Posted inଖେଳ

ଡିପ୍ରେଶନରେ ଥିଲେ କୋହଲି: ଭିଡ଼ରେ ମଧ୍ୟ ଏକା ଅନୁଭବ କରୁଥିଲେ

ନୂଆଦିଲ୍ଲୀ,୨୦।୨(ପି.ଟି.): ୨୦୧୪ ଇଂଲଣ୍ଡ ଗସ୍ତ ସମୟରେ ମାନସିକ ଅବସାଦରେ ଥିବା କଥା ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂରେ କ୍ରମାଗତ ଭାବେ ବିଫଳ ହେବା ପରେ ସେ ପ୍ରବଳ ଭାବେ ଡିପ୍ରେଶନକୁ ଚାଲିଯାଇଥିଲେ। ଏପରି କି ଭିଡ଼ ମଧ୍ୟରେ ମଧ୍ୟ ସେ ଏକା ଅନଭବ କରୁଥିଲେ ବୋଲି କହିଛନ୍ତି।
ଇଂଲଣ୍ଡ ଖେଳାଳି ମାର୍କ ନିକୋଲାସଙ୍କ ସହ ତାଙ୍କ ପୋଡ୍‌କାଷ୍ଟ ‘ନଟ୍‌ ଜଷ୍ଟ କ୍ରିକେଟ’ରେ କଥା ହେବା ବେଳେ ସେ ଏହି କଥା କହିଛନ୍ତି। ଏହି ସମୟରେ ସେ ଜୀବନ ତଥା କ୍ୟାରିୟରର ସବୁଠାରୁ କଷ୍ଟକର ସ୍ଥିତି ଦେଇ ଗତି କରିଥିଲେ। ମାନସିକ ଅବସାଦରେ କେବେ ପଡିଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ସେ ଏହି କଥା କହିଛନ୍ତି। ୨୦୧୪ ଇଂଲଣ୍ଡ ଗସ୍ତରେ କୋହଲି ୫ଟି ଟେଷ୍ଟ ଖେଳିଥିଲେ ଓ ୧୦ଟି ଇନିଂସରେ ଯଥାକ୍ରମେ ୧, ୮, ୨୫, ୩୯ , ୦ , ୨୮, ୦, ୭, ୬, ଓ ୨୦ ରନ ସଂଗ୍ରହ କରିଥିଲେ। ତାଙ୍କର ହାରାହାରି ରନ୍‌ ସଂଗ୍ରହ ଥିଲା ୧୩. ୫୦। ଏହା ପରେ ଅଷ୍ଟ୍ରେଲିଆ ଗସ୍ତରେ ସେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଟେଷ୍ଟ ସିରିଜରେ ୬୯୨ ରନ ସଂଗ୍ରହ କରିଥିଲେ। ତେବେ ଇଂଲଣ୍ଡ ଗସ୍ତରେ ଡିପ୍ରେଶନରୁ ବର୍ତ୍ତିପାରି ନ ଥିଲି ଓ କିଛି ମଧ୍ୟ କରିପାରି ନ ଥିଲି। ବିଶ୍ୱର ସବୁଠାରୁ ଜଣେ ଏକା ମଣିଷ ଭାବେ ନିଜକୁ ସେତେବେଳେ ଭାବୁଥିଲି। ଯଦିଓ ପାଖରେ ନିଜର ଲୋକମାନେ ଯଥେଷ୍ଟ ସମର୍ଥନ ଦେଇଥିଲେ। ଅବଶ୍ୟ ପେସାଦାର ଭାବେ ସାହାଯ୍ୟ ଆଶା କରୁଥିଲି ବୋଲି କୋହଲି କହିଛନ୍ତି। ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ତଥା ପିଙ୍ଗବଲ୍‌ ମ୍ୟାଚ୍‌ ଖେଳିବାକୁ କୋହଲି ଏବେ ଅହମଦାବାଦରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: ନୀଟ୍-ୟୁଜି (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି।…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri