Posted inଜାତୀୟ

କୋଲକାତା ଘଟଣା: ଦୁର୍ଗା ମୂର୍ତ୍ତି ନିର୍ମାଣ ପାଇଁ ମାଟି ଦେବାକୁ ମନାକଲେ ସୋନାଗାଛିର ଦେହଜୀବୀ! ସତ ଜାଣିଲେ…

କୋଲକାତା,୨୨।୮; କୋଲକାତା ଆରଜି ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ସହିତ ହୋଇଥିବା ବିଭତ୍ସ ଘଟଣାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି ଲୋମହର୍ଷଣକାରୀ ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହି ଘଟଣାକୁ ବିରୋଧ କରି ସୋନାଗାଛି (କୋଲକାତା ରେଡ୍‌ ଲାଇଟ୍‌ ଏରିଆ) ମହିଳାମାନେ ଦୁର୍ଗାପୂଜା ପାଇଁ ମାଟି ଦେବାକୁ ମନା କରି ଦେଇଛନ୍ତି। ତେବେ ଏହି ଘଟଣା କେତେ ସତ ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜଣେ ଦେହଜୀବୀ ପ୍ରତିକ୍ରିୟା ରଖିଛନ୍ତି।

ଦେହଜୀବୀ ଜଣକ କହିଛନ୍ତି, ଆମେ ବହୁତ ଦିନ ଧରି ଦୁର୍ଗାପୂଜାରେ ମୂର୍ତ୍ତି ଗଡିବା ପାଇଁ ମାଟି ଦେଉନାହୁଁ। ସମାଜରେ ଆଭ ଭଳି ଦେହଜୀବୀଙ୍କୁ ଏଯାଏଁ ସ୍ବୀକୃତି ମିଳିନାହିଁ। ଯେତେବେଳେ ଏହାକୁ ନେଇ ଆମେ ବହୁତ ଦିନ ଧରି ଦାବି କରି ଆସୁଛୁ। କଥାବାର୍ତ୍ତା ସମୟରେ ସେ ଆହୁରି କହିଛନ୍ତି, ଦେହ ବେପାର ଭଳି ଏହି ପେଶାରେ ଆମ ପରି ପ୍ରତିଟି ମହିଳାଙ୍କୁ ଅପମାନ ସହିବାକୁ ପଡୁଛି। ଏପରିକି ଅପମାନଜନକ ସ୍ଥିତି ବି ସାମ୍ନା କରିବାକୁ ପଡୁଛି। ଆମକୁ କେବଳ ଦୁର୍ଗାପୂଜାରେ ୪ଦିନ ପାଇଁ ସମ୍ମାନ ମିଳିବା ଆବଶ୍ୟକ ନାହିଁ, ଆମକୁ ସବୁଦନି ପାଇଁ ସମ୍ମାନ ଓ ମର୍ଯ୍ୟାଦା ଦରକାର। ଯେତେବେଳେ ଆମକୁ ସମ୍ମାନ ମିଳିବ ଆମେ ଖୁସି ଖୁସି ଦେହଜୀବୀ ଘର ମାଟି ଦେଇଦେବୁ।

କୁହାଯାଏ କି, ଦୁର୍ଗା ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଆମ ଘର ମାଟି ଶୁଭ ହୋଇଥାଏ। କିନ୍ତୁ ଯଦି କେହି ଆମକୁ ବିନା ପଚାରି ଆମ ଅଞ୍ଚଳର ମାଟି ନେଇଯାଏ ତାକୁ ଆମେ ବିରୋଧ କରିପାରି ନ ଥାଉ। ଆଜିକାଲି ଏହା ଏକ ବ୍ୟବସାୟ ହୋିଗଲାଣି। ଏହି ମାଟି ଏବେ ବଜାରରେ ବି ଉପଲବ୍ଧ ହେଲାଣି। କିନ୍ତୁ ଏହି ମାଟି ଅସଲି କି ନକଲି ମୋତେ ଜଣାନାହିଁ ବୋଲି ଆଉଜଣେ ଦେହଜୀବୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?