Posted inଜାତୀୟ

କୁଚ୍‌ବିହାର କାଣ୍ଡ ପ୍ରାୟୋଜିତ ଗଣହତ୍ୟା: ମମତା

ସିଲିଗୁଡ଼ି/କୋଲକାତା, ୧୨।୪: କୁଚ୍‌ବିହାର ଗୁଳିକାଣ୍ଡ ଉଦ୍ଦେଶ୍ୟମୂଳକ ହତ୍ୟାକାଣ୍ଡ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର କହିଛନ୍ତି। ନିର୍ବାଚନ କମିଶନ ସତ୍ୟକୁ ଚାପି ଦେଇଥିବା ଅଭିଯୋଗ କରି ସେ ଏହାର କଡ଼ା ସମାଲୋଚନା କରିଛନ୍ତି। ମତଦାନ ବେଳେ ଧାଡ଼ିରେ ଛିଡ଼ା ହୋଇଥିବା ନିରୀହ ଭୋଟରଙ୍କ ଉପରେ କେନ୍ଦ୍ରୀୟ ସୁରକ୍ଷା ବଳର ଗୁଳି ଚାଳନା ଘଟଣା ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ସମାଲୋଚନା କରିବା ସହ ସେମାନେ ଅଯୋଗ୍ୟ ବୋଲି କହିଛନ୍ତି।
ଶନିବାର କୁଚ୍‌ବିହାର ଜିଲାର ଏକ ବୁଥ୍‌ରେ ମତଦାନ ଚାଲିଥିବାବେଳେ ଭୁଲ୍‌ ବୁଝାମଣାକୁ ନେଇ ସ୍ଥାନୀୟ ଲୋକେ ସିଆଇଏସ୍‌ଏଫ୍‌ ଯବାନଙ୍କୁ ଆକ୍ରମଣ କରିବା ସହ ସେମାନଙ୍କଠାରୁ ରାଇଫଲ ଛଡ଼ାଇନେବାକୁ ଉଦ୍ୟମ କରିବାରୁ ସେମାନେ ଗୁଳି ଚଳାଇଥିଲେ। ଯବାନଙ୍କ ଗୁଳିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ରବିବାରକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମମତା କହିଥିଲେ। ସିଆଇଏସ୍‌ଏଫ୍‌ କାର୍ଯ୍ୟକୁ ନିର୍ବାଚନ କମିଶନ (ଇସି) ସମର୍ଥନ କରିଥିଲେ। ଆତ୍ମରକ୍ଷା ପାଇଁ ସେମାନେ ଗୁଳି ଚଳାଇଥିବା ଇସି ଶନିବାର କହିଥିଲେ। କେନ୍ଦ୍ରୀୟ ସୁରକ୍ଷା ବଳ ପଶ୍ଚିମବଙ୍ଗରେ ଭୋଟରମାନଙ୍କୁ ହଇରାଣ କରୁଥିବା ମମତା ଅଭିଯୋଗ କରିଆସୁଛନ୍ତି।
ଅନ୍ୟପକ୍ଷରେ ଅମିତ୍‌ ଶାହା କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହିଂସାକାଣ୍ଡ ସୃଷ୍ଟି ପାଇଁ ଲୋକଙ୍କୁ ଉସୁକାଇଥିଲେ। ସୁରକ୍ଷା ବଳକୁ ଟାର୍ଗେଟ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ, ଯେଉଁଥିପାଇଁ କୁଚ୍‌ବିହାରର ସିତଲକୁଚି ମତଦାନ କେନ୍ଦ୍ରରେ ହିଂସାକାଣ୍ଡ ଘଟିଲା। ଏବେ ହତ୍ୟାକାଣ୍ଡକୁ ରାଜନୀତିକରଣ କରାଯାଉଛି ବୋଲି ଶାହା ଶାନ୍ତିପୁରଠାରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି। ଆଗାମୀ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେବା ପାଇଁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଡାକ୍ତର ବଳାତ୍କାର ହତ୍ୟା ପ୍ରସଙ୍ଗକୁ ନେଇ ସଂସଦରେ ଝଡ଼: ଅପରାଧୀଙ୍କୁ ପିଟି ମାରିଦେବାକୁ ଦାବି

ନୂଆଦିଲ୍ଲୀ,୩ା୧୨(ପି.ଟି.): ହାଇଦ୍ରାବାଦରେ ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପ୍ରସଙ୍ଗକୁ ନେଇ ସୋମବାର ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ।...

ଭାବପ୍ରବଣ ପୋଷ୍ଟ କଲେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ,୧୨।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ସୋମବାର ତାଙ୍କ ବ୍ରେନ୍‌...

ବୟାନ ନ ଦେଇ ସହର ଛାଡ଼ିଲେ ମହୀଶୂର ଗଣବଳାତ୍କାର ପୀଡ଼ିତା

ଲକ୍ଷ୍ନୌ, ୩୦।୮: କର୍ନାଟକର ମହୀଶୂର ଉପକଣ୍ଠ ଚାମୁଣ୍ଡି ପାହାଡ଼ରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ପୋଲିସ ଆଗରେ ବୟାନ ନ ଦେଇ ପରିବାର ସହ ସହର...

ଲାଲୁଙ୍କୁ ମିଳିଲା ଜାମିନ

ରାଞ୍ଚି,୧୨।୭: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇ...

ବିହାରରୁ କେରଳ ପର୍ଯ୍ୟନ୍ତ ୩୩୦୬ କିଲୋମିଟର ସାଇକେଲ ଚଳାଇ ଏହି ବାର୍ତ୍ତା ଦେଲେ ଛାତ୍ରୀ

ପାଟଣା,୧୮ା୮: ବିହାରର ନାଳନ୍ଦାରେ ରହୁଥିବା ଅପର୍ଣ୍ଣା ସିହ୍ନା ନାମକ ଜଣେ ଛାତ୍ରୀ ଏମିତି କାମ କରିଛନ୍ତି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅପର୍ଣ୍ଣା ‘ଗ୍ରୀନ୍‌...

କ୍ଷୁଧାରେ କଟୁଛି ହାତୀଙ୍କ ଜୀବନ

ବେଙ୍ଗାଲୁର,୪।୬: କୋଭିଡ୍‌-୧୯ ଯୋଗୁ ମଣିଷଠାରୁ ଆରମ୍ଭ କରି ସମଗ୍ର ଜୀବଜଗତ ପ୍ରଭାବିତ ହୋଇଛନ୍ତି। ରୋଜଗାର ହରାଇ କୋଟିକୋଟି ଲୋକ ଭୋକ ଉପାସରେ ଜୀବନ କାଟୁଥିବାବେଳେ ପଶୁପକ୍ଷୀମାନେ...

ଭୋଟରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା: ୩ ମୃତ

ପୁଣେ,୨୧।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ବାଟରେ ସୋମବାର ସକାଳୁ ଏକ ବସ୍‌ ଦୁର୍ଘଟଣା...

ପାକିସ୍ତାନ ଉପରେ ପୁଣିଥରେ ବର୍ଷିଲେ ରାଜନାଥ

ପାଟନା,୫ ।୧୧: ବିହାର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ନିର୍ବାଚନ ସଭାରେ ଯୋଗ ଦେଇଛନ୍ତି...

Advertisement


Archives

Model This Week