ମିଳିଲାନି ଚିକିତ୍ସା, ରାସ୍ତାରେ ପ୍ରସବ: ଆଖି ବୁଜିଲେ ନବଜାତ ଶିଶୁପୁତ୍ର

ଯୋଡ଼ା, ୭।୧୦ (ଡି.ଏନ.ଏ.)- ପ୍ରସବ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ଚିକିତ୍ସା ଯୋଗାଇ ନ ଦେଇ ଡାକ୍ତରଖାନାରୁ ଫେରାଇ ଦିଆଯିବା ପରେ ସେ ରାସ୍ତାରେ ସନ୍ତାନ ପ୍ରସବ କରିଥିଲେ। ଫଳରେ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଜିଲା ପଶ୍ଚିମ ଯୋଡ଼ା ସ୍ଥିତ ମଙ୍ଗଳାମନ୍ଦିର ନିକଟ ରାସ୍ତାରେ ସୋମବାର ରାତିରେ ଏହି ଘଟଣା ଘଟିଛି।
ଅଭିଯୋଗ ଅନୁଯାୟୀ, ସୋମବାର ଜଲହରୀ ପଞ୍ଚାୟତ ଅଧୀନ ଆଇଟିସି କଲୋନୀର କପିଳାସ ନାଏକଙ୍କ ସ୍ତ୍ରୀ ସୁକୁମତୀ ପୂର୍ତ୍ତିଙ୍କୁ ପ୍ରସବ ଲାଗି ଯୋଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କେନ୍ଦୁଝର କିମ୍ବା ଚମ୍ପୁଆ ନେବା ପାଇଁ କହିଥିଲେ। ତେବେ ସମ୍ବଳ ଅଭାବ ଏବଂ ଦୂରତା ଅଧିକ ଥିବାରୁ ପରିବାର ଲୋକେ ତାଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଚିକିତ୍ସା କରାଯିବା ପରିବର୍ତ୍ତେ କେବଳ କୋଭିଡ୍‌ ଟେଷ୍ଟ କରାଇ କୌଣସି ରିପୋର୍ଟ ନ ଦେଇ ତାଙ୍କୁ ପୁଣି ସରକାରୀ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରୁ ସରକାରୀ ଡାକ୍ତରଖାନାକୁ ଆସିବା ପାଇଁ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇ ପାରି ନ ଥିଲା। ଶେଷରେ ରାତି ୧୧ଟା ବେଳେ ରାସ୍ତା ଉପରେ ସ୍ବାମୀ ଓ ଶାଶୁଙ୍କ ସହାୟତାରେ ସୁକୁମତୀ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ଜନ୍ମ ହେବାର କିଛି ସମୟ ପରେ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିଲା। ଶିଶୁପୁତ୍ରର ନାଭି ମା’ଙ୍କ ସହିତ ସଂଯୋଗ ହୋଇରହିଥିଲା। ସେମାନଙ୍କ କ୍ରନ୍ଦନ ଏବଂ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ଆମ୍ବୁଲାନ୍ସକୁ ଖବର ଦେବା ସହ ଟାଟା କମ୍ପାନୀ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ବଡ଼ବିଲରୁ ଆମ୍ବୁଲାନ୍ସ ପହଞ୍ଚତ୍ ମୃତ ଶିଶୁପୁତ୍ର ସହ ସୁକୁମତୀଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଏହି ଘଟଣାକୁ ନେଇ ଟାଟା କମ୍ପାନୀ କର୍ପୋରେଟ୍‌ କମ୍ୟୁନିକେଶନର ଅଧିକାରୀ ଆଶିଷ ଆଚାର୍ଯ୍ୟ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି ଯେ, ସୁକୁମତୀଙ୍କୁ ସୋମବାର ରାତି ପ୍ରାୟ ୮.୪୦ ମିନିଟରେ ଟାଟାଷ୍ଟିଲ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ୨ଜଣ ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଅଛନ୍ତି। ଜଣେ ଡାକ୍ତର ସଙ୍ଗରୋଧରେ ଥିବାରୁ ସେ ରୋଗୀଙ୍କୁ ଦେଖି ପାରିବେ ନାହିଁ। ଦ୍ୱିତୀୟ ଡାକ୍ତର କୋଭିଡ୍‌ରୁ ଏବେ ସୁସ୍ଥ ହୋଇଛନ୍ତି ଓ ସେହି ସମୟରେ ସେ ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଖାନାକୁ ଆସିପାରି ନ ଥିଲେ। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ଏଠାରେ ଭର୍ତ୍ତି କରିବା ସମ୍ଭବ ନ ଥିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?