Posted inଖେଳ

ବଲ୍‌ରେ ସାଲିଭା ବ୍ୟବହାର କଲେ କୋହଲି

ଦୁବାଇ, ୬।୧୦(ପି.ଟି.): ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ମ୍ୟାଚ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅସାବଧାନତା ବଶତଃ ବଲ୍‌ରେ ସାଲିଭା(ଲାଳ) ବ୍ୟବହାର କରିଛନ୍ତି। ଫଳରେ ସେ ଆଇସିସିର କୋଭିଡ-୧୯ ପ୍ରୋଟୋକଲ ଭଙ୍ଗ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଶର୍ଟ କଭର ଅଞ୍ଚଳରେ ଫିଲ୍ଡିଂ କରୁଥିବାବେଳେ ସେ ବଲ୍‌କୁ ଅଟକାଇବାପରେ ସେଥିରେ ସାଲିଭା ଲଗାଇଥିଲେ। ପରେ ସେ ତତ୍‌କ୍ଷଣାତ୍‌ ଭୁଲ ବୁଝି ପାରିଥିଲେ ଏବଂ ବଲ୍‌କୁ ପୋଛି ସଫା କରିଦିଆ ଯାଇଥିଲା। ଗତସପ୍ତାହରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପା କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସାଲିଭା ବ୍ୟବହାର କରିଥିଲେ। ନିୟମ ଅନୁସାରେ କୌଣସି ଖେଳାଳି ବଲ୍‌ରେ ସାଲିଭା ବ୍ୟବହାର କଲେ ଅମ୍ପାୟର ତାହାକୁ ସଫାକରି ଖେଳ ଜାରି ରଖିବେ। ମାତ୍ର ଏହା ଜାରି ରହିଲେ ଅମ୍ପାୟର ଚେତାବନୀ ଦେଇପାରିବେ। ଏକ ଦଳକୁ ଗୋଟିଏ ଇନିଂସରେ ୨ ଥର ଚେତାବନୀ ଦିଆଯାଇପାରିବ। ଏହାପରେ ସେହି ଘଟଣା ଘଟିଲେ ଦଣ୍ଡ ସ୍ବରୂପ ଦଳର ସ୍କୋରରୁ ୫ ରନ କାଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ତ୍ରୀଙ୍କଠାରୁ ପ୍ରବଳ ଗାଳି ଖାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ପଛରେ ରହିଛି ଏହି କାରଣ

ଟିମ ଇଣ୍ଡିଆରୁ ବାଦ୍‌ ପଡିଥିବା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ‘ବ୍ୟାଟ୍‌କୁ ପଡ଼ୋଶୀଙ୍କ ସ୍ତ୍ରୀ’ଙ୍କ ସହ ତୁଳନା କରିବା ମହଙ୍ଗା ପଡିଛି। ଏବେ ଏହି ମନ୍ତବ୍ୟ...

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଅମିର, ଓ୍ବାହବ

ଇସ୍‌ଲାମବାଦ,୨୦।୫- ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ପିସିବି ୧୫ ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଏହି ଦଳରେ ମହମ୍ମଦ ଅମିର, ଓ୍ବାହବ...

ଗର୍ଭବତୀ ପ୍ରେମିକାଙ୍କୁ ଦେଖି ଭାବପ୍ରବଣ ହେଲେ ଏହି କ୍ରିକେଟର୍‌

କରୋନା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ଲିଗ ଅଧାରୁ ସ୍ଥଗିତ ରଖିବା ପରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆ...

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଦୁବାଇ,୭।୧୦: ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମ ଜବରଦସ୍ତ ପ୍ରଦର୍ଶନ ବଜାୟ ରଖି ରାଜସ୍ଥାନ ରୟାଲ୍ସକୁ ୫୭...

ଲିଭରପୁଲ୍‌କୁ ୬ଷ୍ଠ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ

ମାଡ୍ରିଡ୍‌,୨ା୬- ମହମ୍ମଦ ସାଲା ଚାମ୍ପିୟନ୍ସ ଲିଗ୍‌ ଫାଇନାଲର ଅନ୍ୟତମ ଦ୍ରୁତତମ ଗୋଲ ଓ ଡିଭୋକ ଓରିଗିଙ୍କ ଗୋଲ ବଳରେ ଲିଭରପୁଲ ଦଳ ୨-୦ ଗୋଲରେ ଟୋଟେନହାମକୁ...

କାହିଁକି ଅଷ୍ଟ୍ରେଲିଆ ଗସ୍ତରେ ଗଲେ ନାହିଁ ରୋହିତ ଶର୍ମା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ତେବେ ଏହି ସିରିଜରେ ଟିମ ଇଣ୍ଡିଆ ଏହାର ସବୁଠାରୁ ବଡ...

ଆଇପିଏଲ୍‌ରେ ଏହି ଦଳର ଅଂଶବିଶେଷ ଥିଲେ ତେଜସ୍ବୀ ଯାଦବ

ବିହାର ବିଧାନସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ ନୀତିଶ ଓ ଏନଡିଏକୁ ପଛରେ ପକାଇ ଦେଇଛି ଆରଜେଡିର ତେଜସ୍ବୀ ଯାଦବଙ୍କ...

ପରାଜୟ ଦେଖିଲା ଗୁଜରାଟ

ମୁମ୍ବାଇ, ୧୧।୪: ସ୍ଥାନୀୟ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ଉଇକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ...

Advertisement
Archives

Model This Week