Posted inଖେଳ

କୋଲକାତା- ଚେନ୍ନାଇ ମୁକାବିଲା: କାର୍ତ୍ତିକଙ୍କ ଲାଗି କଡ଼ା ପରୀକ୍ଷା

ଆବୁଧାବି,୭।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୧ତମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସସ ମୁହଁ।ମୁହିଁ ହେବେ। ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ କଡ଼ା ପରୀକ୍ଷା ସମ୍ମୁଖୀନ ହେବେ। ତାରକା ଖଚିତ କୋଲକାତା ଦଳରେ ଏକାଧିକ ସମସ୍ୟା ରହିଛି। ଏପର୍ଯ୍ୟନ୍ତ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଥିବା କାର୍ତ୍ତିକ ଏହି ସମସ୍ୟାଗୁଡିକର କିପରି ସମାଧାନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
କୋଲକାତା ଦଳରେ ଇଂଲଣ୍ଡର ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନ ରହିଥିଲେ ମଧ୍ୟ ଟିମ୍‌ ମ୍ୟାନେଜମେଣ୍ଟ କାର୍ତ୍ତିକଙ୍କ ଉପରେ ଅଧିକ ଭରସା କରି ତାଙ୍କୁ ନେତୃତ୍ୱ ପ୍ରଦାନ କରିଛି। ନିଜେ ଦୁର୍ବଳ ଫର୍ମ ଦେଇ ଗତି କରିବା ସହ ଉଇକେଟକିପର ବ୍ୟାଟ୍ସମ୍ୟାନ କାର୍ତ୍ତିକ କେତୋଟି ଭୁଲ୍‌ ନିଷ୍ପତ୍ତି ନେଇ ସମାଲୋଚନାର ଶିକାର ହୋଇଛନ୍ତି। ୪ଟି ମ୍ୟାଚ୍‌ ଖେଳି ସେ ଏପର୍ଯ୍ୟନ୍ତ ମାତ୍ର ୩୭ ରନ ସଂଗ୍ରହ କରିଛନ୍ତି। ଦଳରେ ମୋର୍ଗାନ ଓ ଆନ୍ଦ୍ରେ ରସେଲଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଥିବା ବେଳେ କାର୍ତ୍ତିକ ନିଜେ ଓ ସୁନୀଲ ନାରିନ୍‌ ଆଗୁଆ ବ୍ୟାଟିଂ କରିବା, ବିଗ୍‌ ବାସ୍‌ ସେନ୍‌ସେସନ ଟମ୍‌ ବାଣ୍ଟନଙ୍କୁ ଓପନିଂ କରିବାକୁ ସୁଯୋଗ ନ ଦେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଣ୍ଟନଙ୍କୁ ଇଂଲଣ୍ଡ ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ ପିଟରସନଙ୍କ ସହ ତୁଳନା କରାଯାଉଛି। ୪ଟି ମ୍ୟାଚ୍‌ ଖେଳି ନାରିନ ୮୭.୦୯ ହାରରେ ମାତ୍ର ୨୭ ରନ ସଂଗ୍ରହ କରି ଦୁର୍ବଳ ଫର୍ମର ସୂଚନା ଦେଇଛନ୍ତି।
ବୋଲିଂ ବିଭାଗରେ କୋଲକାତା ଦଳରେ ବହୁ ବିକଳ୍ପ ରହିଥିଲେ ମଧ୍ୟ କାର୍ତ୍ତିକ ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ଦଳକୁ ଭଲଭାବେ ମ୍ୟାନେଜ କରିପାରି ନାହାନ୍ତି। ପ୍ୟାଟ୍‌ କୁମିନ୍ସଙ୍କ ଭଳି ବୋଲର ଏପର୍ଯ୍ୟନ୍ତ ଆଦୌ ପ୍ରଭାବୀ ସାବ୍ୟସ୍ତ ହୋଇପାରି ନାହାନ୍ତି। ଫଳରେ ଦଳର ସମସ୍ୟା ଦ୍ୱିଗୁଣିତ ହୋଇଛି। ଶାରଜାର ପିଚ୍‌ ବ୍ୟାଟ୍ସମ୍ୟାନଙ୍କ ସ୍ବର୍ଗ ବୋଲି ପ୍ରମାଣିତ ହୋଇଛି। ଉଭୟ ଦଳ ୨୦୦ ରନ ପାର କରିଥିଲେ ମଧ୍ୟ ବୋଲର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ମୋର୍ଗାନ ଓ ରାହୁଲ ତ୍ରିପାଠୀ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଦିଲ୍ଲୀ ବୋଲର ଡେଥ୍‌ ଓଭରରେ ଭଲ ପ୍ରଦର୍ଶନ କରି ବାଜି ମାରିଥିଲେ। କାର୍ତ୍ତିକ ବୋଲରଙ୍କୁ ସମର୍ଥନ କରିବା ଆବଶ୍ୟକ। ଖାସ୍‌ କରି ଭାରତୀୟ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ଅଧିକ ସୁଯୋଗ ଦେବାର ଆବଶ୍ୟକତା ରହିଛି। ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବାଦ୍‌ ଦିଆଯାଇଥିଲା ଓ ସେ ଏପର୍ଯ୍ୟନ୍ତ ମାତ୍ର ୯ ଓଭର ବୋଲିଂ କରିଛନ୍ତି।
ଅପରପକ୍ଷରେ ଚେନ୍ନାଇ କ୍ରମାଗତ ୩ଟି ପରାଜୟ ପରେ ବିଜୟୀ ହୋଇ ପ୍ରତ୍ୟାବର୍ତ୍ତନ କରିଛି। ଦଳ ଏବେ ପଏଣ୍ଟ ତାଲିକାର ଶ୍ରେଷ୍ଠ ୪ରେ ସ୍ଥାନ ପାଇବା ଲକ୍ଷ୍ୟରେ ରହିଛି। ଦଳ ଅବଶ୍ୟ ନିମ୍ନତମ ସ୍ଥାନରୁ ଉନ୍ନତି କରିଛି। ଅଭିଜ୍ଞ ଓପନର ଶେନ୍‌ ଓ୍ବାଟସନ ଫର୍ମକୁ ଫେରିବା ବରଦାନ ସାବ୍ୟସ୍ତ ହୋଇଛି। ସେ ଗତ ମ୍ୟାଚ୍‌ରେ ଅପରାଜିତ ୮୩ ରନ ସଂଗ୍ରହ କରିଥିଲେ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୧୭୯ ରନ ଟାର୍ଗେଟର ପିଛା କରି ଚେନ୍ନାଇ ବିନା କ୍ଷତିରେ ରେକର୍ଡ ୧୮୧ ରନ ଚେଜ୍‌ କରିଥିଲା। ଓ୍ବାଟଶନ ଓ ଫାଫ୍‌ ଡୁପ୍ଲେସି ଅତି ସହଜରେ ଏହି ଲକ୍ଷ୍ୟ ପୂରଣ କରିଥିଲେ। କେତୋଟି ମ୍ୟାଚ୍‌ରେ ମାମୁଲି ପ୍ରଦର୍ଶନ କରି ଚେନ୍ନାଇ ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବେଶ୍‌ ସମାଲୋଚିତ ହୋଇଥିଲେ ମଧ୍ୟ ଏବେ ଦଳର ଆତ୍ମବିଶ୍ୱାସ ଫେରିଛି। ଏହି ମ୍ୟାଚ୍‌ରେ ସଂଘର୍ଷରତ କୋଲକାତା ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌ ବିବେଚିତ ହେଉଛି।
କୋଲକାତା ନାଇଟ୍‌ ରାଇଡର୍ସ: ଦୀନେଶ କାର୍ତ୍ତିକ (ଅଧିନାୟକ), ଆନ୍ଦ୍ରେ ରସେଲ, କମଳେଶ ନାଗରକୋଟି, କୁଲଦୀପ ଯାଦବ, ଲୋକି ଫର୍ଗୁସନ, ନୀତୀଶ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ରିଙ୍କୁ ସିଂ, ସନ୍ଦୀପ ଓ୍ବାରିୟର, ଶିବମ ମାଭି, ଶୁବମନ ଗିଲ, ସିଦ୍ଧେଶ ଲାଡ, ସୁନୀଲ ନାରିନ, ପ୍ୟାଟ୍‌ କୁମିନ୍ସ, ଇଅନ ମୋର୍ଗାନ, ବରୁଣ ଚକ୍ରବର୍ତ୍ତୀ, ଟମ୍‌ ବାଣ୍ଟନ, ରାହୁଲ ତ୍ରିପାଠୀ, କ୍ରିସ୍‌ ଗ୍ରୀନ୍‌, ଏମ୍‌. ସିଦ୍ଧାର୍ଥ, ନିଖିଲ ନାଏକ ଓ ଅଲି ଖାନ।
ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ), ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ଫାଫ୍‌ ଡୁପ୍ଲେସି, ଶେନ୍‌ ଓ୍ବାଟସନ, କେଦାର ଯାଦବ, ଡ୍ବେନ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଲୁନ୍‌ଗି ଏନ୍‌ଗିଡି, ଦୀପକ ଚହର, ପୀୟୂଷ ଚାଓ୍ବଲା, ଇମ୍ରାନ ତାହିର, ମିଚେଲ ସାଣ୍ଟନର, ଜୋଶ ହାଜେଲଉଡ୍‌, ଶାର୍ଦ୍ଦୁଳ ଠାକୁର, ସାମ୍‌ କୁରାନ, ଏନ୍‌. ଜଗଦୀଶନ, ଋତୁରାଜ ଗାଏକ୍ୱାଡ ଓ କର୍ଣ୍ଣ ଶର୍ମା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri