୩ ସାଙ୍ଗଙ୍କୁ ଅଶ୍ରୁଳ ବିଦାୟ ଦେଲା କୁଲେଇ

ଛେଣ୍ଡିପଦା,୧୪ା୩(ସ୍ବ.ପ୍ର.): ଦୁର୍ଘଟଣାରେ ରବିବାର ୩ ସାଙ୍ଗଙ୍କ ମୃତ୍ୟୁ ଖବର ପହଞ୍ଚିବା ପରଠାରୁ ଶୋକରେ ଡୁବିଯାଇଥିଲା ଅନୁଗୋଳ ଜିଲା ଜରପଡ଼ା ଥାନା ତୁବେ ପଞ୍ଚାୟତର କୁଲେଇ ଗାଁ। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପରିବେଶ। ସୋମବାର ବ୍ୟବଚ୍ଛେଦ ହୋଇ ୩ ମୃତଦେହ ଗାଁରେ ପହଞ୍ଚିବା ପରେ ସମଗ୍ର ଗାଁ ଯେପରି ସ୍ତବ୍ଧ ହୋଇଯାଇଥିଲା। ଅବାକ ହୋଇ ଚାହିଁ ରହିଥିଲେ ଗ୍ରାମବାସୀ। ସମସ୍ତଙ୍କ ଆଖିରୁ ଅନବରତ ଝରିଚାଲିଥିଲା ଅଶ୍ରୁ। ଶେଷରେ ୩ ସାଙ୍ଗଙ୍କ ମୃତଦେହ ଶୋଭାଯାତ୍ରାରେ ନିଆଯାଇ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।
ସୂଚନାଯୋଗ୍ୟ, କଟକ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡ଼ା ଥାନା ସାନ୍ତରାପୁର ଛକ ନିକଟରେ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ବାଇକ୍‌ରେ ଯାଉଥିବା ଛେଣ୍ଡିପଦା ବ୍ଲକ ତୁବେ ପଞ୍ଚାୟତ କୁଲେଇ ଗ୍ରାମର ସୁନୀଲ ସାହୁ, ସିପୁ ପ୍ରଧାନ ଓ ମାନସ ବେହେରାଙ୍କ ମୃତ୍ୟୁ ହୋଇଥିଲା। ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ସେମାନେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଜରପଡା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ହେଁ ରାତି ହୋଇଯାଇଥିବାରୁ ବ୍ୟବଚ୍ଛେଦ କାର୍ଯ୍ୟ ହୋଇପାରି ନ ଥିଲା। ସୋମବାର ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ କୁଲେଇ ଗ୍ରାମକୁ ଅଣାଯାଇଥିଲା। ୩ ସାଙ୍ଗଙ୍କ ମୃତଦେହ ଗାଁ ଦାଣ୍ଡରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ମାନସ ବିବାହିତ ଓ ତାଙ୍କର ଦେଢ଼ବର୍ଷର ଏକ ସନ୍ତାନ ରହିଛି। ସୁନୀଲ ଓ ସୁମନ୍ତ ଅବିବାହିତ। ମାନସ ଓ ସୁନୀଲ ଏକ ଘରୋଇ କମ୍ପାନୀରେ ହାଇଡ୍ରା ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସୁମନ୍ତ ଚାଷ କାର୍ଯ୍ୟ ବୁଝୁଥିଲେ। ୩ ଜଣ ସାଙ୍ଗ ହୋଇ ବୁଲାବୁଲି କରିବା ସହ ରୋଜଗାର କରି ପରିବାର ଚଳାଉଥିଲେ। ହେଲେ ୩ ସାଙ୍ଗଙ୍କ ଏଭଳି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଖବରପାଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ବସୁଧା)ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲା ସଭାପତି ଦୀନେଶ ପ୍ରଧାନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଗ୍ରାମବାସୀ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ଜିଲା ପରିଷଦ ସଦସ୍ୟ ଦିଲୀପ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ବିନୀତା ସାହୁ, ସରପଞ୍ଚ ଅନୀଲ ପ୍ରଧାନଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ବର୍ଷ ହେଲା ବସିନି ଜଳ ପରିଚାଳନା କମିଟି ବୈଠକ

ସମ୍ବଲପୁର,୧୪ ।୮(ବ୍ୟୁରୋ):  ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ମାମଲା କେନ୍ଦ୍ରୀୟ ଜଳ...

ସିପିଙ୍କ ଜବାବପତ୍ରକୁ ନେଇ ବିବାଦ

କଟକ ଅଫିସ,୧୯। ୯: ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ଆଡ୍‌ଭୋକେଟ୍‌ ଜେନେରାଲଙ୍କ ନିକଟରେ ପୋଲିସ କମିଶନର(ସିପି) ଡ. ସୁଧାଂଶୁ ଷଡଙ୍ଗୀ ଦାଖଲ କରିଥିବା...

ବର୍ଷେ ହେଲାଣି ଫଟା ପାଇପ୍‌ ମରାମତି ହେଉନି

ମାଲକାନଗିରି,୧୨।୫ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡଘାଟ ପଞ୍ଚାୟତର ଅମଳାବଟା ଗ୍ରାମରେ ବଢିବାରେ ଲାଗିଛି ଜଳ କଷ୍ଟ । ଗ୍ରାମରେ ପାନୀୟ ଜଳ ଯୋଗାଣ...

ସୁକିନ୍ଦା ତହସିଲଦାର ନିଲମ୍ବିତ: କରୋନା ନିୟମ ଉଲ୍ଲଂଘନ ଅଭିଯୋଗ

ଯାଜପୁର ଅଫିସ/କାଳିଆପାଣି, ୧୯।୬(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର...

ତଥ୍ୟ ପ୍ରଦାନରେ ଚଞ୍ଚକତା

ନବରଙ୍ଗପୁର,୮।୧୧(ବି.ପ୍ର.):ନବରଙ୍ଗପୁର ଜିଲାରେ ଅନେକ ଶିକ୍ଷକ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। କେତେଜଣ ଶିକ୍ଷକ ଲମ୍ବା ଛୁଟିରେ ଅଛନ୍ତି। ଯାଞ୍ଚ ପରେ ଧରାପଡିଲେ ପରବର୍ତ୍ତୀ ସମୟରେ...

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବତୀ, ଚାଲିଗଲା ଜୀବନ

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ତାପଙ୍ଗ ଷ୍ଟେଶନରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଷ୍ଟେଶନରେ ଠିଆ ହୋଇଥିବା ଏକ ମାଲ୍‌ବାହୀ ଟ୍ରେନ୍‌ ଉପରେ ଚଢ଼ି ଜଣେ...

ଦୃଷ୍ଟିହୀନ ନାତିକୁ ଖତଗଦାରେ ଫିଙ୍ଗି ଦେଇଥିଲେ ଜେଜେବାପା

  ନବରଙ୍ଗପୁର,୧୦।୧୨(ବି.ପ୍ର.)-ଦୃଷ୍ଟିହୀନ ଶିଶୁପୁତ୍ର ଜନ୍ମ କରିଥିଲେ ବୋହୂ। ଏହାକୁ ଶ୍ୱଶୁର ସହ୍ୟ କରି ପାରି ନ ଥିଲେ। ଜନ୍ମର ୨ ମାସ ପରେ ଦୃଷ୍ଟିହୀନ ନାତିକୁ...

ବର୍ଷାଜଳ ନିଷ୍କାସନ ପାଇଁ ବିଧାୟକଙ୍କ ସହ ଆଲୋଚନା

ଜଳେଶ୍ୱର,୨୪ା୯- ୨୦୧୪ ମସିହାରୁ ଜଳେଶ୍ୱର ମ୍ୟୁନିସିପାଲିଟି ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ଯୋଜନା ମୁତାବକ କାର୍ଯ୍ୟକାରୀ ହୋଇପାରିନାହିଁ। ନିମ୍ନମାନର ରାସ୍ତା ନିର୍ମାଣ, ପାଣି...

Advertisement
Archives

Model This Week