କୁଆଁରପୂନେଇଁ ସଜ

କୁଅଁାରପୂନେଇଁ ଦିନ ଝିଅମାନେ ନୂଆ ପୋଷାକ ପିନ୍ଧି ସଜେଇ ହୁଅନ୍ତି। ସକାଳୁ ଆଞ୍ଜୁଳିଟେକା ଏବଂ ସନ୍ଧ୍ୟାରେ ଚାନ୍ଦପୂଜା କରି ସାଙ୍ଗସାଥୀଙ୍କ ମେଳରେ ବେଶ୍‌ ମଜାମସ୍ତି କରନ୍ତି। ଆଉ ଏମିତିରେ ପରସ୍ପର ଭିତରେ କାହା ପୋଷାକ କେତେ ସୁନ୍ଦର ତାକୁ ନେଇ ହୁଏ ଚର୍ଚ୍ଚା। ତେଣୁ କୁଆଁରପୂନେଇଁରେ କେଉଁ ପୋଷକ ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲାଗିବେ, ଜାଣିରଖନ୍ତୁ କିଛି ଫ୍ୟାଶନ୍‌ ଟିପ୍ସ…

କୁମାରପୂନେଇଁ ଲୁକ୍‌କୁ ବେଶ୍‌ ଆକର୍ଷଣୀୟ କରିଥାଏ। ଆପଣ ଚାହିଁଲେ ଫ୍ୟାନ୍ସି କିମ୍ବା ବିଭିନ୍ନ ପ୍ରକାରର ଟ୍ରାଡିସିନାଲ୍‌ ଶାଢ଼ି ଟ୍ରାଏ କରିପାରିବେ। ଏହା ସହ ଡିଜାଇନର ବ୍ଲାଉଜ୍‌ ଏବଂ ବେଲ୍‌ଟ ପିନ୍ଧି ଫ୍ୟାଶନେବଲ୍‌ ଲାଗିବେ।
ଶାଢ଼ି ପିନ୍ଧିବେ ଭାବିଛନ୍ତି, ହେଲେ ଏହାକୁ କ୍ୟାରି କରିବା ଅସୁବିଧା ହେଉଛି, ତେବେ ଶାଢ଼ି ଗାଉନ୍‌ ଆପଣଙ୍କ ଲାଗି ବେଷ୍ଟ ଅପ୍ସନ। ଏହା ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିବାକୁ ସେତିକି ସହଜ ମଧ୍ୟ।
ଫ୍ୟୁଜନ୍‌ ଫ୍ୟାଶନ ଜମାନାରେ ଶାଢ଼ି ସହ ପ୍ୟାଣ୍ଟର ଫୁଜନ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗୁଛି। ସୁନ୍ଦର ବର୍ଡ଼ର ଥିବା ସିଲ୍କ ଶାଢ଼ି ସହ ଷ୍ଟ୍ରେଟ୍‌ ପ୍ୟାଣ୍ଟ ପିନ୍ଧନ୍ତୁ। ଏହା ଆପଣଙ୍କୁ ମଡର୍ନ ଲୁକ୍‌ ଦେବ। ଏହା ସହ ମ୍ୟାଚିଂ କରି ଆପଣ ନେକ୍‌ଲେକ୍ସ ଓ ଇଅର ରିଂ ବି ପିନ୍ଧିପାରିବେ। ଫେଷ୍ଟିଭ୍‌ ଲୁକ୍‌ ଦବାପାଇଁ ଚାହୁଁଥିଲେ ଶାଢ଼ି ସହ ଆପଣ ଆଙ୍କେଲ୍‌ ଲେନ୍ଥ ଜିନ୍ସ ଟ୍ରାଏ କରିପାରିବେ। ଜିନ୍ସ ସହ ବେଲ୍ଟ ଏବଂ ହାଇନେକ୍‌ ବ୍ଲାଉଜ୍‌ ମଧ୍ୟ ପିନ୍ଧି ପାରିବେ।
କୁର୍ତ୍ତୀ କିମ୍ବା ମ୍ୟାକ୍ସି ଡ୍ରେସ୍‌ ସହିତ ପ୍ଲାଜୋ ପିନ୍ଧିଲେ ମଡର୍ନ ଲାଗିବେ। ଏହା ସହ ଏଥିନିକ୍‌ ଜୁଏଲେରୀ ଅଧିକ ଟ୍ରେଣ୍ଡି ଲୁକ୍‌ ଦେବ।
ଫ୍ୟାଶନ୍‌ ଟ୍ରେଣ୍ଡରେ ଆଫ୍‌ଗାନୀ ସାଲ୍‌ଓ୍ବାର୍‌ ବେଶ୍‌ ଚର୍ଚ୍ଚାରେ ଅଛି। ଆପଣ ଚାହିଁଲେ ଏହା ସହ ଶର୍ଟ କୁର୍ତ୍ତୀ କିମ୍ବା ଡିଜାଇନର ଟପ୍ସ ପିନ୍ଧି ପାରିବେ। ଏଭଳି ଗେଟ୍‌ଅପ୍‌ ସାଙ୍ଗକୁ ବଡ ହ୍ୟାଙ୍ଗିଙ୍ଗ୍‌ ଇୟରରିଂ, ଚୁଡି ଏବଂ ପଏଣ୍ଟେଡ୍‌ ବା ଓ୍ବେଜ୍‌ ହିଲ୍‌ ଚପଲ ଟ୍ରାଏ କରନ୍ତୁ ଷ୍ଟାଇଲିଶ୍‌ ଲାଗିବେ।
ଆପଣ ମଡର୍ନ ଲୁକ୍‌ ସାଙ୍ଗକୁ ଟ୍ରାଡିସିନାଲ୍‌ ଦେଖାଯିବାକୁ ଚାହୁଁଛନ୍ତି, ତେବେ ଲାଟେଷ୍ଟ ଟ୍ରେଣ୍ଡ ସାଜିଥିବା ସିଗାରେଟ୍‌ ପ୍ୟାଣ୍ଟ ଟ୍ରାଏ କରନ୍ତୁ। ଏହା ସହ ଫ୍ରଣ୍ଟ କଟ ଲଙ୍ଗ୍‌ କୁର୍ତ୍ତୀ ଭଲ ମାନିବ। ଆପଣ ଚାହିଁଲେ ଏହି ଡ୍ରେସ୍‌ ସହ ଏଥିନିକ୍‌ କିମ୍ବା ଡିଜାନର ବିଡ୍ସ ଜୁଏଲେରି ପିନ୍ଧିପାରିବେ।
ସେହିଭଳି ଧୋତି ପ୍ୟାଣ୍ଟ ସାଙ୍ଗକୁ ଫ୍ରଣ୍ଟ କଟ୍‌ କୁର୍ତ୍ତୀ, ଶର୍ଟ ହେଭି ଓ୍ବର୍କ କୁର୍ତ୍ତୀ ଏବଂ ଏଥିନିକ୍‌ ଜୁତି, ଚଙ୍କି ଜୁଏଲେରିର ଫ୍ୟୁଜନ୍‌ ଆପଣଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେବ।
ଚାହିଁଲେ ଅନାରକଲି ଗାଉନ୍‌, ଫ୍ଲୋର୍‌ ଲେନ୍ଥ ଅନାରକଲି, ଆସିମେଟ୍ରକାଲ ଅନାରକଲି ମଧ୍ୟ ବାଛିପାରିବେ। ଏହା ସହ ହାଇ ହିଲ୍‌ ଏବଂ ପୋଲ୍‌କି କିମ୍ବା କୁନ୍ଦନ ଜୁଏଲେରି ପିନ୍ଧି ଆକର୍ଷଣୀୟ ଲାଗିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri