କ୍ରାନ୍ତିପାତ ଓ ଅୟନାନ୍ତ

”ଜୁନ୍‌ ମାସ ୨୧ ତାରିଖ ଦିନ କର୍କଟ କ୍ରାନ୍ତି ଆଖପାଖ ଅଞ୍ଚଳରେ ଦିନ ୧୩ ଘଣ୍ଟା ଓ ରାତି ୧୧ ଘଣ୍ଟା ହୁଏ। ଏଠାରୁ ଉତ୍ତର ଦିଗକୁ ଗଲେ ଦିନ କ୍ରମଶଃ ବଢ଼ିଥାଏ ଓ ରାତି ଛୋଟ ହୋଇଥାଏ। ଜୁନ୍‌ ମାସ ୨୧ ତାରିଖ ଦିନ ୬୬.୫ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ଦିନ ୨୪ ଘଣ୍ଟା ହୁଏ ଓ ରାତି ଆଦୌ ହୁଏ ନାହିଁ । ସେଠାରୁ ଆହୁରି ଉତ୍ତରକୁ ଗଲେ ଉତ୍ତର ମେରୁଠାରେ ଛଅ ମାସ ଦିନ ହୁଏ। ଥରେ ସୂର୍ଯ୍ୟ ଉଦୟ ହେଲେ ଏହା ଅସ୍ତ ନ ହୋଇ ଦିଗ୍‌ବଳୟ ଆକାଶରେ ପୂର୍ବରୁ ପଶ୍ଚିମକୁ ପ୍ରତି ୨୪ ଘଣ୍ଟାରେ ଘୂରି ବୁଲୁଥାଏ।“

କ୍ରାନ୍ତିପାତ (Eguinox) ହେଉଛି ବର୍ଷର ଗୋଟିଏ ସମୟ ଯେତେବେଳେ ଦିନ ଓ ରାତି ସମାନ ହୋଇଥାଏ ; ଅର୍ଥାତ୍‌, ଦିନ ବାର ଘଣ୍ଟା ଓ ରାତି ବାର ଘଣ୍ଟା ହୋଇଥାଏ। ବର୍ଷକରେ ଦୁଇ ଦିନ ଏହା ଆସିଥାଏ। ଗୋଟିଏ ଦିନ ହେଉଛି ମାର୍ଚ୍ଚ ମାସ ୨୧ ତାରିଖ ଓ ଅନ୍ୟ ଦିନଟି ହେଉଛି ସେପ୍ଟେମ୍ବର ମାସ ୨୩ ତାରିଖ। ମାର୍ଚ୍ଚ ମାସ ୨୧ ତାରିଖ ପରେ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଶରତ ଋତୁ ଆରମ୍ଭ ହୋଇଥାଏ।
ଅୟନାନ୍ତ (Solstice) ହେଉଛି ବର୍ଷର ଗୋଟିଏ ସମୟ ଯେତେବେଳେ ଦିନ କିମ୍ବା ରାତିର ଅବଧି ସର୍ବାଧିକ ହୋଇଥାଏ। ଏହା ଜୁନ୍‌ ମାସ ୨୧ ତାରିଖ ଏବଂ ଡିସେମ୍ବର ମାସ ୨୨ ତାରିଖରେ ଦେଖାଯାଏ। ଜୁନ୍‌ ୨୧ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଦିନ ସବୁଠାରୁ ବଡ଼ ଓ ରାତି ସବୁଠାରୁ ଛୋଟ ଥାଏ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଏହାର ବିପରୀତ ହୋଇଥାଏ। ଅର୍ଥାତ୍‌ ରାତି ସବୁଠାରୁ ବଡ଼ ଓ ଦିନ ସବୁଠାରୁ ଛୋଟ ଥାଏ। ଅନ୍ୟପକ୍ଷରେ ଡିସେମ୍ବର ୨୨ ତାରିଖରେ ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ସବୁଠାରୁ ବଡ଼ ଓ ରାତି ସବୁଠାରୁ ଛୋଟ ହୋଇଥାଏ ଏବଂ ଉତ୍ତର ଗୋଲାର୍ଦ୍ଧରେ ଏହାର ବିପରୀତ ହୋଇଥାଏ। ଜୁନ୍‌ ୨୧ ତାରିଖରୁ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ଆରମ୍ଭ ହୁଏ। ସେହିପରି ଡିସେମ୍ବର ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଆରମ୍ଭ ହୁଏ।
ଦେଖିବା ଦିନ ଓ ରାତି ଛୋଟ ବଡ଼ କାହିଁକି ହେଉଛି? ପୃଥିବୀର ନିଜ ଅକ୍ଷ ଚାରିପଟେ ୩୬୫ ଦିନରେ ଥରେ ପରିକ୍ରମଣ ହେଉଛି ଏହାର କାରଣ। ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲୁଥିବାରୁ ଦିନ, ରାତି, ସକାଳ, ସନ୍ଧ୍ୟା ଆଦି ହୁଏ। ପୃଥିବୀର ଆକାର ହେଉଛି କମଳା ପରି ଗୋଲ। ପୃଥିବୀର ଯେଉଁ ଅର୍ଦ୍ଧେକ ସୂର୍ଯ୍ୟ ଆଡକୁ ଥାଏ, ସେଠାରେ ଦିନ ଏବଂ ଅନ୍ୟ ଅର୍ଦ୍ଧେକରେ ରାତି ହୋଇଥାଏ। ସର୍ବଦା ପୃଥିବୀ ଅର୍ଦ୍ଧେକ ଅଂଶ ଦିନ ଓ ଅର୍ଦ୍ଧେକ ଅଂଶ ରାତି ହୋଇଥାଏ।
ପୃଥିବୀ ଅକ୍ଷ ଏହାର କକ୍ଷ ସମତଳ ସହିତ ୬୬.୫ ଡିଗ୍ରୀ କୋଣ କରି ରହିଛି। ଏଣୁ ଏହା ନିଜ କକ୍ଷରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିରେ ଅବସ୍ଥାନ କରିଥାଏ। ଏହା ନିଜ କକ୍ଷରେ ଯେତେବେଳେ ସୂର୍ଯ୍ୟଆଡ଼କୁ ସମାନ ଭାବରେ ଢଳି କରି ଥାଏ, ପୃଥିବୀରେ ଦିନ ଓ ରାତି ସମାନ ହୋଇଥାଏ; ଅର୍ଥାତ୍‌ କ୍ରାନ୍ତିପାତ ହୋଇଥାଏ। ଏହା ମାର୍ଚ୍ଚ ମାସ ୨୧ ତାରିଖ ଓ ସେପ୍ଟେମ୍ବର ମାସ ୨୩ ତାରିଖରେ ହୋଇଥାଏ ଏବଂ ଏହି ଦୁଇ ଦିନ ସୂର୍ଯ୍ୟ ବିଷୁବରେଖା ଉପରେ ରହିଥାଏ।
ଜୁନ୍‌ ମାସ ୨୧ ତାରିଖ ଦିନ ସୂର୍ଯ୍ୟ କର୍କଟକ୍ରାନ୍ତି ଉପରେ ଅବସ୍ଥାନ କରିଥାଏ ଏବଂ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ସର୍ବାଧିକ ଢଳିକରି ଥାଏ। ବାସ୍ତବରେ ମାର୍ଚ୍ଚ ୨୨ ତାରିଖରୁ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଢଳିବା ଆରମ୍ଭ କରେ ଓ ଜୁନ୍‌ ମାସ ୨୧ ତାରିଖରେ ଏହା ସବୁଠାରୁ ଅଧିକ ଢଳିଥାଏ। ଏଣୁ ମାର୍ଚ୍ଚ ମାସ ୨୩ ତାରିଖରୁ ଉତ୍ତର ଗୋଲାର୍ଦ୍ଧରେ ଦିନ କ୍ରମଶଃ ବଢ଼ିଥାଏ ଓ ରାତି ଛୋଟ ହେଉଥାଏ ଏବଂ ଜୁନ୍‌ ମାସ ୨୧ତାରିଖରେ ଦିନ ସବୁଠାରୁ ବଡ଼ ଓ ରାତି ସବୁଠାରୁ ଛୋଟ ହୋଇଥାଏ। ଦକ୍ଷିଣ ଗୋଲାର୍ଦ୍ଧରେ ଏହାର ବିପରୀତ ହୁଏ।
ଜୁନ୍‌ ମାସ ୨୧ ତାରିଖ ଦିନ କର୍କଟ କ୍ରାନ୍ତି ଆଖପାଖ ଅଞ୍ଚଳରେ ଦିନ ୧୩ ଘଣ୍ଟା ଓ ରାତି ୧୧ ଘଣ୍ଟା ହୁଏ। ଏଠାରୁ ଉତ୍ତର ଦିଗକୁ ଗଲେ ଦିନ କ୍ରମଶଃ ବଢ଼ିଥାଏ ଓ ରାତି ଛୋଟ ହୋଇଥାଏ। ଜୁନ୍‌ ମାସ ୨୧ ତାରିଖ ଦିନ ୬୬.୫ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ଦିନ ୨୪ ଘଣ୍ଟା ହୁଏ ଓ ରାତି ଆଦୌ ହୁଏ ନାହିଁ। ସେଠାରୁ ଆହୁରି ଉତ୍ତରକୁ ଗଲେ ଉତ୍ତର ମେରୁଠାରେ ଛଅ ମାସ ଦିନ ହୁଏ। ଥରେ ସୂର୍ଯ୍ୟ ଉଦୟ ହେଲେ ଏହା ଅସ୍ତ ନ ହୋଇ ଦିଗ୍‌ବଳୟ ଆକାଶରେ ପୂର୍ବରୁ ପଶ୍ଚିମକୁ ପ୍ରତି ୨୪ ଘଣ୍ଟାରେ ଘୂରି ବୁଲୁଥାଏ।
ଡିସେମ୍ବର ୨୨ ତାରିଖ ଦିନ ଠିକ୍‌ ଏହାର ଓଲଟା ହୁଏ। ସେହିଦିନ ୬୬.୫ ଡିଗ୍ରୀ ଉତ୍ତର ଅକ୍ଷାଂଶରେ ୨୪ ଘଣ୍ଟା ରାତି ହୁଏ। ସେଠାରୁ ମେରୁ ପର୍ଯ୍ୟନ୍ତ ସ୍ଥାନ ଛଅ ମାସ ପର୍ଯ୍ୟନ୍ତ ଅନ୍ଧାରରେ ରହେ। ଦକ୍ଷିଣ ଗୋଲାର୍ଦ୍ଧରେ ଏହାର ବିପରୀତ ହୁଏ। ସେଠାରେ ଡିସେମ୍ବର ମାସ ୨୨ ତାରିଖରେ ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଅବସ୍ଥାନ କରେ ଏବଂ ଏହି ଦିନ ଦକ୍ଷିଣ ଗୋଲାର୍ଦ୍ଧରେ ସବୁଠାରୁ ବଡ଼ ଦିନ ଓ ଛୋଟ ରାତି ହୋଇଥାଏ।
ବାସ୍ତବରେ ସୂର୍ଯ୍ୟ ଗତି କରୁ ନ ଥିଲେ ସୁଦ୍ଧା ଆମକୁ ସୂର୍ଯ୍ୟ ଗତି କରୁଥିବା ଭଳି ପ୍ରତୀତ ହୁଏ। ସୂର୍ଯ୍ୟର ବିଷୁବରେଖାର ଏହିପରି ଚଳନକୁ ଉତ୍ତରାୟନ ଓ ବିଷୁବରେଖାର ଦକ୍ଷିଣକୁ ଏହିପରି ଚଳନକୁ ଦକ୍ଷିଣାୟନ କୁହାଯାଏ। ଭାରତର ବେଦ ଓ ଉପନିଷଦରେ ସୂର୍ଯ୍ୟର ୨୩.୫ ଡିଗ୍ରୀ ଉତ୍ତର ଓ ଦକ୍ଷିଣ ଚଳନକୁ ନେଇ ଉତ୍ତରାୟନ ଓ ଦକ୍ଷିଣାୟନ କଥା ବର୍ଣ୍ଣନା କରାଯାଇଛି।
ମୋଟ ଉପରେ କହିଲେ ପୃଥିବୀର ନିଜ ଅକ୍ଷରେ ଘୂର୍ଣ୍ଣନ, ସୂର୍ଯ୍ୟ ଚାରିପଟେ ପରିକ୍ରମଣ ଏବଂ ଏହାର ଅକ୍ଷ ଏହାର କକ୍ଷପଥ ସହ ଲମ୍ବ ଭାବରେ ନ ରହି ୬୬.୫ ଡିଗ୍ରୀ କୋଣ କରି ରହିଥିବାରୁ ପୃଥିବୀରେ ଦିନ ଓ ରାତିର ଅବଧି ସର୍ବଦା ପରିବର୍ତ୍ତନ ହେଉଥାଏ। ଏହି ସମାନ କାରଣରୁ ପୃଥିବୀରେ ଋତୁ ପରିବର୍ତ୍ତନ ମଧ୍ୟ ହୋଇଥାଏ।

ଇଂ. ମାୟାଧର ସ୍ବାଇଁ

-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

୪ ବଡ଼ ଗ୍ରହ ପରିବର୍ତ୍ତନ: ଆଜିଠୁ କର୍କଟ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଅକ୍ଟୋବର ମାସରେ ଅନେକ ଗ୍ରହଙ୍କ ଚଳନ ଓ ରାଶି ପରିବର୍ତ୍ତନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହ ପରିବର୍ତ୍ତନର ପ୍ରଭାବ କିଛି ରାଶିର ଲୋକଙ୍କ…

କେମିତି କରିବେ ସଞ୍ଚୟ ଆଉ କେମିତି ବଢ଼ିବ ଧନ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜିର ସମୟରେ ବି ଅତ୍ୟନ୍ତ ଲୋକପ୍ରିୟ। ବିଶେଷକରି ଯୁବବର୍ଗଙ୍କ ପାଇଁ ଏହାକୁ ଜାଣିବା ଏବଂ ଜୀବନରେ ଆପଣାଇବା ଅତ୍ୟନ୍ତ ଆବଶ୍ୟକ। ମୌର୍ଯ୍ୟ ସାମ୍ରାଜ୍ୟର…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ମଙ୍ଗଳ-ଗୁରୁଙ୍କ ମହାଯୁତି: ପୂରା ଅକ୍ଟୋବର ଏହି ୩ ରାଶିଙ୍କ ପାଇଁ ସୁବର୍ଣ୍ଣ ସମୟ, ଅଯାଚିତ ଟଙ୍କା ମିଳିବ…

ମଙ୍ଗଳ ଏବଂ ବୃହସ୍ପତି (ଗୁରୁ) ଜ୍ୟୋତିଷ ଶାସ୍ତ୍ରର ଦୁଇଟି ପ୍ରମୁଖ ଗ୍ରହ ଭାବରେ ବିବେଚନା କରାଯାଏ, ଯାହାଙ୍କର ପ୍ରଭାବ ଜାତକମାନଙ୍କ ଜୀବନ ଉପରେ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ।…

ବଦଳିବ ରାହୁ-କେତୁଙ୍କ ଚାଲି: କନ୍ୟା,ମୀନ ରାଶିଙ୍କ ସମେତ ୬ ରାଶିଙ୍କ ଗୋଲଡେନ ଟାଇମ୍‌ ଆରମ୍ଭ, ଧନବର୍ଷା ସହ ବଡ଼ ଚାକିରିର ଅଫର୍‌

ରାହୁ ମକର ରାଶିକୁ ଏବଂ କେତୁ କର୍କଟ ରାଶିକୁ ଆସିବା ଫଳରେ ଡିସେମ୍ୱର ମାସରେ ଅନେକ ରାଶିଙ୍କ ପାଇଁ ଭଲ ସମୟ ଆରମ୍ଭ ହେବ। ଭାଗ୍ୟଶାଳୀ ରାଶିମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?