ମୁମ୍ବାଇ,୧୯।୧୨-ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ସେ ଶନିବାର ଟୁଇଟ କରି ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଖୁସି ଅଛି। ମୋର କରୋନା ରିପୋର୍ଟ ନେଗେଟିଭ ଆସିଛି। ମୋତେ ସାହାଯ୍ୟ କରିଥିବାରୁ ବିଏମ୍ସି ଅଧିକାରୀ, ସହକାରୀ କମିଶନର ବିଶ୍ୱାସ ମୋଟେଙ୍କୁ ଧନ୍ୟବାଦ। ଉପଯୁକ୍ତ ଚିକିତ୍ସା ଓ ସହାୟତା ଯୋଗାଇ ଦେଇଥିବା ଡାକ୍ତରମାନଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ବୋଲି କ୍ରିତି ଟୁଇଟରେ ଉଲ୍ଲେଖ କରିଛନ୍ତି।
Happy to inform everyone that i have finally tested Negative for COVID-19!
A big thank you to @mybmc officials, respected Assistant commissioner @mybmcwardKW Mr. Vishwas Mote and my doctor for all the help & assistance.🙏🏻
And thank you all for the warm wishes and the love❤️❤️— Kriti Sanon (@kritisanon) December 19, 2020