Posted inUncategorized

କୁକି, ମେଇତି ସମ୍ପ୍ରଦାୟ ସହ ଆଲୋଚନା କରିବ କେନ୍ଦ୍ର

ନୂଆଦିଲ୍ଲୀ,୧୮।୬: ମଣିପୁର ଜାତିଆଣ ହିଂସା ଘଟଣାକୁ ବର୍ଷେରୁ ଅଧିକ ସମୟ ବିତିଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଅଧ୍ୟକ୍ଷତାରେ ସୋମବାର ଏହା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାହା ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଶାନ୍ତି ଓ ସ୍ଥିରତା ପାଇଁ ଆବଶ୍ୟକ ହେଲେ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଣିପୁରର ମେଇତି ଓ କୁକି ସମ୍ପ୍ରଦାୟର ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରେ ଏକତା ଫେରାଇଆଣିବା ଦିଗରେ କାର୍ଯ୍ୟ କରିବ। ରିଲିଫ୍‌ କେନ୍ଦ୍ରଗୁଡ଼ିକର ସ୍ଥିତି ବିଶେଷ କରି ସେଠାରେ ମିଳୁଥିବା ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ସୁବିଧାର ସମୀକ୍ଷା କରାଯାଇଥିଲା। ନୂଆଦିଲ୍ଲୀର ନର୍ଥ ବ୍ଲକ୍‌ସ୍ଥିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅନୁଷ୍ଠିତ ବୈଠକରେ ବିଭାଗୀୟ ସଚିବ ଅଜୟ ଭାଲ୍ଲା, ଗୋଇନ୍ଦା ବ୍ୟୁରୋ ମୁଖ୍ୟ ତପନ ଡେକା, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ନବନିଯୁକ୍ତ ସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ, ମଣିପୁର ପାଇଁ ସୁରକ୍ଷା ଉପଦେଷ୍ଟା କୁଲଦୀପ ସିଂ, ମଣିପୁର ମୁଖ୍ୟ ସଚିବ ରାଜୀବ ସିଂ ଏବଂ ଆସାମ ରାଇଫଲ୍ସ ଡିଜି ପ୍ରଦୀପ ଚନ୍ଦ୍ର ନାୟାର ଯୋଗ ଦେଇଥିଲେ। ଦିନକ ପୂର୍ବରୁ ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ୍‌ କରି ରାଜ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ମେ’ ୩ରୁ ମଣିପୁରରେ କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ଅନୂ୍ୟନ ୨୨୫ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରଦ୍ୱାର ଛାଡ଼ି ପଳାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆଜି ପର୍ଯ୍ୟନ୍ତ ରିଲିଫ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ୨ ସପ୍ତାହ ପୂର୍ବେ ମୋରେହ ନିକଟରେ ଏକ ସ୍କୁଲ୍‌ ଘରକୁ ଉଗ୍ରପନ୍ଥୀ ନିଆଁ ଲଗାଇଦେବା ସହ ଜଣେ ନିଖୋଜ ବ୍ୟକ୍ତିଙ୍କ ମୁଣ୍ଡକାଟ କରିଥିଲେ। ଗତ ସପ୍ତାହରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ସୁରକ୍ଷା ଟିମ୍‌ ଗାଡ଼ିକୁ ଆକ୍ରମଣ କରିଥିଲେ। ଶାନ୍ତି ଫେରାଇ ଆଣିବାକୁ ପ୍ରାଥମିକତା ଦେବା ଲାଗି ଗତ ୧୦ ତାରିଖରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

ଗାଁକୁ ପଶି ଆସିଲା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୦।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜଙ୍ଗଲକ୍ଷୟ ହେବା ଯୋଗୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଏହି ପରିପ୍ରେକ୍ଷୀରେ ଏକ ଭାଲୁ କୋକସରା ଫରେଷ୍ଟ ସେକ୍ସନ ଚିକିଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri