ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ସାନ୍ତାଳୀ ଭାଷା ଭଳି କୋଶଳୀ ଭାଷାକୁ ଓଡ଼ିଶାର ଭାଷା ଭାବେ ସାମ୍ବିଧାନିକ ସ୍ବୀକୃତି ଦେବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ନରସିଂହ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ପ୍ରସଙ୍ଗ ଗୃହରେ ଉଠାଇଥିଲେ। କୋଶଳୀ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାକୁ ବହୁବର୍ଷ ଧରି ଦାବି କରାଯାଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏ ନେଇ ବିଧିବଦ୍ଧ ଭାବେ ପ୍ରସ୍ତାବ ପାସ୍ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦେଇଛି। ହେଲେ ରାଜ୍ୟ ସରକାର କେବଳ ଚିଠି ଲେଖି ତାଙ୍କ କାମ ସରିଗଲା ବୋଲି ଭାବୁଛନ୍ତି। କୋଶଳୀକୁ ସରକାରୀ ଭାଷା ଭାବେ ଗ୍ରହଣ କରିବାକୁ ସରକାର ଆନ୍ତରିକତାର ସହ ଚାହୁଁନାହାନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ କରିବାକୁ ଦୀର୍ଘଦିନ ହେଲା ଆନ୍ଦୋଳନ କରାଯାଉଛି। ସେ ଆନ୍ଦୋଳନ ଏବେ ବି ମରିନି। ସ୍ବତନ୍ତ୍ର ରାଜ୍ୟ ପାଇଁ ସହମତି ନୁହେଁ କି ଓଡ଼ିଶା ଭାଗ ଭାଗ ହେଉ ବୋଲି ଚାହୁଁନାହିଁ। ମାତ୍ର ସରକାରଙ୍କ କାର୍ଯ୍ୟକଳାପ ଲୋକଙ୍କୁ ସେମାନଙ୍କ ଆନ୍ଦୋଳନ ତୀବ୍ର କରିବାକୁ ବାଧ୍ୟ କରୁଛି ବୋଲି ନରସିଂହ କହିଥିଲେ।
ଏହି ଅବସରରେ ସେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ନରସିଂହ କହିଥିଲେ, ବଲାଙ୍ଗୀରରେ ହାଇକୋର୍ଟ ସ୍ଥାପନ ପାଇଁ ମଧ୍ୟ ରାଜ୍ୟ ସରକାର ଆନ୍ତରିକତାର ସହ ଚାହୁଁନାହାନ୍ତି। ବଲାଙ୍ଗୀରରେ ବାଇପାସ୍ ନିର୍ମାଣ କରାଯାଉନାହିଁ। ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ପ୍ରତି ଚରମ ଅବହେଳା କରୁଛନ୍ତି। ଲୋୟର ସୁକ୍ତେଲ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ। ଯଦି ତୁରନ୍ତ କାର୍ଯ୍ୟ ଆରମ୍ଭ ନ ହୁଏ ତା’ହେଲେ ବଲାଙ୍ଗୀରରେ ଆନ୍ଦୋଳନ ଉଗ୍ର ରୂପ ନେବ। ରାଜ୍ୟ ସରକାର ତାକୁ ଆଉ ସମ୍ଭାଳି ପାରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ସେ କହିଥିଲେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏବେ କୋମାରେ ଅଛି। ପରିଷଦର ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ପରିଷଦର ହେଡ୍କ୍ୱାର୍ଟର ପଶ୍ଚିମ ଓଡ଼ିଶାକୁ ନେବାକୁ ସେ ଦାବି କରିଥିଲେ। ଅନ୍ୟପକ୍ଷରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ୬ ବର୍ଷ ପରେ ବି ଯେଉଁ ଶିକ୍ଷା ସହାୟକ ଏବଂ ସମସ୍ତ ସରକାରୀ ବିଭାଗର କର୍ମଚାରୀମାନଙ୍କୁ ସରକାର ନିୟମିତ କରିନାହାନ୍ତି ସେମାନଙ୍କୁ ନିୟମିତ କରିବାକୁ ଦାବି କରିଥିଲେ। ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯାତ୍ରା ଓ ସାଂସ୍କୃତିକ ଦଳ କଳାକାରଙ୍କ ପାଇଁ ମଞ୍ଚ ଖୋଲିବାକୁ କହିଥିଲେ। ସେହିଭଳି କୋଭିଡ୍ରେ ଓଡ଼ିଶାକୁ କିଭଳି ସଫଳତା ମିଳିଛି ତାହାର ସ୍ପଷ୍ଟୀକରଣ ରାଜ୍ୟ ସରକାର ଦିଅନ୍ତୁ ବୋଲି ସେ କହିଥିଲେ।
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…
ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲେ ଯୁବକ
ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…
ଶାଳକଙ୍କୁ ଏସିଡ୍ ଫିଙ୍ଗି ବନ୍ଧା ହେଲେ ଭିଣୋଇ
ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…
ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…
ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…
ନିଟ୍ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…
କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିବା…
୩୨ କେଭି ବିଦ୍ୟୁତ୍ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ
ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ…
ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ
ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍ଡିପିଓ…
Archives

