ଝୁଲି ରହିଲା କୋରେଇ,ବରୀ, ବଡ଼ଚଣା

ଯାଜପୁର,୨୮ା୩(ହର୍ଷବର୍ଦ୍ଧନ ବେହେରା) :ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଯାଜପୁର ଜିଲାର କୋରେଇ, ବରୀ ଓ ବଡ଼ଚଣା ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଝୁଲି ରହିଛି। ଜିଲା ରାଜନୀତି ଦୃଶ୍ୟପଟରେ ଏହି ୩ଟି ଆସନରେ ଅଙ୍କକଷା ଚୂଡ଼ାନ୍ତ ହୋଇ ନ ପାରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଯାଜପୁର ବିଧାନସଭା ଆସନରେ ହେଭିଓ୍ବେଟ ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ବଦଳରେ ପୂର୍ବତନ ଦଶରଥପୁର ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁଙ୍କ ନାମ ରହିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଆସନକୁ ବିକଳ୍ପ ଭାବେ ଗ୍ରହଣ କରାଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଞ୍ଝାରପୁର ଓ ଯାଜପୁରରେ ମହିଳା କାର୍ଡ ଖେଳି ଦଳ ୩୩% ମହିଳା ସଂରକ୍ଷଣ ଆଧାରରେ ବରୀ ଆସନରୁ ସୁନନ୍ଦାଙ୍କୁ ବାଦ୍‌ ଦେଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଏହାବାଦ୍‌ କୋରେଇରେ ବିଧାୟକ ଅଶୋକ ବଳ ନା ପୂର୍ବତନ ବିଧାୟକ ଆକାଶ ଦାସନାୟକଙ୍କୁ ଟିକେଟ୍‌ ମିଳିବ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ସେହିପରି ବଡ଼ଚଣାରେ ବିଧାୟକ ଅମରପ୍ରସାଦ ଶତପଥୀଙ୍କ ବଦଳରେ ତାଙ୍କ ପୁଅ ଅଦ୍ୱିତୀୟ ଶତପଥୀଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
ଗତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ବରୀ ନିର୍ବାଚନ ମଣ୍ଡଳୀରୁ ଭାଜପାରୁ ଆସି ବିଜେଡିରୁ ପ୍ରାର୍ଥିନୀ ହୋଇ ସୁନନ୍ଦା ଦାସ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପୁରସ୍କାର ଦେଇଥିବା ସଂସ୍ଥା ଏମ୍‌ଆଇପିର ୭୫ ଜଣ ବିଧାୟିକାଙ୍କ ତାଲିକାରେ ସୁନନ୍ଦାଙ୍କ ନାମ ରହିଥିଲା। ଜଣେ ମହିଳା ବିଧାୟିକା ଭାବେ ତାଙ୍କ ନାମ ଆଗଧାଡ଼ିରେ ରହି ଆସିଛି। ସାଧାରଣ ଲୋକଙ୍କ ସହ ସେ ଅତି ନିକଟତର ହୋଇ ପାରିଛନ୍ତି। ତାଙ୍କ ବିଧାୟିକା ସମୟରେ ବହୁ ପ୍ରଶଂସନୀୟ କାର୍ଯ୍ୟ କରିଥିବାବେଳେ ଏଯାଏ କୌଣସି ଦାଗ ଲାଗି ନାହିଁ ବୋଲି ସେ ଦାବି କରିଛନ୍ତି ା ଦୀର୍ଘ ୫ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଏଡିଆର ରିପୋର୍ଟ ଅନୁଯାୟୀ ୧୪୭ ଜଣ ବିଧାୟିକାଙ୍କ ମଧ୍ୟରୁ ୯୫ ଜଣ ବିଧାୟକ କୋଟିପତି ହୋଇଥିବା ବେଳେ ବରୀ ବିଧାୟିକାଙ୍କ ଜମା ଖାତାରେ ମାତ୍ର ୧୫ ହଜାର ଟଙ୍କା ରହିଛି। ଏହା ତାଙ୍କର ସଚ୍ଚୋଟତାର ପ୍ରମାଣ ବୋଲି ବହୁ ବୁଦ୍ଧିଜିବୀ ମତ ରଖିଛନ୍ତି। କିନ୍ତୁ କଂଗ୍ରେସରୁ ସ୍ବାଧୀନ, ୨୦୧୯ ସାଧାରଣ ନିର୍ବାଚନରେ ସ୍ବାଧୀନରୁ ଭାଜପା ପ୍ରାର୍ଥୀ ଏବଂ କମ ଭୋଟ ବ୍ୟବଧାନରେ ହାରିବା ପରେ ବିଜେଡିରେ ଯୋଗଦେଇଥିବା ବିଶ୍ୱରଞ୍ଜନ ମଲିକଙ୍କ ନାମ ମଧ୍ୟ ଏବେ ଶୁଣିବାକୁ ମିଳୁଛି। ତେଣୁ ବରୀ ଆସନରେ ବିଜେଡି ଏଥର ପରିବର୍ତ୍ତନ କରିପାରେ ବୋଲି ଚର୍ଚ୍ଚା ହେଉଛି।
ବଡ଼ଚଣାରେ ବିଧାୟକ ଅମର ପ୍ରସାଦ ଶତପଥୀ ଗତ ନିର୍ବାଚନରେ ଭାଜପା ପ୍ରାର୍ଥୀ ଅମର କୁମାର ନାୟକଙ୍କଠାରୁ ମାତ୍ର ୧୪୮୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହାସହ ଇତିମଧ୍ୟରେ ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ତାଙ୍କ କର୍ମଫଳ ସେତେଟା ପ୍ରଭାବ ପଡି ନ ଥିବା ଆଲୋଚନା ହେଉଛି। ତେଣୁ ବିଜେଡି ଏକ ବିକଳ୍ପ ନେତା ବାଛିବ ବୋଲି ପ୍ରଥମ ପର୍ଯ୍ୟାୟ ତାଲିକାରେ ନାମ ଛିଣ୍ଡି ପାରିନାହିଁ। ଏହିକ୍ରମରେ ତାଙ୍କ ପୁଅ ଅଦ୍ୱିତୀୟ କିମ୍ବା ଜିଲା ଉପସଭାପତି ଗଣେଶ୍ୱର ବରାଳ, ସାଧାରଣ ସମ୍ପାଦକ ଜନ୍ମେଜୟ ଲେଙ୍କା, ଇତିଶ୍ରୀ ସାମଲ, ମନୋରମା ଆଚାର୍ଯ୍ୟ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସୁଛି। ଏପରି କି ନିକଟରେ କଂଗ୍ରେସ ଛାଡିଥିବା ରାଜନାରାୟଣ ମହାପାତ୍ର ବିଜେଡିରେ ଏଯାଏ ସାମିଲ ହୋଇ ନ ଥିଲେ ହେଁ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି।
ସେହିପରି କୋରେଇ ଆସନଟି ସଦାସର୍ବଦା ସ୍ବତନ୍ତ୍ରତା ରଖି ଆସିଛି। ଏହି ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ଦଶନ୍ଧି ହେଲା କେହି ଜଣେ ଦ୍ୱିତୀୟ ଥର ବିଧାୟକ ହୋଇ ପାରିନାହାନ୍ତି। ଏହାସହ ଏହି ଆସନ ପାଇଁ ବବିଙ୍କ ନାମ ପୂର୍ବରୁ ଚର୍ଚ୍ଚା ହେଉଥିଲାବେଳେ ସମ୍ବଲପୁର ଲୋକସଭା ଆସନରେ ସେ ପ୍ରାର୍ଥୀ ହେବା ପରେ ତାଙ୍କ ନାମ ଏବେ ପୂର୍ଣ୍ଣଛେଦ ପଡିଛି। ବାକି ରହିଲେ ଆକାଶ ଓ ଅଶୋକ। ପୂର୍ବ କର୍ମଫଳ ଏବଂ ଦଳ ପ୍ରତି ଆନ୍ତରିକତା, ଲୋକ ସମ୍ପର୍କକୁ ପାଥେୟ କରି ଦଳ ପ୍ରାର୍ଥୀ ବାଛିବ ବୋଲି ସୂଚନା ମିଳିଛି। ଏହିକ୍ରମରେ ଆକାଶଙ୍କ ନାମ ଚର୍ଚ୍ଚା ବହୁ ଆଗରେ ରହିଥିବାବେଳେ ଅଶୋକ ମଧ୍ୟ କମ ନୁହନ୍ତି। ତେଣୁ ଦଳ ଏବେ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚୂଡ଼ାନ୍ତ କରି ପାରି ନ ଥିବାରୁ ପ୍ରଥମ ପର୍ଯ୍ୟାୟ ତାଲିକାରେ ଝୁଲାଇ ରଖିବା ସ୍ବାଭାବିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?