ଉତ୍ତର ପୂର୍ବାଞ୍ଚଳର କୃଷ୍ଣଭାବ

ଭାରତୀୟ ଧର୍ମୀୟ ଧାରାରେ କୃଷ୍ଣ ଭକ୍ତିର ସ୍ଥାନ ଅନନ୍ୟ। ଜଣେ କୃଷ୍ଣଙ୍କ କଥା ବର୍ଣ୍ଣନା କରିବା ସମୟରେ ସାଧାରଣତଃ ସୁରଦାସ ଏବଂ ମୀରାବାଈଙ୍କ ଉତ୍ତର ଭାରତୀୟ ପରମ୍ପରା କିମ୍ବା ଅନ୍ଦଳ ଓ ଅଲଓ୍ବାରଙ୍କ ଦକ୍ଷିଣ ଭାରତୀୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥା’ନ୍ତି। ଏହା ବ୍ୟତୀତ ଚୈତନ୍ୟ ମହାପ୍ରଭୁ ବି ଥିଲେ କୃଷ୍ଣଙ୍କର ପରମ ଭକ୍ତ। ସେ ପୂର୍ବଭାରତୀୟ କୃଷ୍ଣ ପରମ୍ପରାରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସେହିଭଳି ପଶ୍ଚିମ ଭାରତର ପରମ୍ପରାରେ ବଲ୍ଲଭାଚାର୍ଯ୍ୟ ଏବଂ ଦାନେଶ୍ୱରଙ୍କ କୃଷ୍ଣ ଭକ୍ତି ବା ପ୍ରେମଭାବର ପ୍ରଭାବ ରହିଛି। ଆମେ ଭାରତର ବିଭିନ୍ନ ଭାଗର କୃଷ୍ଣ ପରମ୍ପରା ସମ୍ପର୍କରେ ଆଲୋଚନା କରୁଥିବା ସମୟରେ ଉତ୍ତର ପୂର୍ବାଞ୍ଚଳ ପ୍ରତି କମ୍‌ ଧ୍ୟାନ ଦେଇଥାଉ। ସେଠାକାର କୃଷ୍ଣଙ୍କ ଭକ୍ତିଭାବ ବିଷୟ ଉତ୍‌ଥାପନ କରି ନ ଥାଉ। ଉତ୍ତର ପୂର୍ବାଞ୍ଚଳ ଆସାମଠାରୁ ଆଗକୁ ଲମ୍ବିଛି। ଏହା ମଧ୍ୟରେ ଏବେ ଅନେକ ରାଜ୍ୟ ରହିଛି। ପୁରାଣ ଯୁଗରେ ଏହା ଥିଲା ଗାନ୍ଧର୍ବ ଦେଶ । ଏହି ଅଞ୍ଚଳର ବୈଦିକ ଦେବୀ ଉଷାଙ୍କ ସହ ସମ୍ପର୍କ ରହିଛି। ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଏହା ଥିଲା ରୁକ୍ମିଣୀଙ୍କ ଭୂମି। ରୁକ୍ମିଣୀ କୃଷ୍ଣଙ୍କୁ ବିବାହ କରିଥିଲେ। ଏହା ମଧ୍ୟ ଥିଲା ଅର୍ଜୁନଙ୍କୁ ବିବାହ କରିଥିବା ଚିତ୍ରାଙ୍ଗଦା ଓ କୃଷ୍ଣଙ୍କ ନାତି ଅନିରୁଦ୍ଧଙ୍କ ପନତ୍ୀ ଉଷାଙ୍କ ଜନ୍ମମାଟି। ଭାରତରେ କୃଷ୍ଣଙ୍କ ପରମ୍ପରା କିମ୍ବା ଭକ୍ତିରେ କିଛି ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ନାହିଁ। ଆସାମ ଓ ମଣିପୁରର ଧର୍ମୀୟ ପରମ୍ପରାରେ କୃଷ୍ଣ ଭକ୍ତି ଅଛି, କିନ୍ତୁ ଏହି ଦୁଇ ସ୍ଥାନରେ ଭକ୍ତି ଭାବରେ ପ୍ରଭେଦ ରହିଛି। ଜଣେ ଆସାମ ଗଲେ କୃଷ୍ଣ ଭକ୍ତି ଶଙ୍କରଦେବଙ୍କ ଦ୍ୱାରା ପ୍ରଚାର କରାଯାଇଥିବା ଦେଖିବାକୁ ପାଇବେ। ଶଙ୍କରଦେବ ୫୦୦ ବର୍ଷ ପୂର୍ବେ ସେଠାରେ ରହି କୃଷ୍ଣ ପ୍ରେମଭାବ ପ୍ରଚାର କରିଥିଲେ। କିନ୍ତୁ ଜଣେ ଆସାମର ଆହୁରି ପୂର୍ବ ଆଡ଼କୁ ଯାତ୍ରା କରି ମଣିପୁରରେ ପହଞ୍ଚିଲେ ଏହାଠାରୁ ଅଲଗା ପ୍ରକାର କୃଷ୍ଣ ଭକ୍ତି ଦେଖିବାକୁ ପାଇବେ। ଏଠାରେ କୃଷ୍ଣ ଭକ୍ତି ଚୈତନ୍ୟ ମହାପ୍ରଭୁଙ୍କ ଭକ୍ତି ଓ ବିଚାର ଆଧାରିତ ବୋଲି ସ୍ପଷ୍ଟ ହୁଏ।
ଆସାମର ଶଙ୍କରଦେବଙ୍କ କୃଷ୍ଣଭକ୍ତି ସମ୍ପୂର୍ଣ୍ଣ ନିର୍ଗୁଣ (ନିରାକାର କୃଷ୍ଣ) ଓ ଏଥିରେ ରାଧାଙ୍କ ସ୍ଥାନ ନାହିଁ। ମଣିପୁରରେ ଚୈତନ୍ୟ ଭକ୍ତି ସଗୁଣ(ସାକାର କୃଷ୍ଣ)ର ମହତ୍ତ୍ୱ ପ୍ରତିପାଦନ କରେ ଓ ଏହା ରାଧାଙ୍କୁ ଆରାଧନା କରିଥାଏ। ଶଙ୍କରଦେବ ଥିଲେ ଦାସ୍ୟ ଭାବର ଉପାସକ। ସେ ସେବକ ଭାବରେ ପ୍ରଭୁଙ୍କ ନାମ (ଏକ -ନାମ -ଶରଣ) ଗାନର ମହତ୍ତ୍ୱ ଉପସ୍ଥାପନ କରିଛନ୍ତି। ମଣିିପୁରର କୃଷ୍ଣ ଭକ୍ତିରେ ନୃତ୍ୟର ମହତ୍ତ୍ୱ ଅଧିକ। ଏହା ମାଧ୍ୟମରେ କୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଭାବନା(ମାଧୁର୍ଯ୍ୟ ଭାବ) ମହତ୍ତ୍ୱକୁ ଦର୍ଶାଯାଇଥାଏ; ଯାହା ଦିବ୍ୟତାର ପଥ ବୋଲି ମନେକରାଯାଏ। ବୈଷ୍ଣବବାଦର ଏହି ଉଭୟ ଭକ୍ତିର ଧାରା ପୁରୁଣା ଜନଜାତି ପରମ୍ପରା ତଥା ଶାକ୍ତ ପ୍ରଥାଗୁଡ଼ିକଠାରୁ ଅଧିକ ମାତ୍ରାରେ ପରିପ୍ରକାଶ ଲାଭ କରିଥିଲା।
ଶଙ୍କରଦେବ ଥିଲେ ଜଣେ ଶିକ୍ଷିତ ବ୍ୟକ୍ତି ଓ ଅଗାଧ ଜ୍ଞାନର ଅଧିକାରୀ। ସେ କୃଷ୍ଣଙ୍କ ଜୀବନକୁ ଆଧାର କରି ଅନେକ ଗୀତ ଓ ନାଟକ ରଚନା କରିଥିଲେ। ତାଙ୍କ ଭକ୍ତି ଭାବ ଓ ବିଚାରଧାରା ପ୍ରଚାରରେ ନାଟକ ଓ ନୃତ୍ୟ ମୁଖ୍ୟ ଭୂମିକା ନେଇଥିଲା। ଆସାମରେ ଅଙ୍କିୟ ନାଟକରେ ଏହା ଦେଖିବାକୁ ମିଳେ। ଶଙ୍କରଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ନାଟ୍ୟଦଳଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ଉକ୍ତ ନାଟକରେ କୃଷ୍ଣଙ୍କ ଜୀବନୀର ବହୁ ଝଲକ ରହିଛି। ସତ୍ୟଭାମା ଓ ରୁକ୍ମିଣୀଙ୍କ ସ୍ବାମୀ ଭାବେ କୃଷ୍ଣ ଏହି ନାଟକରେ ଦେଖାଯାଇନାହାନ୍ତି। ସବୁଠୁ ବଡ଼ କଥା ହେଉଛି, ଅଙ୍କିୟ ନାଟକରେ ରାଧାଙ୍କ ସମ୍ପର୍କରେ କୌଣସି ବର୍ଣ୍ଣନା ନାହିଁ କି ନାଟକରେ ଏଭଳି ଚରିତ୍ର ଦେଖିବାକୁ ମିଳେନାହିଁ। ଶଙ୍କରଦେବଙ୍କ ଭଳି ଚୈତନ୍ୟ କିଛି ଲେଖି ନ ଥିଲେ। ମହାପ୍ରଭୁ ଚୈତନ୍ୟଙ୍କର ବହୁ ଶିଷ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ବୃନ୍ଦାବନରେ ରହିବାକୁ ପସନ୍ଦ କରିଥିଲେ ଓ ଶେଷ ଜୀବନ ପର୍ଯ୍ୟନ୍ତ ସେଠାରେ ରହିଥିଲେ। ବୃନ୍ଦାବନରେ ଏହି ଶିଷ୍ୟଗଣ କୃଷ୍ଣ ପରମ୍ପରା ଓ ଭକ୍ତିକୁ ପୁନଃ ଉଜ୍ଜୀବିତ କରିଥିଲେ। ଏହି ଶିଷ୍ୟମାନଙ୍କ ମଧ୍ୟରୁ ଅନେକ ମଣିପୁର ଯାଇଥିଲେ। ଚୈତନ୍ୟଙ୍କ ଭକ୍ତିରେ ରାଧାଙ୍କ ସ୍ଥାନ ରହିଥିବାରୁ ମଣିପୁରରେ ମଧ୍ୟ କୃଷ୍ଣ ଭକ୍ତିରେ ଶ୍ରୀରାଧାଙ୍କ ପ୍ରମୁଖ ସ୍ଥାନ ଅଛି। ଶଙ୍କରଦେବଙ୍କ ସମକାଳୀନ ଥିଲେ ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ଦେବଙ୍କର ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ସହ ନିବିଡ଼ ସମ୍ପର୍କ ରହିଛି। ସେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଶେଷ ଜୀବନ ପୁରୀ ଶ୍ରୀକ୍ଷେତ୍ରରେ କଟାଇଥିଲେ। ଶଙ୍କରଦେବ ଭାଗବତ ପୁରାଣ ଉପରେ ଆଧାରିତ ବୈଷ୍ଣବବାଦର ଅଦ୍ୱୈତ ଧାରାର ଅନୁଗାମୀ ଥିଲେ।
ସାରା ବିଶ୍ୱର ସ୍ରଷ୍ଟା ହେଉଛନ୍ତି ଏକ ଦିବ୍ୟ ଶକ୍ତି। ଏହା ହିଁ ହେଉଛି ଅଦ୍ୱୈତବାଦ। ଅଦ୍ୱୈତବାଦ ଅନୁଯାୟୀ ବିଶ୍ୱରେ ଯେତେ ଯାହା ସୃଷ୍ଟି ହୋଇଛି ତାହା ସବୁ କୃଷ୍ଣ ହିଁ କରିଛନ୍ତି । ଏଥିରେ ଆଉ କାହାର ସ୍ଥାନ ନାହିଁ, ଅର୍ଥାତ୍‌ ଦ୍ୱିତୀୟ ବୋଲି କେହି ନାହାନ୍ତି। ସେ ହିଁ ବୃକ୍ଷ , ସେ ହିଁ ଜଙ୍ଗଲ। ଅର୍ଥାତ୍‌ ସେ ହିଁ ଆମତ୍ା ଓ ପରମାମାତ୍ର ସମଷ୍ଟି। କିନ୍ତୁ ଆମେ ଅଜ୍ଞାନତାବଶତଃ ଆମତ୍ା ପରମାମତ୍ା ଓ କୃଷ୍ଣଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିଥାଉ। ଅଦ୍ୱୈତବାଦ ୧,୨୦୦ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରଚାର କରାଯାଇଥିଲା ଓ ଏହା ଲୋକଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ହୋଇଥିଲା। ଏହା ୯୦୦ ବର୍ଷ ପୂର୍ବେ ରାମାନୁଜଙ୍କ ଦ୍ୱାରା ପ୍ରଚାରିତ ଭକ୍ତି ଧାରା ସହ ସମ୍ପର୍କ ରହିଥିଲା। ସେହି ସମୟରେ ରାମାନୁଜଙ୍କ କୃଷ୍ଣ ଭକ୍ତି ଭାବ ଭାରତର ଉତ୍ତରାଞ୍ଚଳକୁ ସମ୍ପ୍ରସାରିତ ହୋଇଥିଲା ଓ ଶଙ୍କରଦେବଙ୍କ ମାଧ୍ୟମରେ ୫୦୦ ବର୍ଷ ପୂର୍ବେ ଆସାମରେ ପହଞ୍ଚିଥିଲା। ଶଙ୍କରଦେବଙ୍କ ଭଳି ଶ୍ରୀଚୈତନ୍ୟ ତାଙ୍କ ଭକ୍ତିକୁ ବେଦାନ୍ତ ମାଧ୍ୟମରେ ବୁଝାଇଛନ୍ତି ।
ଏହା ବ୍ୟକ୍ତିର ଆମତ୍ା (ଜୀବାମତ୍ା) ଏବଂ ବ୍ରହ୍ମାଣ୍ଡ ଆମତ୍ା (ପରମାମତ୍ା) ମଧ୍ୟରେ ଥିବା ସମ୍ପର୍କ ବିଷୟରେ ବର୍ଣ୍ଣନା କରିଛି। କିନ୍ତୁ ଚୈତନ୍ୟ ଭେଦାଭେଦ ବେଦାନ୍ତକୁ ପସନ୍ଦ କରନ୍ତି; ଯାହା ଗୋଟିଏ ବାସ୍ତବତା ବା ସୃଷ୍ଟିର ଦୁଇଟି ଅଂଶକୁ ସୂଚିତ କରେ। ଗୋଟିଏ ଭାଗ କୃଷ୍ଣ ହୋଇଥିବାବେଳେ ଅନ୍ୟ ଭାଗଟି ରାଧାଙ୍କର ପ୍ରତିନିଧିତ୍ୱ କରେ। ଆମତ୍ା ଓ ପରମାମତ୍ା ହିଁ ଏକ। କେହି କାହାଠାରୁ ଭିନ୍ନ ନୁହନ୍ତି,କିନ୍ତୁ ସ୍ବରୂପରେ ଭିନ୍ନ। ଯେଭଳି ଗଛଟିଏ ଗଛର ପରିଚୟ ନେଇ ରହିଲେ ମଧ୍ୟ ଏହା ଜଙ୍ଗଲର ଏକ ଅଂଶ । ଠିକ୍‌ ସେହିଭଳି ଭଳି ଆମେ ସେହି କୃଷ୍ଣ ରୂପୀ ପରମାମତ୍ାଙ୍କର ଗୋଟିଏ ଗୋଟିଏ ଆମତ୍ା ସଦୃଶ। ସବୁ ଭକ୍ତଙ୍କ ଭିନ୍ନ ଭିନ୍ନ ଭକ୍ତି ଭାବ ମଧ୍ୟରେ ସେ ହିଁ ବିରାଜିତ। ଦେଖିବାକୁ ଗଲେ ଏହିସବୁ ଦର୍ଶନ ମଧ୍ୟରେ ବାସ୍ତବରେ ଉତ୍ତରପୂର୍ବାଞ୍ଚଳରେ କୃଷ୍ଣ ଭକ୍ତିର ଆଧ୍ୟାମତ୍ିକ ଭାବ ପ୍ରକାଶ କରିବାକୁ ନାଟକ ଓ ନୃତ୍ୟ ପ୍ରଦର୍ଶନର ମହତ୍ତ୍ୱ ରହିଛି ।

– ଦେବଦତ୍ତ ପଟ୍ଟନାୟକ

devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri