Posted inଖେଳ

ଭାରତୀୟ କ୍ରିକେଟ ଟିମ୍‌ର ଭବିଷ୍ୟତ ଉଜ୍ଜ୍ୱଳ: ମ୍ୟାଚ୍‌ ଜିତିବା ପରେ ଦଳର ଶକ୍ତିକୁ ନେଇ କୋହଲି କହିଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଖରେ ଭରପୂର ବିକଳ୍ପ ରହିଛି। ଶୀର୍ଷ କ୍ରମରେ ଖେଳିବା ପାଇଁ ଏକରୁ ବଳି ଏକ ପ୍ରତିଭାବାନ କ୍ରିକେଟର ଅଛନ୍ତି। କିଛି ବାହାରେ ନିଜ ପାଳିର ଅପେକ୍ଷାରେ ଥିବା ବେଳେ କିଛି ବେଞ୍ଚରେ ବସି ଏକାଦଶରେ ସାମିଲ ହେବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଗତ କିଛି ଦିନରେ ଅନେକ ଖେଳାଳି ନିଜର ଡେବ୍ୟୁରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। କେହି ବି ଏହି ସୁଯୋଗ ଛାଡ଼ିବାକୁ ଚାହୁଁନାହାନ୍ତି। ଏହାକୁ ଦେଖି ଅଧିନାୟକ ବିରାଟ କୋହଲି ବଡ଼ ବୟାନ ଦେଇଛନ୍ତି। ସେ ଦଳର ସବୁଠାରୁ ବଡ ଶକ୍ତି ବିଷୟରେ ଉଲ୍ଲେଖ କରି କହିଛନ୍ତି, ଦଳ ଖୁବ୍‌ ଭଲ ପ୍ରଦର୍ଶନ କରୁଛି। ପୂର୍ବରୁ କହିଛୁ ଆମେ ସେହି ଖେଳାଳିଙ୍କୁ ସୁଯୋଗ ଦେଉଛୁ ଯିଏ ନିଜର କ୍ଷମତା ଦର୍ଶାଇପାରିବେ। ଶିଖର ଧଓ୍ବନ, କେଏଲ୍‌ ରାହୁଲ ବେଶ ଭଲ ଖେଳିଥିଲେ। ପ୍ରତି ମ୍ୟାଚ୍‌ରେ ଆମ ପାଖରେ ୨ରୁ ୩ଜଣ ଖେଳାଳିଙ୍କ ଉପଲବ୍ଧ ରହୁଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଏହା ଭଲ ସଙ୍କେତ। ଏଥିପାଇଁ ସେ ଶାନ୍ତିରେ ଅଛନ୍ତି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡିଙ୍ଗ୍‌କୋ ସିଂ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)-ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଲିଭର କ୍ୟାନ୍‌ସରରେ...

ଆଜିଠୁ ଆଇପିଏଲ୍‌ ମହାକୁମ୍ଭ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜନ ଆରମ୍ଭ ହେବାକୁ ଗୋଟିଏ ଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ଦଳ ଟାଇଟଲ ହାସଲ କରିବାକୁ ଜୋରଦାର...

ତାଲିବାନ ଭୟରେ ଦେଶ ଛାଡ଼ିବାକୁ ଚାହୁଁଥିଲେ: ଆମେରିକା ବିମାନରୁ ଖସି ପଡ଼ି ପ୍ରାଣ ହରାଇଲେ ଏହି ଫୁଟବଲ୍‌ ତାରକା

କାବୁଲ,୨୦।୮: ଆଫଗାନିସ୍ତାନ ଜାତୀୟ ଟିମ୍‌ର ଫୁଟବଲ ଖେଳାଳି ଜାକି ଅନଓ୍ବାରୀଙ୍କ ପରଲୋକ ଘଟିଛି। କାବୁଲ ବିମାନବନ୍ଦରରେ ଆମେରିକାର ଏକ ବିମାନରୁ ଖସି ପଡ଼ିବା ଯୋଗୁ ତାଙ୍କର...

ଟସ୍‌ ଜିତିଲା ହାଇଦ୍ରାବାଦ୍‌: ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ସିଜିନ ୧୪ର ୨୮ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଛି। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର...

ସେହ୍ବାଗ ଲଞ୍ଚ୍‌ କଲେ କ୍ରିକେଟ କୋଚିଂ ଓ୍ବେବ୍‌ସାଇଟ୍‌ କ୍ରିକୁରୁ

ନୂଆଦିଲ୍ଲୀ,୧୦।୬(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ବୁଧବାର କ୍ରିକେଟ ସମ୍ପର୍କିତ ଶିକ୍ଷା ପାଇଁ ଦେଶରେ ପ୍ରଥମଥର ପାଇଁ ଲଞ୍ଚ୍‌ କରିଛନ୍ତି ନୂଆ ଓ୍ବେବ୍‌ସାଇଟ୍‌ ତଥା...

ରୋହିତଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁମ୍ବାଇ ୧୩୧/୬

ଚେନ୍ନାଇ,୨୩।୪: କିଙ୍ଗ୍ସ ପଞ୍ଜାବ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୩୧ ରନ୍‌...

ଆଗାମୀ ଦିନିକିଆ ବିଶ୍ୱକପ୍‌ରେ ଏହି ବିଶ୍ୱରେକର୍ଡ କରିପାରନ୍ତି ହିଟ୍‌ମ୍ୟାନ୍‌

ନୂଆଦିଲ୍ଲୀ,୨୮।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ୮୧(୫୭)ରନ୍‌ର ଇନିଂସ ଖେଳିଛନ୍ତି। ତାଙ୍କ ଇନିଂସରେ ୫ ଚୌକା ସହ ୬...

ନିଜ ବାୟୋପିକ ଛାଡ଼ିଲେ ଅଖତର, ନିର୍ମାତାଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୨୨।୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନକାହାଣୀକୁ ନେଇ ଫିଲ୍ମ ‘ରାଓ୍ବଲପିଣ୍ଡି ଏକ୍ସପ୍ରେସ’ ଆସୁଥିବା ନେଇ...

Advertisement
Archives

Model This Week