Posted inଜାତୀୟ

ନୃଶଂସ ହତ୍ୟାକାଣ୍ଡକୁ ନେଇ ଜଣେ ପିଶାଚ ହିଁ ଅଟ୍ଟହାସ୍ୟ କରିପାରେ: କୁମାର ବିଶ୍ୱାସ

ନୂଆଦିଲ୍ଲୀ,୨୫।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ବିଧାନସଭାରେ ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି। ଏହି କ୍ରମରେ ଖ୍ୟାତନାମା ଲେଖକ ତଥା ଆପ୍‌ର ପୂର୍ବତନ ନେତା କୁମାର ବିଶ୍ୱାସ ଗୁରୁବାର ପ୍ରତିକ୍ରିୟା ରଖି କେଜ୍‌ରିଓ୍ବାଲଙ୍କୁ ଜଣେ ପିଶାଚ ବୋଲି କହିଛନ୍ତି।

ଟୁଇଟ୍‌ରରେ ଜଣେ ବ୍ୟକ୍ତି କୁମାର ବିଶ୍ୱାସଙ୍କୁ ଟ୍ୟାଗ୍‌ କରି କେଜ୍‌ରିଓ୍ବାଲ କରିଥିବା ଅଟ୍ଟହାସ୍ୟ ଉପରେ କି ପ୍ରତିକ୍ରିୟା ଦେବେ ବୋଲି ପଚାରିଥିଲେ। ଜବାବରେ କୁମାର ବିଶ୍ୱାସ କହିଛନ୍ତି, ‘କେବଳ ଜଣେ ପିଶାଚ ନିଜର ତୁଚ୍ଛ ରାଜନୈତିକ ଲାଭ ଉଠାଇବା ଲାଗି କ୍ଷୀର ଛାଡ଼ି ନ ଥିବା ଶିଶୁ, ଅସହାୟ ମହିଳା ଏବଂ ଶାନ୍ତିପ୍ରିୟ କଶ୍ମୀର ପଣ୍ଡିତମାନଙ୍କ ଉପରେ କରାଯାଇଥିବା ନୃଶଂସ ହତ୍ୟାକାଣ୍ଡ ଏବଂ ନିଜ ଦେଶରେ ନିର୍ବାସନର ଯନ୍ତ୍ରଣା ଭୋଗିଥିବା ଲୋକଙ୍କୁ ନେଇ ଅଟ୍ଟହାସ୍ୟ କରିପାରେ। ତେବେ କିଏ ତାହା କରିଥିଲା?’।

କହିରଖୁଛୁ, ଭାଜପା ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରିବା ଲାଗି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କହୁ। ଏହାଦ୍ୱାରା ସମସ୍ତେ ମାଗଣାରେ ଫିଲ୍ମକୁ ଦେଖିପାରିବେ। ଫିଲ୍ମକୁ ଟିକସ ମୁକ୍ତ କରିବାକୁ ଦାବି କରାଯାଉଛି। ହେଲେ ୟୁଟ୍ୟୁବ୍‌ରେ ଅପ୍‌ଲୋଡ କରିଦେଲେ ସମ୍ପୂର୍ଣ୍ଣ ମାଗଣାରେ ଏହା ଲୋକଙ୍କ ପାଖରେ ପହଞ୍ଚିବ। ଏହାପରେ ଟିକସ ମୁକ୍ତ କରିବାର ଆବଶ୍ୟକତା କ’ଣ? କଶ୍ମୀର ପଣ୍ଡିତଙ୍କ ନାମରେ ଅନେକ ଲୋକ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ବୋଲି ବିଧାନସଭାରେ କେଜ୍‌ରିଓ୍ବାଲ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

ସାବଧାନ! ୧ ଜୁଲାଇରୁ ବଦଳିଯିବ ଏହି ସବୁ ନିୟମ; ମହଙ୍ଗା ପଡ଼ିବ ନା ଆଶ୍ୱସ୍ତି ମିଳିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ…

ମୋତେ ମଦ ଦିଅ…ଜେଲ୍‌ରେ ଥାଇ ପୋଲିସ ଆଗରେ ଏମିତି ଡିମାଣ୍ଡ କଲେ ସିୟା

ପୁଣେ,୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ନେଇ ଥମୁନି ଚର୍ଚ୍ଚା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ସିୟା…

ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri