କମାଣି ଦେଇଛି କୋଳି

 

ଢେଙ୍କାନାଳ ଅଫିସ, ୧୨।୩: ଗଛରେ ଭର୍ତ୍ତି ହୋଇଛି ଲାଲ୍‌ ଟହଟହ ବରକୋଳି। ହୃଷ୍ଟପୁଷ୍ଟ କଦଳୀ, ଆମ୍ବ, ମକା, ଟମାଟୋ ଗଛ ଦେଖିଲେ କୁଣ୍ଢମୋଟ ହୋଇଯାଉଛି ଛାତି। ହେଲେ ସଫଳ ଚାଷର ଏହି ଯାତ୍ରା ଜମାରୁ ନ ଥିଲା ସହଜ। ନା ଥିଲା ନିଜସ୍ବ ଜମି। ନା କେହି ଥିଲେ ଦେବାକୁ ପରାମର୍ଶ। ନିଜ ପାଇଁ ନିଜେ ନ୍ୟାୟରେ ୟୁଟ୍ୟୁବ୍‌କୁ ଜ୍ଞାନଗୁରୁ କରି ଆରମ୍ଭ କରିଥିବା ଉଦ୍ୟମ ଆଜି ନେଇଛି ବାସ୍ତବ ରୂପ। ପରିଶ୍ରମର ମୂଲ୍ୟ ମିଳିଛି। ଥାଇଲାଣ୍ଡ ବେରି, ସଙ୍କରଜାତୀୟ କଦଳୀ, ଅମୃତଭଣ୍ଡା ଭଲ କମାଣି ଦେଉଛି। ଯେକୌଣସି କାମରେ ନିଷ୍ଠା ରହିଲେ ପ୍ରତିଷ୍ଠିତ ହେବାକୁ ସମୟ ଲାଗିବ ନାହିଁ, ତାହାକୁ ପ୍ରମାଣ କରି ଦେଖାଇଛନ୍ତି ମା’ ବାଉତୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ।

 

ଚାଷ ପ୍ରତି ଥିବା ଝୁଙ୍କ୍‌ ଢେଙ୍କାନାଳ ସଦର ବ୍ଲକ କାଇମାଟି ପଞ୍ଚାୟତ ବାଉତୀବେରେଣା ଗ୍ରାମର ଶକ୍ତି ମା’ ବାଉତୀ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଦେଇଛି ନୂଆ ପରିଚୟ। ୧୧ଜଣ ସଦସ୍ୟଙ୍କ ନିଷ୍ଠାପର ଉଦ୍ୟମରେ ୧୦ ଏକର ଜମିରେ ଛିଡ଼ା ହୋଇଛି ଫଳ ଓ ପରିବା ବଗିଚା। ଚାଷରେ ଏକାଧିକ ସମସ୍ୟା ସେମାନଙ୍କ ପଥରେ ପ୍ରତିବନ୍ଧକ ସାଜିଛି ସତ, ହେଲେ ଦୃଢ଼ ମନୋବଳ ମାଧ୍ୟମରେ ସେସବୁର ସମାଧାନ କରିପାରିଛନ୍ତି ସେମାନେ। ଅଧିକ ସରକାରୀ ସହାୟତା, ପ୍ରୋତ୍ସାହନ ଏବଂ ମାର୍ଗଦର୍ଶନ ମିଳିଲେ ଆଗକୁ ବଢ଼ିବା ଲାଗି ସୁବିଧା ହୁଅନ୍ତା ବୋଲି ଗୋଷ୍ଠୀର ମହିଳା କୃଷି ଉଦ୍ୟୋଗୀମାନେ ଆଶାବ୍ୟକ୍ତ କରିଛନ୍ତି।
ଢେଙ୍କାନାଳ ସହରଠାରୁ ମାତ୍ର ୧୦ କିଲୋମିଟର ଦୂର ଢେଙ୍କାନାଳ-କପିଳାସ-ଯୋରନ୍ଦା ରାସ୍ତାର କୁକୁଡ଼ାଝର ନିକଟରେ ୧୦ ଏକର ଲିଜ୍‌ ଜମିରେ ବିଭିନ୍ନ କିସମର ଫଳ ପରିବା ଚାଷ କରିଛନ୍ତି ମା’ ବାଉତୀ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ। ୩ ଏକରରେ ଥାଇଲାଣ୍ଡ କୋଳି, ୪ ଏକରରେ ଦୁଇ ପ୍ରକାର କଦଳୀ ଏବଂ ଅବଶିଷ୍ଟ ଜମିରେ ଅମୃତଭଣ୍ଡା, ମକା, ବିଲାତି ବାଇଗଣ ଚାଷ କରିଛନ୍ତି। ଏହାକୁ ବାଦ୍‌ଦେଲେ ଉନ୍ନତ କିସମର ୧ ଲକ୍ଷ ଆମ୍ବଚାରା ମଧ୍ୟ ପ୍ରସ୍ତୁତ କରିଛନ୍ତି। ତେବେ ଥାଇଲାଣ୍ଡ ବରକୋଳି ହିଁ ସେମାନଙ୍କୁ ଆଣିଦେଇଛି ପ୍ରସିଦ୍ଧି। ୟୁଟ୍ୟୁବରୁ ଥାଇ ବରକୋଳି ଚାଷ ଦେଖିବା ପରେ ଏହାକୁ ଜମିରେ ଉତ୍ପାଦନ କରିବାକୁ ମନ ବଳାଇଥିଲେ ଗୋଷ୍ଠୀ ସଦସ୍ୟା। ଜଣେ ମୁସ୍‌ଲମାନ ବ୍ୟକ୍ତିଙ୍କ ସହଯୋଗରେ ପଶ୍ଚିମବଙ୍ଗ ସୀମାନ୍ତ ମୁର୍ଶିଦାବାଦ ଅଞ୍ଚଳରୁ ୩,୦୦୦ ଚାରା ଆଣି ଲଗାଇଥିଲେ। ତନ୍ମଧ୍ୟରେ ରହିଛି କଶ୍ମୀର କୋଳି, ବଲ ସୁନ୍ଦରୀ ଏବଂ ଭାରତୀ ସୁନ୍ଦରୀ ପ୍ରଜାତିର ଥାଇ ବରକୋଳି। ଏହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ସେତିକି ସ୍ବାଦିଷ୍ଟ ମଧ୍ୟ। ଏବେ ବଜାରରେ କେଜି ପିଛା ଏହାର ଦର ରହିଛି ୮୦ ଟଙ୍କା। ଗତ ନଭେମ୍ବରରେ ଥାଇ ବରକୋଳିରେ ୭ ଲକ୍ଷ ୨୨ ହଜାର ଟଙ୍କା ବିନିଯୋଗ କରିଥିଲେ ଗୋଷ୍ଠୀ ସଦସ୍ୟ। ୪ ଲକ୍ଷ ଟଙ୍କା ଲାଭ ହୋଇଥିଲା। ସେହିପରି ଗତ ସିଜନ୍‌ରେ ୧୫୦ କୁଇଣ୍ଟାଲ କୋଳି ଫଳିଥିଲା। ଫାର୍ମରୁ ଉତ୍ପାଦିତ କୋଳି ଏବଂ କଦଳୀ ନେବାକୁ ଝାରସୁଗୁଡା, ଅନୁଗୋଳ, ଆଠଗଡ଼, ଢେଙ୍କାନାଳ, ଗଁଦିଆ, କାମାକ୍ଷାନଗର ଅଞ୍ଚଳର ବ୍ୟବସାୟୀ ବିଶେଷ ଆଗ୍ରହ ଦେଖାଉଛନ୍ତି। ସେହିପରି ବ୍ୟବସାୟିକ ଦୃଷ୍ଟିରୁ ଢେଙ୍କାନାଳର ପ୍ରସିଦ୍ଧ ଦଶେରୀ ଓ ଆମ୍ବ୍ରପଲି ଆମ୍ବ ଚାରା କଲମୀ କରି ବିକ୍ରି ପାଇଁ ଯୋଜନା କରିଛନ୍ତି ସେମାନେ। ହାତୀ ଉପଦ୍ରୁତ ଅଞ୍ଚଳ ହୋଇଥିବାରୁ ଫସଲକୁ ସୁରକ୍ଷା ଦେବାକୁ ସୋଲାର ଫ୍ୟାନ୍‌ସିଂ ବ୍ୟବସ୍ଥା କରିଛନ୍ତି।
ଅପରପକ୍ଷେ ଫାର୍ମରେ ମାଛଚାଷ ଲାଗି ଆବଶ୍ୟକ ଜମି ଥିଲେ ମଧ୍ୟ ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଗୋଷ୍ଠୀ ସଦସ୍ୟ। ଫଳ ପ୍ୟାକିଂ ପାଇଁ ସ୍ବତନ୍ତ୍ର ଘର, ଖରାଦିନେ ପାଣି ସମସ୍ୟାର ସମାଧାନ ଲାଗି ବୋରଓ୍ବେଲ୍‌ ଖନନ ଲାଗି ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେଲେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି କହିଛନ୍ତି ଗୋଷ୍ଠୀର ସଭାନେତ୍ରୀ ବୀଣାପାଣି ସାହୁ, ସମ୍ପାଦିକା ଶର୍ମିଳା ସାହୁ, ସଦସ୍ୟା କଳ୍ପନା ସାହୁ, ସୈରେନ୍ଦ୍ରୀ ସାହୁ, ଜ୍ୟୋତିର୍ମୟୀ ସାହୁ, ଅର୍ଚ୍ଚନା ସାହୁ, ମୀନତି ସାହୁ, ବିଷ୍ଣୁପ୍ରିୟା ସାହୁ, ବୀଣାପାଣି ସାହୁ (ଖ), ମଞ୍ଜୁଲତା ସାହୁ, ମମତା ସାହୁ। ଏ ସଂକ୍ରାନ୍ତରେ ବିଡିଓ ସୁଧୀର କୁମାର ନାୟକ କୁହନ୍ତି, ସମ୍ପୃକ୍ତ ଗୋଷ୍ଠୀର ସଦସ୍ୟାମାନେ ସମସ୍ୟା ଆମ ନଜରକୁ ଆଣିନାହାନ୍ତି। ଲିଖିତ ଭାବରେ ଜଣାଇଲେ ମାଛ ଚାଷ ପାଇଁ ପୋଖରୀ ଏବଂ ବୋରୱେଲ ଖନନ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ କରି ଧରିଥିଲେ ହାତ: ତଣ୍ଟି କାଟି ଜୀବନ ନେଲେ ସ୍ବାମୀ

ଖୋର୍ଦ୍ଧା ଅଫିସ,୧୦।୧୦: ଶ୍ୱଶୁର ଘରେ ସ୍ତ୍ରୀଙ୍କ ତଣ୍ଟି କାଟି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଗୁରୁଜଙ୍ଗରେ। ମୃତା ମହିଳା...

ଘରେ ବସି କଳା ଦିବସ ପାଳନ କଲା କୋଶଲ ରାଜ୍ୟ ସମନ୍ବୟ ସମିତି

ବଲାଙ୍ଗୀର ଅଫିସ, ୧ା୪: କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଏପ୍ରିଲ ୧କୁ କଳା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି...

ପିଲାଙ୍କୁ କୋଚିଂ ସେଣ୍ଟରମୁହାଁ କରୁଛନ୍ତି ସରକାରୀ ଶିକ୍ଷକ

ଜଗତ୍‌ସିଂହପୁର ଅଫିସ୍‌, ୩୦ା୮:ବିଦ୍ୟାଳୟସ୍ତରରେ ସରକାରୀ ଶିକ୍ଷକ ବେସରକାରୀ ଭାବେ ଶିକ୍ଷାଦାନ କରି ପାରିବେ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୮ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୯।୨: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ମାର୍ଚ୍ଚ ୪ ତାରିଖରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଏବଂ ତଦନ୍ତରେ...

ରଥଖଳାରୁ…ଉଠିଲା ଦ୍ୱିତୀୟ ଭୂଇଁ

ପୁରୀ ଅଫିସ,୭।୬: ଜୁନ୍‌ ୨୩ରେ ରଥଯାତ୍ରା। ଏଥିପାଇଁ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ତିନିରଥର ମୁଖ୍ୟ ମହାରଣା ସେବକଙ୍କ ତତ୍ତ୍ବାବଧାନରେ କାମ ଜାରି ରହିଛି। ଶନିବାର...

ସଫଳ ଶିକ୍ଷକ ଭିତରେ ଛାତ୍ରର ପ୍ରତ୍ୟାଶା ରହିଥାଏ

ବଲାଙ୍ଗୀର ଅଫିସ, ୬ା୯ – ବଲାଙ୍ଗୀର ରୋଟାରୀ କ୍ଳବ ଅଫ୍‌ ଇଲିଟ୍‌ ପକ୍ଷରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଗୁରୁଦିବସ ପାଳନ...

ଭତା ଦେବାରେ ପରଶାସନ କୁଁଥ୍‌କୁଁଥ୍‌:ଜିଲାପାଲକୁଁ ଭେଟଲେ ୨୭ କଳାକାର

ତଳଗାଁ, ୭ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ୨୭ ଝନକୁ ମୁଖ୍ୟମନ୍ତ୍ରୀ କଳାକାର ଭତା ଦେବାର ଲାଗି ଗଲା ୧୨ା୧୨ା୨୦୧୮, ପତର ସଂଖ୍ୟା ୪୦୬୨ ଅନ୍‌ସାରେ...

ପୁଅକୁ ବଞ୍ଚାଇବାକୁ ଯାଇ ଗଲା ବାପାଙ୍କ ଜୀବନ

ଭବାନୀପାଟଣା,୨୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଫୁର୍ଲିଝରଣ ଜଳପ୍ରପାତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଳପ୍ରପାତରେ ଖସିପଡିଥିବା ୨ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି...

Advertisement
Archives

Model This Week