Posted inଜାତୀୟ

ସୁରକ୍ଷିତ ନ ଥିଲା କୋଝିକୋଡ ବିମାନ ବନ୍ଦର: ଡିଜିସିଏ କରିଥିଲା ସତର୍କ

ନୂଆଦିଲ୍ଲୀ,୮।୮: କେରଳର କୋଝିକୋଡ ବିମାନବନ୍ଦରରେ ଶୁକ୍ରବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି। କେରଳରେ ପ୍ରବଳ ବର୍ଷ ହେଉଥିବା ସମୟରେ ବନ୍ଦେ ଭାରତ ମିଶନର ଏହି ବିମାନଟି ଦୁବଇରୁ ଆସି କୋଝିକୋଡ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ରନ୍‌ଓ୍ବେରୁ ଖସି ଯାଇ ଦୁର୍ଘଟଣାର ଶିକାର ହୋଇଥିଲା। ଏବେ ଜଣାପଡିଛି କି କୋଝିକୋଡ ବିମାନବନ୍ଦରର ରନ୍‌ଓ୍ବେକୁ ନେଇ ଡିରେକ୍ଟୋରେଟ ଜେନରାଲ ଅଫ୍‌ ସିଭିଲ ଆଭିଏଶନ(ଡିଜିସିଏ) ବହୁ ପୂର୍ବରୁ ସତର୍କ କରାଇ ସାରିଥିଲା। ଡିଜିସିଏ କହିଥିଲା କି ଏହି ରନଓ୍ବେ ଉପରେ ଯେକୌଣସି ସମୟରେ କିଛି ବି ଘଟିପାରେ। ଏହାଏକ ଟେବଲ ଟପ୍‌ ରନ୍‌ଓ୍ବେ। ଏହାର ଅର୍ଥ ହେଉଛି ରନ୍‌ଓ୍ବେ ସାମାନ୍ୟ ଉଚ୍ଚତାରେ ରହିଛି ଓ ଏହାର ଦୁଇପାର୍ଶ୍ୱ ମାଟି ଖାଲୁଆ ରହିଛି। ଆହୁରି ମଧ୍ୟ ଏହା ଆବଶ୍ୟକତାଠାରୁ ଛୋଟ ରନଓ୍ବେ ଓ ଏହା ସରିବା ମାତ୍ରେ ୩୦ ଫୁଟ ଗହିର ଘାଟି ବି ରହିଛି। ଏସବୁକୁ ଦେଖିଲେ ବିମାନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବାଧା ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଆଲୋକର ପର୍ବ ଦୀପାବଳି ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅଗଷ୍ଟ ଅତିକ୍ରମ କରିଯାଅ, ମୁଖ୍ୟମନ୍ତ୍ରୀ ହେମନ୍ତଙ୍କୁ ଭାଜପାର ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ, ୧୮।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଗଷ୍ଟ ଅତିକ୍ରମ କରନ୍ତୁ। ଏଭଳି କହି ଭାରତୀୟ ଜନତା ପାର୍ଟି ପୁଣି ଥରେ ଚ୍ୟାଲେଞ୍ଜ କରିଛି।...

ଏଫଆଇଆର୍‌ ନ ରଖିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୪।୪: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଛନ୍ତି।...

ଟ୍ରମ୍ପ୍‌ କଲେ ବୃକ୍ଷ ଚାରା ରୋପଣ: ଯତ୍ନ ନେବେ ରାଜଘାଟ ସମାଧି କମିଟି

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ମେଲାନିଆ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ବୃକ୍ଷଚାରା ରୋପଣ କରିଛନ୍ତି। ଏହାର ଯତ୍ନନେବାର ଦାୟିତ୍ୱ ରାଜଘାଟ...

ଉଦ୍ଧବ ସାଇଡ୍‌ଲାଇନ୍‌ !, ସମର୍ଥନ ପରେ ବି ଦ୍ରୌପଦୀଙ୍କୁ ଭେଟିବାର ସୁଯୋଗ ନାହିଁ…

ମୁମ୍ବାଇ,୧୪।୭ : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଥିବା ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏକ ବଡ଼ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।...

ପିଓକେବାସୀଙ୍କୁ ପାକିସ୍ତାନର ପ୍ରତାରଣା

ନୂଆଦିଲ୍ଲୀ,୨୧ା୮(ଆଇଏଏନ୍‌ଏସ୍‌): ପାକ୍‌-ଅଧିକୃତ କଶ୍ମୀର (ପିଓକେ) ଓ ଗିଲ୍‌ଗିଟ୍‌ ବାଲ୍‌ତିସ୍ତାନ (ଜିବି)ର ଅଧିବାସୀଙ୍କୁ ପାକିସ୍ତାନ। ପ୍ରାୟ ୬ ଦଶନ୍ଧି ଧରି ପ୍ରତାରଣା କରିଆସିଛି। ୫୯ ବର୍ଷରୁ ଊର୍ଦ୍ଧ୍ୱ...

୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍‌ ମାଲିକ୍‌ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ...

ଜରାୟୁ କର୍କଟ ପାଇଁ ସ୍ବଦେଶୀ ଟିକା

ନୂଆଦିଲ୍ଲୀ, ୨ା୯:ସର୍ଭିକାଲ୍‌ କ୍ୟାନ୍‌ସର ବା ଜରାୟୁ କର୍କଟ ପାଇଁ ଦେଶରେ ପ୍ରଥମ କରି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌...

Advertisement
Archives

Model This Week