ମିଳିଲାନି ଚିକିତ୍ସା, ରାସ୍ତାରେ ପ୍ରସବ: ଆଖି ବୁଜିଲେ ନବଜାତ ଶିଶୁପୁତ୍ର

ଯୋଡ଼ା, ୭।୧୦ (ଡି.ଏନ.ଏ.)- ପ୍ରସବ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ଚିକିତ୍ସା ଯୋଗାଇ ନ ଦେଇ ଡାକ୍ତରଖାନାରୁ ଫେରାଇ ଦିଆଯିବା ପରେ ସେ ରାସ୍ତାରେ ସନ୍ତାନ ପ୍ରସବ କରିଥିଲେ। ଫଳରେ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଜିଲା ପଶ୍ଚିମ ଯୋଡ଼ା ସ୍ଥିତ ମଙ୍ଗଳାମନ୍ଦିର ନିକଟ ରାସ୍ତାରେ ସୋମବାର ରାତିରେ ଏହି ଘଟଣା ଘଟିଛି।
ଅଭିଯୋଗ ଅନୁଯାୟୀ, ସୋମବାର ଜଲହରୀ ପଞ୍ଚାୟତ ଅଧୀନ ଆଇଟିସି କଲୋନୀର କପିଳାସ ନାଏକଙ୍କ ସ୍ତ୍ରୀ ସୁକୁମତୀ ପୂର୍ତ୍ତିଙ୍କୁ ପ୍ରସବ ଲାଗି ଯୋଡ଼ା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କେନ୍ଦୁଝର କିମ୍ବା ଚମ୍ପୁଆ ନେବା ପାଇଁ କହିଥିଲେ। ତେବେ ସମ୍ବଳ ଅଭାବ ଏବଂ ଦୂରତା ଅଧିକ ଥିବାରୁ ପରିବାର ଲୋକେ ତାଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଚିକିତ୍ସା କରାଯିବା ପରିବର୍ତ୍ତେ କେବଳ କୋଭିଡ୍‌ ଟେଷ୍ଟ କରାଇ କୌଣସି ରିପୋର୍ଟ ନ ଦେଇ ତାଙ୍କୁ ପୁଣି ସରକାରୀ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ସେଠାରୁ ସରକାରୀ ଡାକ୍ତରଖାନାକୁ ଆସିବା ପାଇଁ କୌଣସି ଗାଡ଼ି କିମ୍ବା ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇ ପାରି ନ ଥିଲା। ଶେଷରେ ରାତି ୧୧ଟା ବେଳେ ରାସ୍ତା ଉପରେ ସ୍ବାମୀ ଓ ଶାଶୁଙ୍କ ସହାୟତାରେ ସୁକୁମତୀ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ଜନ୍ମ ହେବାର କିଛି ସମୟ ପରେ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିଲା। ଶିଶୁପୁତ୍ରର ନାଭି ମା’ଙ୍କ ସହିତ ସଂଯୋଗ ହୋଇରହିଥିଲା। ସେମାନଙ୍କ କ୍ରନ୍ଦନ ଏବଂ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ଆମ୍ବୁଲାନ୍ସକୁ ଖବର ଦେବା ସହ ଟାଟା କମ୍ପାନୀ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ। ବଡ଼ବିଲରୁ ଆମ୍ବୁଲାନ୍ସ ପହଞ୍ଚତ୍ ମୃତ ଶିଶୁପୁତ୍ର ସହ ସୁକୁମତୀଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଏହି ଘଟଣାକୁ ନେଇ ଟାଟା କମ୍ପାନୀ କର୍ପୋରେଟ୍‌ କମ୍ୟୁନିକେଶନର ଅଧିକାରୀ ଆଶିଷ ଆଚାର୍ଯ୍ୟ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି ଯେ, ସୁକୁମତୀଙ୍କୁ ସୋମବାର ରାତି ପ୍ରାୟ ୮.୪୦ ମିନିଟରେ ଟାଟାଷ୍ଟିଲ ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ୨ଜଣ ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଅଛନ୍ତି। ଜଣେ ଡାକ୍ତର ସଙ୍ଗରୋଧରେ ଥିବାରୁ ସେ ରୋଗୀଙ୍କୁ ଦେଖି ପାରିବେ ନାହିଁ। ଦ୍ୱିତୀୟ ଡାକ୍ତର କୋଭିଡ୍‌ରୁ ଏବେ ସୁସ୍ଥ ହୋଇଛନ୍ତି ଓ ସେହି ସମୟରେ ସେ ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଖାନାକୁ ଆସିପାରି ନ ଥିଲେ। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ଏଠାରେ ଭର୍ତ୍ତି କରିବା ସମ୍ଭବ ନ ଥିବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri