Posted inଖେଳ

କୋଲକାତାର କ୍ରମାଗତ ଚତୁର୍ଥ ପରାଜୟ

ମୁମ୍ବାଇ,୨୪।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଲିଗ୍‌ର ୧୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୬ ଉଇକେଟରେ କୋଲକାତାକୁ ହରାଇଛି। ଦୁଇଟି ପରାଜୟ ପରେ ରାଜସ୍ଥାନ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ୨୦ ଓଭରରେ ୯ ଉଇକେଟ ହରାଇ ୧୩୩ ରନସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୮.୫ ଓଭରରେ ୪ ଉଇକେଟ ହରାଇ ୧୩୪ ରନ କରି ବିଜୟୀ ହୋଇଛି। ଏଥିସହ ରାଜସ୍ଥାନ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନକୁ ଉଠିଛି।
୧୩୪ ରନ ଛୋଟିଆ ଟାର୍ଗେଟର ପିଛା କରି ରାଜସ୍ଥାନ ୪୦ ରନରେ ୨ ଉଇକେଟ ହରାଇଥିଲା। ଅଭିଜ୍ଞ ଓପନର ଜୋଶ ବଟଲର ୫ ରନକରି ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ରଥମେ ଆଉଟ ହୋଇଥିଲେ। ଯୁବ ଓପନର ଯଶସ୍ବୀ ଜୟସ୍ବାଲ ୧୭ ବଲରୁ ୫ ଚୌକା ସହ ୨୨ ରନ କରି ଶିବମ୍‌ ମାଭିଙ୍କ ବଲ୍‌ରେ ବଦଳ ଖେଳାଳି କମଳେଶ ନାଗରକୋଟୀଙ୍କୁ ସୁଇପର କଭରରେ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ ଅଧିନାୟକ ସଞ୍ଜୁ ସାମସନ ଓ ଶିବମ୍‌ ଦୁବେ ୩୯ ବଲରୁ ୪୫ ରନ ସଂଗ୍ରହ କରିଥିଲେ। ତେବେ ଦୁବେ ୧୮ ବଲରୁ ୨ ଚୌକା ଓ ୧ ଛକା ସହ ୨୨ ରନ କରି ମିଡ୍‌ଉଇକେଟରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ରାହୁଲ ଟଓ୍ବୋଟିଆ ୫ ରନ କରି କ୍ରିଷ୍ଣାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ସାମସନ ଓ ମିଲର ୩୪ ବଲରୁ ୩୪ ରନକରି ଦଳକୁ ଜିତାଇଥିଲେ। ସାମସନ ୪୨ ରନ (୪୧ ବଲ, ୨ ଚୌକା, ୧ ଛକା) ଓ ମିଲର ୨୪ ରନ (୨୩ ବଲ, ୩ ଚୌକା) କରି ଅପରାଜିତ ରହିଥିଲେ। ବୋଲିଂରେ କୋଲକାତା ତରଫରୁ ବରୁଣ ୨, ମାଭି ଓ କ୍ରିଷ୍ଣା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ କରିବାକୁ ଡାକରା ପାଇଥିବା କୋଲକାତାର ଆରମ୍ଭ ଭଲ ହୋଇ ନ ଥିଲା। ଦଳ ୬୧ ରନରେ ୪ ଉଇକେଟ ହରାଇଥିଲା। ୨୪ ରନରେ ପ୍ରଥମ ଉଇକେଟର ପତନ ହୋଇଥିଲା। ପରେ ମାତ୍ର ୧୬ ରନ ବ୍ୟବଧାନରେ ଦଳ ୩ ଉଇକେଟ ହରାଇ ବିପର୍ଯ୍ୟୟରେ ପଡିଥିଲା। ଦୁର୍ବଳ ଫର୍ମ ଦେଇ ଗତି କରୁଥିବା ଶୁବମନ ଗିଲ ମାତ୍ର ୧୧ ରନ କରି ବଟଲରଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ୨୨ ରନ କରିଥିବା ବେଳେ ନୀତୀଶ ରାଣା ଚେତନ ସାକାରିଆଙ୍କ ବଲ୍‌ରେ ଉଇକେଟକିପର ସଞ୍ଜୁ ସାମ୍‌ସନଙ୍କୁ କ୍ୟାଚ୍‌ ଦେଇଥିଲେ। ସୁନୀଲ ନାରିନ ୬ ରନ କରିପାରି ଥିବାବେଳେ ଅଧିନାୟକ ଇଅନ ମୋର୍ଗାନ ଖାତା ଖୋଲିବା ପୂର୍ବରୁ କ୍ରିସ୍‌ ମୋରିସଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ପଞ୍ଚମ ଉଇକେଟରେ ରାହୁଲ ତ୍ରିପାଠୀ ଓ ଦୀନେଶ କାର୍ତ୍ତିକ ୩୦ ବଲରୁ ୩୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତ୍ରିପାଠୀ ୨୬ ବଲରୁ ୧ ଚୌକା ଓ ୨ ଛକା ସହ ୩୬ ରନକରି ମୁସ୍ତାଫିଜୁର ରହମାନଙ୍କ ବଲ୍‌ରେ ଡିପ୍‌ ମିଡ୍‌ଉଇକେଟରେ ରିଆନ ପରାଗଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଆନ୍ଦ୍ରେ ରସେଲ ୯ ରନକରି ମୋରିସ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ଗୋଟିଏ ଓଭରରେ ରସେଲ ଓ କାର୍ତ୍ତିକଙ୍କୁ ଆଉଟ କରିଥିଲେ ମୋରିସ୍‌। କାର୍ତ୍ତିକ ୨୪ ବଲରୁ ୪ ଚୌକା ସହ ୨୫ ରନକରି ଏକ୍ସଟ୍ରା କଭରରେ ସାକାରିୟାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପ୍ୟାଟ୍‌ କୁମିନ୍ସ ୬ ବଲରୁ ୧ ଛକା ସହ ୧୦ ରନକରି ମୋରିସଙ୍କ ତୃତୀୟ ଶିକାର ହୋଇଥିଲେ। ୫ ରନ କରି ଶିବମ ମାଭି ମୋରିସ୍‌ଙ୍କ ଦ୍ୱାରା କ୍ଲିନ୍‌ବୋଲ୍ଡ ହୋଇଥିଲେ। ଫଳରେ ମୋରିସ ୨୩ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri