କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର

ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି ଲୋକଙ୍କ ଦୁଃଖ। ଏପରି ଅବସ୍ଥାରେ ସରକାର ଦୁର୍ବଳଙ୍କ ବଳ ସାଜିବା କଥା। ଜନତାଙ୍କ ପରିବାର ଉପରୁ ପ୍ରତିପୋଷଣ ଚାପ ହ୍ରାସ କରିବା କଥା। ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସୁବିଧାବାଦୀ କେନ୍ଦ୍ର ସରକାରଙ୍କ କାନରେ ବାଜୁନି କାହାରି ଚିତ୍କାର। ସେଥିପାଇଁ ବୋଝ ଉପରେ ନଳିତା ବିଡ଼ା ପରି ପେଟ୍ରୋଲ ଓ ଡିଜେଲ ଦରରେ ନିଅଁା ଲାଗିଥିଲେ ମଧ୍ୟ ଏହାର ନିୟନ୍ତ୍ରଣ ଦିଗରେ ନିଆଯାଉନି ପଦକ୍ଷେପ। ଫଳରେ ମହାମାରୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଅଁା ଦର ବୃଦ୍ଧି ସ୍ଥିତିକୁ ସଙ୍ଗିନ କରିଚାଲିଛି। କିଛିଦିନ ଧରି ତେଲ ମୂଲ୍ୟ ବୃଦ୍ଧି ପାଉଥିବାରୁ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଯାଇଛି। ଏଠାରେ ଡିଜେଲ ଦର ୯୯ ଟଙ୍କା ଛୁଇଁବାକୁ ଯାଉଛି। ଏହାକୁ ନେଇ ଉପଖଣ୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଆଠମଲ୍ଲିକ ଉପଖଣ୍ଡରେ ରହିଛି ୭ଟି ପେଟ୍ରୋଲ ପମ୍ପ। ସେଥିରୁ କିଶୋରନଗର ବ୍ଲକ ଗୁଣ୍ଡୁରୀମୁଣ୍ଡାସ୍ଥିତ ଫିଲିଂ ଷ୍ଟେଶନରେ ଗୁରୁବାର ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୨୦ ପଇସା ଥିବାବେଳେ ଡିଜେଲ ଲିଟର ଦର ୯୭ ଟଙ୍କା ୯୪ ପଇସା ହୋଇଛି। ସେହିପରି ଜାମୁନାଳୀଠାରେ ଥିବା ତେଲ ଟାଙ୍କିରେ ପେଟ୍ରୋଲ ୯୯.୯୬ ଓ ଡିଜେଲ ଲିଟର ପିଛା ୯୭.୯୪ ଟଙ୍କା, ଗୁରୁଜାଙ୍ଗ ପେଟ୍ରୋଲ ପମ୍ପରେ ପେଟ୍ରୋଲ ୧୦୦.୦୪ ଓ ଡିଜେଲ ୯୭.୬୮ ଟଙ୍କା ରହିଛି। ଆଠମଲିକ ବ୍ଲକ ସାନହୁଲା ଫିଲିଂ ଷ୍ଟେଶନରେ ପେଟ୍ରୋଲ ୧୦୦.୨୩ ଓ ଡିଜେଲ ୯୭.୮୭ ଟଙ୍କା, ଆନନ୍ଦପୁର ତେଲଟାଙ୍କିରେ ପେଟ୍ରୋଲ ୧୦୦.୩୦ ଓ ଡିଜେଲ ୯୭.୯୩ ଟଙ୍କା, କଇଁତ୍ରାଗଡ ତେଲଟାଙ୍କିରେ ପେଟ୍ରୋଲ ୧୦୦.୫୮ ଓ ଡିଜେଲ ୯୮.୨୦ ଟଙ୍କା ଏବଂ ହରିଡାନାଳି ମୌଜା ପେଟ୍ରୋଲ ପମ୍ପରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୫୧ ପଇସା ଓ ଡିଜେଲ ଲିଟର ମୂଲ୍ୟ ୯୮ ଟଙ୍କା ୧୪ ପଇସା ରହିଛି। କରୋନା କାରଣରୁ ଲୋକଙ୍କ ରୋଜଗାର ତଳମୁହଁା ହୋଇଥିବାବେଳେ ତୈଳ ସହ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଊର୍ଦ୍ଧ୍ୱମୁଖୀ ହେବା ଉପଖଣ୍ଡବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ତେଲ ବଢ଼ୁଛି, ଭଡ଼ା ବଢ଼ାଯାଉନି
ଉପଖଣ୍ଡରେ ଶତାଧିକ ଟ୍ରକ୍‌ ଅଛି। କିନ୍ତୁ ଡିଜେଲ ଦରରେ ଘନ ଘନ ବୃଦ୍ଧି ଯୋଗୁ ମାଲିକମାନେ ଗାଡ଼ି ଘରୁ ବାହାର କରିବାକୁ ଡରିଲେଣି। ବର୍ଷେ ତଳେ ଡିଜେଲ ଦର ଲିଟର ପିଛା ୭୯ ଟଙ୍କା ଥିଲା। ସେହି ସମୟରେ ସରକାର ଭଡ଼ା ବୃଦ୍ଧି କରିଥିଲେ। ଇତିମଧ୍ୟରେ ତେଲ ଲିଟର ପ୍ରତି ୧୯ ଟଙ୍କା ବଢ଼ିଥିଲେ ବି ଭଡା ବଢ଼ାଯାଉ ନାହଁି।
-ଜ୍ଞାନଜିତ ପଟ୍ଟନାୟକ, ସଭାପତି, ପଞ୍ଚଧାରା ଟ୍ରକ୍‌ ମାଲିକ ସଂଘ
ଟ୍ରକ୍‌ ବ୍ୟବସାୟ କଷ୍ଟକର ହେଲାଣି
ଡିଜେଲ ଦର ୧୦୦ ଟଙ୍କା ପାଖାପାଖି ହେଲାଣି। ସେହି ଅନୁଯାୟୀ ଭଡ଼ା ନେଲେ ଲୋକେ ବିରୋଧ କରୁଛନ୍ତି। କରୋନା ସମୟରେ ଏହା ଜୁଲମ ବୋଲି କହୁଛନ୍ତି। ଏପରି ସ୍ଥିତିରେ ଟ୍ରକ୍‌ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିଲାଣି। ସରକାର ଶୀଘ୍ର ତେଲଦର କମାଇବା ଜରୁରୀ ହୋଇପଡ଼ିଛି।
-ଅରବିନ୍ଦ ସାହୁ, ଟିପ୍ପର ମାଲିକ
ବାଧୁଛି ଆକାଶଛୁଅଁା ଦର
ବଢ଼ୁଥିବା ତୈଳ ମୂଲ୍ୟ ଯୋଗୁ ସମସ୍ତ ସାମଗ୍ରୀ ଦର ଆକାଶଛୁଅଁା ହେଲାଣି। ଖାଇବା ତେଲଠାରୁ ଆରମ୍ଭ କରି ଲୁଣ ଯାଏ ସବୁକିଛି ବଢ଼ି ବଢ଼ି ଚାଲିଛି। ଏପରି ଅବସ୍ଥାରେ ପରିବାର ପ୍ରତିପୋଷଣ କରିବା ବ୍ୟୟବହୁଳ ହୋଇଯାଇଛି। ବିରୋଧର ସ୍ବର ଉଠୁଥିଲେ ବି ଏହାକୁ ଗୁରୁତ୍ୱ ଦିଆଯାଉ ନାହିଁ।
-ଜିତେନ୍ଦ୍ର କୁମାର ସାହୁ, ତୁରୁଡା
ଶହେ ଜାଗାରେ ୨ଶହ ଖର୍ଚ୍ଚ
କରୋନା କାରଣରୁ ରୋଜଗାର ହ୍ରାସ ପାଇଛି। ସେହି ଅନୁଯାୟୀ ଘର ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ୁଛି। ହେଲେ ଗାଡ଼ିରେ ତେଲ ବାବଦରେ ଅଧିକ ଅର୍ଥ ଦେବାକୁ ପଡ଼ୁଛି। ଯେଉଁ କାର୍ଯ୍ୟ ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା, ସେଥିପାଇଁ ଏବେ ୨ଶହ ଟଙ୍କା ଦେବାକୁ ପଡ଼ୁଛି।
-ବବୁଲ ବିଶ୍ବାଳ, ମାଧପୁର
ଖାଉଟି, ବ୍ୟବସାୟୀଙ୍କ ପେଟକୁ ନାତ
ତେଲ ଦର ବଢ଼ାଇ କେନ୍ଦ୍ର ସରକାର ଖାଉଟି ଓ ବ୍ୟବସାୟୀଙ୍କ ପେଟକୁ ନାତ ମାରିଛନ୍ତି। ପୂର୍ବ ତୁଳନାରେ ବର୍ତ୍ତମାନ ବିଭିନ୍ନ ସାମଗ୍ରୀ ଦର ୪୦ ପ୍ରତିଶତ ବଢ଼ିଯାଇଛି। ତେଣୁ ଖାଉଟିମାନେ ବଜାର ସଉଦା କମାଇ ଦେଇଛନ୍ତି। ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ଯୋଗୁ ବେପାର ବାଧାପ୍ରାପ୍ତ ହୋଇଥିବାବେଳେ ସରକାର କିନ୍ତୁ ଚାରିଆଡ଼ୁ ଟିକସ ଭିଡ଼ି ଚାଲିଛନ୍ତି।
-ସତ୍ୟନାରାୟଣ ପଟ୍ଟନାୟକ, ବ୍ୟବସାୟୀ, ବଇଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

୨୧ ବର୍ଷ ପରେ ପୋଲିସ ଇନ୍ସପେକ୍ଟରଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର, ୪ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୧ ବର୍ଷ ପରେ ଏକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌...

କମେଣ୍ଟମରାକୁ ନେଇ ଛାତ୍ର-ଅଣଛାତ୍ର ମାରପିଟ୍‌

ରାୟଗଡ଼ା,୪।୧୨(ଆଶିଷ ରଞ୍ଜନ ପଣ୍ଡା): କମେଣ୍ଟମରାକୁ କେନ୍ଦ୍ର କରି ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସୋମବାର ମାରପିଟ୍‌ ହୋଇଛି । ଖବରପାଇ ପୋଲିସ...

ବାତ୍ୟା ମିଗଜୋମ୍‌ ଲାଗି ଚାଷୀଙ୍କୁ ସତର୍କ

ବୁଗୁଡା,୪ା୧୨(କାଳି ଚରଣ ଦାଶ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମିଗଜୋମ୍‌ର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଅନେକ ସ୍ଥାନରେ ଜଳାର୍ଣ୍ଣବ...

ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୧୨: କଟକର ପ୍ରସିଦ୍ଧ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଐତିହାସିକ ବାଲିଯାତ୍ରାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri