Posted inଜାତୀୟ

ପିଇଲେ ମଦ, ତା’ ପରେ ଗଲେ ରେଡ୍‌ ଲାଇଟ୍‌ ଏରିଆ… ଜାଣନ୍ତୁ ବଳାତ୍କାର ପୂର୍ବରୁ କ’ଣ କ’ଣ କରିଥିଲେ ଅଭିଯୁକ୍ତ ସଞ୍ଜୟ

ନୂଆଦିଲ୍ଲୀ,୨୦।୮: ଆରଜି କର ମେଡିକାଲର ଲୋମହର୍ଷଣକାରୀ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ଖୋଦ୍‌ ସୁପ୍ରିମକୋର୍ଟ ମଧ୍ୟ ଭୟାବହ ବୋଲି କହିଛନ୍ତି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ସିବିଆଇ ତଦନ୍ତ କରୁଛି। ତଦନ୍ତବେଳେ ସଞ୍ଜୟ ସେଦିନ ରାତିର ଏପରି କିଛି କଥା କହିଛନ୍ତି ଯାହାକୁ ନେଇ ଆପଣଙ୍କ ଲୋମଟାଙ୍କୁରି ଉଠିବ। ଅଗଷ୍ଟ ୯ରେ ମେଡିକାଲ କଲେଜର ସେମିନାର ହଲ୍‌ରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଯାହାର ଗୋଟିଏ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ସିବିଆଇ ଏନେଇ ତଦନ୍ତ କରୁଛି। ତଦନ୍ତବେଳେ ଖୋଦ୍‌ ସଞ୍ଜୟ ଏପରି କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ଶିହରି ଉଠିବେ।

ଅଭିଯୁକ୍ତ ଏକ ସ୍ବେଚ୍ଛାସେବୀ ଭାବେ କାମ କରୁଥିଲେ। ଅଗଷ୍ଟ ୮ ଅଧାରାତିରେ ସଞ୍ଜୟ ତାଙ୍କର ଅନ୍ୟଏକ ସ୍ବେଚ୍ଛାସେବୀ ବନ୍ଧୁ ସହିତ ସୋନାଗାଛି(କୋଲକାତାର ରେଡ୍‌ ଲାଇଟ୍‌) ଯାଇଥିଲେ। ଏହି ସମୟରେ ସଞ୍ଜୟ ପ୍ରଚୁର ମଦ ପିଇଥିଲେ। ରାତି ୨ଟାରେ ସଞ୍ଜୟଙ୍କ ସାଥୀ ରେଡ୍‌ ଲାଇଟ୍‌ର ଏକ ଦେହଜୀବୀଙ୍କ ଘରକୁ ପ୍ରବେଶ କରିଥିଲେ। ଏହି ସମୟରେ ସଞ୍ଜୟ ବାହାରେ ଛିଡା ହୋଇଥିଲେ। ବାହାରେ ଛିଡା ହେବା ସମୟରେ ପାଖ ଦେଇ ଯାଉଥିବା ଜଣେ ମହିଳାଙ୍କୁ ସଞ୍ଜୟ ଅସଦାଚରଣ କରିଥିଲେ। ଏଥିସହ ଅନ୍ୟ ଏକ ମହିଳାଙ୍କୁ ଫୋନ କରି ତାଙ୍କ ନଗ୍ନ ଫଟୋ ଛାଡିବାକୁ କହିଥିଲେ। ରାତି ୩.୫୦ ସମୟରେ ସଞ୍ଜୟ ଆରଜି କର ହସ୍ପିଟାଲ ଚାରି ପାଖରେ ବୁଲିଥିଲେ। ଏହାପରେ ନିଶାରେ ରହି ସେ ହସ୍ପିଟାଲର ଅପରେଶନ ହଲ୍‌କୁ କବାଟ ଭାଙ୍ଗି ପଶିଥିଲେ। ଏହାପରେ ସେ ଏମରଜେନ୍ସି ବିଭାଗକୁ ଯାଥିଲେ। ଏହାପରେ ପୁଣି ସେ ତୃତୀୟ ମହଲାରେ ଥିବା ସେମିନାର ହଲ୍‌ରେ ପ୍ରବେଶ କରିଥିଲେ। ଏହି ସମୟରେ ସେ ଟ୍ରେନି ଡାକ୍ତରଙ୍କୁ ସେମିନାର ହଲ୍‌ରେ ଗଭୀର ନିଦରେ ଶୋଇଥିବାର ଦେଖିବାକୁ ପାଇଥିଲେ। ଏହି ସମୟରେ ସବୁ କାଣ୍ଡଜ୍ଞାନ ହରାଇ ତାଙ୍କୁ ବଳାତ୍କାର କରିଥିଲେ। ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ସଞ୍ଜୟ ସେହଦିନ ରାତିରେ ବାରମ୍ବାର ହସ୍ପିଟାଲ ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri