Posted inଖେଳ

କୋଲକାତାର କ୍ରମାଗତ ଚତୁର୍ଥ ପରାଜୟ

ମୁମ୍ବାଇ,୨୪।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଲିଗ୍‌ର ୧୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୬ ଉଇକେଟରେ କୋଲକାତାକୁ ହରାଇଛି। ଦୁଇଟି ପରାଜୟ ପରେ ରାଜସ୍ଥାନ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ୨୦ ଓଭରରେ ୯ ଉଇକେଟ ହରାଇ ୧୩୩ ରନସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୮.୫ ଓଭରରେ ୪ ଉଇକେଟ ହରାଇ ୧୩୪ ରନ କରି ବିଜୟୀ ହୋଇଛି। ଏଥିସହ ରାଜସ୍ଥାନ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନକୁ ଉଠିଛି।
୧୩୪ ରନ ଛୋଟିଆ ଟାର୍ଗେଟର ପିଛା କରି ରାଜସ୍ଥାନ ୪୦ ରନରେ ୨ ଉଇକେଟ ହରାଇଥିଲା। ଅଭିଜ୍ଞ ଓପନର ଜୋଶ ବଟଲର ୫ ରନକରି ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ରଥମେ ଆଉଟ ହୋଇଥିଲେ। ଯୁବ ଓପନର ଯଶସ୍ବୀ ଜୟସ୍ବାଲ ୧୭ ବଲରୁ ୫ ଚୌକା ସହ ୨୨ ରନ କରି ଶିବମ୍‌ ମାଭିଙ୍କ ବଲ୍‌ରେ ବଦଳ ଖେଳାଳି କମଳେଶ ନାଗରକୋଟୀଙ୍କୁ ସୁଇପର କଭରରେ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ତୃତୀୟ ଉଇକେଟରେ ଅଧିନାୟକ ସଞ୍ଜୁ ସାମସନ ଓ ଶିବମ୍‌ ଦୁବେ ୩୯ ବଲରୁ ୪୫ ରନ ସଂଗ୍ରହ କରିଥିଲେ। ତେବେ ଦୁବେ ୧୮ ବଲରୁ ୨ ଚୌକା ଓ ୧ ଛକା ସହ ୨୨ ରନ କରି ମିଡ୍‌ଉଇକେଟରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ରାହୁଲ ଟଓ୍ବୋଟିଆ ୫ ରନ କରି କ୍ରିଷ୍ଣାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଚତୁର୍ଥ ଉଇକେଟରେ ସାମସନ ଓ ମିଲର ୩୪ ବଲରୁ ୩୪ ରନକରି ଦଳକୁ ଜିତାଇଥିଲେ। ସାମସନ ୪୨ ରନ (୪୧ ବଲ, ୨ ଚୌକା, ୧ ଛକା) ଓ ମିଲର ୨୪ ରନ (୨୩ ବଲ, ୩ ଚୌକା) କରି ଅପରାଜିତ ରହିଥିଲେ। ବୋଲିଂରେ କୋଲକାତା ତରଫରୁ ବରୁଣ ୨, ମାଭି ଓ କ୍ରିଷ୍ଣା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ କରିବାକୁ ଡାକରା ପାଇଥିବା କୋଲକାତାର ଆରମ୍ଭ ଭଲ ହୋଇ ନ ଥିଲା। ଦଳ ୬୧ ରନରେ ୪ ଉଇକେଟ ହରାଇଥିଲା। ୨୪ ରନରେ ପ୍ରଥମ ଉଇକେଟର ପତନ ହୋଇଥିଲା। ପରେ ମାତ୍ର ୧୬ ରନ ବ୍ୟବଧାନରେ ଦଳ ୩ ଉଇକେଟ ହରାଇ ବିପର୍ଯ୍ୟୟରେ ପଡିଥିଲା। ଦୁର୍ବଳ ଫର୍ମ ଦେଇ ଗତି କରୁଥିବା ଶୁବମନ ଗିଲ ମାତ୍ର ୧୧ ରନ କରି ବଟଲରଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ୨୨ ରନ କରିଥିବା ବେଳେ ନୀତୀଶ ରାଣା ଚେତନ ସାକାରିଆଙ୍କ ବଲ୍‌ରେ ଉଇକେଟକିପର ସଞ୍ଜୁ ସାମ୍‌ସନଙ୍କୁ କ୍ୟାଚ୍‌ ଦେଇଥିଲେ। ସୁନୀଲ ନାରିନ ୬ ରନ କରିପାରି ଥିବାବେଳେ ଅଧିନାୟକ ଇଅନ ମୋର୍ଗାନ ଖାତା ଖୋଲିବା ପୂର୍ବରୁ କ୍ରିସ୍‌ ମୋରିସଙ୍କ ଦ୍ୱାରା ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ପଞ୍ଚମ ଉଇକେଟରେ ରାହୁଲ ତ୍ରିପାଠୀ ଓ ଦୀନେଶ କାର୍ତ୍ତିକ ୩୦ ବଲରୁ ୩୩ ରନ କରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତ୍ରିପାଠୀ ୨୬ ବଲରୁ ୧ ଚୌକା ଓ ୨ ଛକା ସହ ୩୬ ରନକରି ମୁସ୍ତାଫିଜୁର ରହମାନଙ୍କ ବଲ୍‌ରେ ଡିପ୍‌ ମିଡ୍‌ଉଇକେଟରେ ରିଆନ ପରାଗଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଆନ୍ଦ୍ରେ ରସେଲ ୯ ରନକରି ମୋରିସ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ଗୋଟିଏ ଓଭରରେ ରସେଲ ଓ କାର୍ତ୍ତିକଙ୍କୁ ଆଉଟ କରିଥିଲେ ମୋରିସ୍‌। କାର୍ତ୍ତିକ ୨୪ ବଲରୁ ୪ ଚୌକା ସହ ୨୫ ରନକରି ଏକ୍ସଟ୍ରା କଭରରେ ସାକାରିୟାଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପ୍ୟାଟ୍‌ କୁମିନ୍ସ ୬ ବଲରୁ ୧ ଛକା ସହ ୧୦ ରନକରି ମୋରିସଙ୍କ ତୃତୀୟ ଶିକାର ହୋଇଥିଲେ। ୫ ରନ କରି ଶିବମ ମାଭି ମୋରିସ୍‌ଙ୍କ ଦ୍ୱାରା କ୍ଲିନ୍‌ବୋଲ୍ଡ ହୋଇଥିଲେ। ଫଳରେ ମୋରିସ ୨୩ ରନ ଦେଇ ୪ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?