Posted inଖେଳ

ଜୀବନରେ ପ୍ରଥମ ଥର ପାଇଁ ନେଲେ ଏଭଳି ପଦକ୍ଷେପ, ସ୍ତ୍ରୀ ଅନୁଷ୍କାଙ୍କୁ କହିଲେ ‘ଥ୍ୟାଙ୍କ ୟୁ’

ନୂଆଦିଲ୍ଲୀ,୪।୪: ଓ୍ବାଲର୍‌ଡ ଷ୍ଟ୍ରେ ଆନିମଲ୍ସ ଡେ’ ଅବସରରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ପ୍ରଶଂସନୀୟ କାମ କରିଛନ୍ତି। ପ୍ରଥମଥର ପାଇଁ ପଶୁମାନଙ୍କ କଲ୍ୟାଣ ଦିଗରେ ପଦକ୍ଷେପ ନେଇଛି କୋହଲିଙ୍କ ଫାଉଣ୍ଡେଶନ। ଭିଭାଲଡିସର ମିଳିତ ଆନୁକୂଲ୍ୟରେ ତାଙ୍କ ଫାଉଣ୍ଡେଶନ କାମ କରିବ। ଏନେଇ ବିରାଟ ଏକ ଟୁଇଟ କରି ସୂଚନା ଦେଇଛନ୍ତି। ଏହି କାମ ପାଇଁ ପ୍ରେରଣା ଦେଇଥିବାରୁ ସେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ତେବେ କୋହଲିଙ୍କ ଫାଉଣ୍ଡେଶନ ବୁଲା ପଶୁଙ୍କ ପାଇଁ ସୁରକ୍ଷିତ ସ୍ଥାନ ‘ପଶୁଗୃହ’ ନିର୍ମାଣ କରିବ। ଏଥିସହ ସହରର ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରାଣୀମାନଙ୍କ ପାଇଁ ସହଜ ଚିକିତ୍ସା ସୁବିଧା ନିଶ୍ଚିତ କରିବ।

ପ୍ରକାଶ ଯେ, ଏବେ କୋହଲି ଚେନ୍ନାଇରେ ଅଛନ୍ତି। ଆଇପିଏଲ୍‌ ୨୦୨୧ ପୂର୍ବର ୭ ଦିନ ସେ ପୃଥକବାସରେ ରହିବେ। ୩୨ ବର୍ଷୀୟ କୋହଲି ଭାରତ-ଇଂଲଣ୍ଡ ସିରିଜ ପରେ ବାୟୋ ବବଲ ଛାଡ଼ିଥିଲେ। ସେଠାରୁ ସେ ଆର୍‌ସିବିର ବାୟୋ ବବଲ ସହ ଯୋଡ଼ି ହୋଇଛନ୍ତି। ଖୁବ୍‌ଶୀଘ୍ର ସେ ସାଥୀ ଖେଳାଳିଙ୍କ ସହ ଯୋଡ଼ି ହେବେ। ଲଗାତାର ୯ମ ଥର ପାଇଁ ସେ ଆର୍‌ସିବିର ମଙ୍ଗ ଧରିବାକୁ ଯାଉଥିବା ବେଳେ, ଚଳିତ ଥର ଦଳ ବିଜେତା ହେବାର ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟ: ଓ୍ବିଲିୟମସନ୍‌ଙ୍କ ଶତକ

ମାଉଣ୍ଟ ମାଉନଗାନୁଇ,୨୮।୧୨(ଏପି): ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ଙ୍କ ଶତକ, ହେନେରୀ ନିକୋଲ୍ସ ଓ ବିଜେ ଓ୍ବାଟଲିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ପ୍ରଥମ...

ସିଏସ୍‌କେର ନୂଆ ଜର୍ସିରେ ଭାରତୀୟ ସଶସ୍ତ୍ର ବାହିନୀକୁ ଶ୍ରଦ୍ଧାଞ୍ଜଳି

ଚେନ୍ନାଇ,୨୪।୩ : ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାର ଫ୍ରାଞ୍ଚାଇଜର ନୂଆ ଜର୍ସି ଉନ୍ମୋଚନ...

ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା

ସେଞ୍ଚୁରିୟନ,୨୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ଏହି ମ୍ୟାଚରେ ଓପନର କେ.ଏଲ ରାହୁଲ...

ସ୍ପିନ୍‌ରେ ବିବିଧତା ପାଇଁ ଫାଇଦାରେ ରହିବ ସିଏସ୍‌କେ

ନୂଆଦିଲ୍ଲୀ, ୧୯ା୯ (ପି.ଟି.)- ସ୍ପିନ୍‌ରେ ବିବିଧତା ପାଇଁ ୟୁଏଇ କଣ୍ଡିଶନରେ ଫାଇଦାରେ ରହିବ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ୩ଥର ଚାମ୍ପିୟନ ହୋଇ ସାରିଥିବା ଏହି...

ଗୋଟିଏ କିଡ୍‌ନୀରେ ସଫଳତା ହାସଲ କରିଥିଲେ ଅଞ୍ଜୁ

କୋଚି, ୭ା୧୨ (ପି.ଟି.)-ଅଲିମ୍ପିଆନ ଅଞ୍ଜୁ ବବି ଜର୍ଜ ଏକ ଟୁଇଟ୍‌ରେ ତାଙ୍କର ଏକ ବ୍ୟକ୍ତିଗତ ଗୋପନ କଥା ସାଧାରଣରେ ପ୍ରକାଶ କରିଛନ୍ତି। ୨୦୦୩ରେ ପ୍ୟାରିସ୍‌ରେ ବିଶ୍ୱ...

ବାତିଲ ହୋଇପାରେ ମହିଳା ଟି୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ, ୨୯।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସମୟରେ ହେଉଥିବା ୩ ଦଳ ବିଶିଷ୍ଟ ମହିଳା ଟି୨୦ ଚ୍ୟାଲେଞ୍ଜ ଏଥର ବାତିଲ ହେବା ସମ୍ଭାବନା ଦେଖାଦେଇଛି।...

ଭାରତ ବିପକ୍ଷ ସିରିଜ: କିରନ ପୋଲାର୍ଡଙ୍କୁ ନେତୃତ୍ୱ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୯।୧୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ ଲାଗି ଗୁରୁବାର ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ଓ ଟି୨୦ ଦଳ...

ପିତା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର

ମୁମ୍ବାଇ, ୩୧।୭: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ରାଧିକାଙ୍କ ସହ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି...

Advertisement
Archives

Model This Week