Posted inଖେଳ

ମାତ୍ର ୧୫ ବର୍ଷ? ବୈଭବଙ୍କ ବୟସ ଦେଖି ତାଜୁବ ହେଲେ କୃଣାଲ ପାଣ୍ଡ୍ୟା, କହିଲେ ଏମିତି କଥା କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୫।୬: ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ MVP (ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର) ରହିଛନ୍ତି, ଯିଏ ଅରେଞ୍ଜ କ୍ୟାପ ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ପ୍ରଥମ ବଲ୍‌ରୁ ହିଁ ବଡ଼ ସଟ ଖେଳିବାର କ୍ଷମତା ତାଙ୍କୁ ସ୍ବତନ୍ତ୍ର କରିଥାଏ, ଏବଂ ସବୁଠାରୁ ବଡ଼ କଥା ହେଉଛି ସେ ଏଥିରେ ସଫଳ ମଧ୍ୟ ହେଉଛନ୍ତି। ସେ କ୍ୱାଲିଫାୟର୍‌-୨ ରେ ମଧ୍ୟ ୯୬ ରନ୍‌ର ଏକ ବମ୍ଫର ପାରି ଖେଳିଥିଲେ, ଯେତେବେଳେ ଅନ୍ୟ ବ୍ୟାଟ୍‌ସମ୍ୟାନମାନେ ପିଚରେ ତିଷ୍ଠି ପାରୁନଥିଲେ, ସେତେବେଳେ ସେ ବୁଝାମଣାର ସହ ଖେଳକୁ ଆଗକୁ ବଢ଼ାଇଥିଲେ। ଯଦିଓ ତାଙ୍କ ଦଳ ହାରିଯାଇଥିଲା। କୃଣାଲ ପାଣ୍ଡ୍ୟା ତାଙ୍କର ପ୍ରଶଂସା କରି କହିଛନ୍ତି ଯେ ସେହି ପିଲାଟି ପାଖରେ ବୁଦ୍ଧି ଅଛି, ସେ କେବଳ ସ୍ଲଗିଂ (ଅନ୍ଧାଧୁନ୍ଧ ବ୍ୟାଟିଂ) ତ ଆଦୌ କରୁନାହିଁ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଛି ଏବଂ ତାଙ୍କ ବ୍ୟାଟିଂ ଦେଖି ଦୁନିଆର ବଡ଼ ବଡ଼ ଦିଗ୍ଗଜମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଯେତେବେଳେ ତାଙ୍କୁ IPL ପାଇଁ ରାଜସ୍ଥାନ ରୟାଲ୍ସ କିଣିଥିଲା, ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା। ଆରମ୍ଭରୁ ତାଙ୍କ ବୟସକୁ ନେଇ ହିଁ ଚର୍ଚ୍ଚା ହୋଇଥିଲା ଯେ ଏହା କଣ ସତ? ସେ କଣ ସତରେ ୧୫ ବର୍ଷର ନା ଏଥିରେ କିଛି ଜାଲିଆତି ଅଛି। କିନ୍ତୁ ଏବେ କେବଳ ବୈଭବଙ୍କ ବ୍ୟାଟିଂକୁ ନେଇ ଚର୍ଚ୍ଚା ହେଉଛି।

ଚାମ୍ପିଅନ ଦଳ RCB ରେ ସାମିଲ ଥିବା କୃଣାଲ ପାଣ୍ଡ୍ୟା ମଧ୍ୟ ବୈଭବଙ୍କ ବ୍ୟାଟିଂ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ସେ ମଧ୍ୟ ଆଶ୍ଚର୍ଯ୍ୟ ଅଛନ୍ତି ଯେ ମାତ୍ର ୧୫ ବର୍ଷର ଜଣେ ଖେଳାଳି ଏଭଳି ଖେଳୁଛନ୍ତି। IPL ୨୦୨୬ ମଧ୍ୟରେ କୃଣାଲ ମଧ୍ୟ ବୈଭବଙ୍କ ସାମ୍ନାରେ ବୋଲିଂ କରିଥିଲେ ଏବଂ ତାଙ୍କ ଉଇକେଟ୍‌ ମଧ୍ୟ ନେଇଥିଲେ। ‘ଟାଇମ୍ସ ଅଫ ଇଣ୍ଡିଆ’କୁ ଦେଇଥିବା ସାକ୍ଷାତକାରରେ କୃଣାଲ କହିଛନ୍ତି, “ହଁ, ଆମର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ମ୍ୟାଚ ଥିଲା, ମୁଁ ତାଙ୍କ ଉଇକେଟ୍‌ ମଧ୍ୟ ନେଇଥିଲି।”

କୃଣାଲ ଆହୁରି କହିଛନ୍ତି, “କିନ୍ତୁ ତାଙ୍କ ପାଖରେ କ’ଣ ପ୍ରତିଭା ଅଛି, ମାତ୍ର ୧୫ ବର୍ଷ ବୟସରେ ଏପରି ପ୍ରତିଭା ରହିବା ଆଶ୍ଚର୍ଯ୍ୟଜନକ। ୨୫, ୩୦ କିମ୍ବା ୪୦ ବର୍ଷ ବୟସରେ ଏପରି ବ୍ୟାଟିଂ କରିବା ପ୍ରଶଂସନୀୟ, କିନ୍ତୁ କେବଳ ୧୫ ବର୍ଷ? ସେ କେବଳ ଅନିୟମିତ ସଟ ଖେଳନ୍ତି ନାହିଁ, ତାଙ୍କର ବୁଦ୍ଧି ମଧ୍ୟ ଅଛି।”

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?