ୍ରକ୍‌ ଅଛି। କିନ୍ତୁ ଡିଜେଲ ଦରରେ ଘନ ଘନ ବୃଦ୍ଧି ଯୋଗୁ ମାଲିକମାନେ ଗାଡ଼ି ଘରୁ ବାହାର କରିବାକୁ ଡରିଲେଣି। ବର୍ଷେ ତଳେ ଡିଜେଲ ଦର ଲିଟର ପିଛା ୭୯ ଟଙ୍କା ଥିଲା। ସେହି ସମୟରେ ସରକାର ଭଡ଼ା ବୃଦ୍ଧି କରିଥିଲେ। ଇତିମଧ୍ୟରେ ତେଲ ଲିଟର ପ୍ରତି ୧୯ ଟଙ୍କା ବଢ଼ିଥିଲେ ବି ଭଡା ବଢ଼ାଯାଉ ନାହଁି।
-ଜ୍ଞାନଜିତ ପଟ୍ଟନାୟକ, ସଭାପତି, ପଞ୍ଚଧାରା ଟ୍ରକ୍‌ ମାଲିକ ସଂଘ
ଟ୍ରକ୍‌ ବ୍ୟବସାୟ କଷ୍ଟକର ହେଲାଣି
ଡିଜେଲ ଦର ୧୦୦ ଟଙ୍କା ପାଖାପାଖି ହେଲାଣି। ସେହି ଅନୁଯାୟୀ ଭଡ଼ା ନେଲେ ଲୋକେ ବିରୋଧ କରୁଛନ୍ତି। କରୋନା ସମୟରେ ଏହା ଜୁଲମ ବୋଲି କହୁଛନ୍ତି। ଏପରି ସ୍ଥିତିରେ ଟ୍ରକ୍‌ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିଲାଣି। ସରକାର ଶୀଘ୍ର ତେଲଦର କମାଇବା ଜରୁରୀ ହୋଇପଡ଼ିଛି।
-ଅରବିନ୍ଦ ସାହୁ, ଟିପ୍ପର ମାଲିକ
ବାଧୁଛି ଆକାଶଛୁଅଁା ଦର
ବଢ଼ୁଥିବା ତୈଳ ମୂଲ୍ୟ ଯୋଗୁ ସମସ୍ତ ସାମଗ୍ରୀ ଦର ଆକାଶଛୁଅଁା ହେଲାଣି। ଖାଇବା ତେଲଠାରୁ ଆରମ୍ଭ କରି ଲୁଣ ଯାଏ ସବୁକିଛି ବଢ଼ି ବଢ଼ି ଚାଲିଛି। ଏପରି ଅବସ୍ଥାରେ ପରିବାର ପ୍ରତିପୋଷଣ କରିବା ବ୍ୟୟବହୁଳ ହୋଇଯାଇଛି। ବିରୋଧର ସ୍ବର ଉଠୁଥିଲେ ବି ଏହାକୁ ଗୁରୁତ୍ୱ ଦିଆଯାଉ ନାହିଁ।
-ଜିତେନ୍ଦ୍ର କୁମାର ସାହୁ, ତୁରୁଡା
ଶହେ ଜାଗାରେ ୨ଶହ ଖର୍ଚ୍ଚ
କରୋନା କାରଣରୁ ରୋଜଗାର ହ୍ରାସ ପାଇଛି। ସେହି ଅନୁଯାୟୀ ଘର ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ୁଛି। ହେଲେ ଗାଡ଼ିରେ ତେଲ ବାବଦରେ ଅଧିକ ଅର୍ଥ ଦେବାକୁ ପଡ଼ୁଛି। ଯେଉଁ କାର୍ଯ୍ୟ ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା, ସେଥିପାଇଁ ଏବେ ୨ଶହ ଟଙ୍କା ଦେବାକୁ ପଡ଼ୁଛି।
-ବବୁଲ ବିଶ୍ବାଳ, ମାଧପୁର
ଖାଉଟି, ବ୍ୟବସାୟୀଙ୍କ ପେଟକୁ ନାତ
ତେଲ ଦର ବଢ଼ାଇ କେନ୍ଦ୍ର ସରକାର ଖାଉଟି ଓ ବ୍ୟବସାୟୀଙ୍କ ପେଟକୁ ନାତ ମାରିଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବିଭିନ୍ନ ସାମଗ୍ରୀ ଦର ୪୦ ପ୍ରତିଶତ ବଢ଼ିଯାଇଛି। ତେଣୁ ଖାଉଟିମାନେ ବଜାର ସଉଦା କମାଇ ଦେଇଛନ୍ତି। ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଯୋଗୁ ବେପାର ବାଧାପ୍ରାପ୍ତ ହୋଇଥିବାବେଳେ ସରକାର କିନ୍ତୁ ଚାରିଆଡ଼ୁ ଟିକସ ଭିଡ଼ି ଚାଲିଛନ୍ତି।
-ସତ୍ୟନାରାୟଣ ପଟ୍ଟନାୟକ, ବ୍ୟବସାୟୀ, ବଇଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?